ଉଚ୍ଛେଦ ଜାଗା ଚିହ୍ନଟ ନ କରି ହଟହଟା

ସଜନାଗଡ଼, ୧୭।୧୨(ଡି.ଏନ.ଏ.)-ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁ ସୋମବାର ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଥିବା ୭ ଡିସିମିଲ ଗୋଚର ଜାଗା ଉପରେ ହୋଇଥିବା ଦୋକାନ ଗୃହ ଉଚ୍ଛେଦ ପାଇଁ ପୋଲିସ ଫୋର୍ସ ସହ ଯାଇଥିଲେ। ହେଲେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ଶୈବପୀଠ ମୁଖ୍ୟ ରାସ୍ତାକୁ ଅବରୋଧ କରି ବସିଥିଲେ। ଘଟଣାସ୍ଥାଳରେ ଉତ୍ତେଜନା ଦେଖାଦେଇଥିଲା। ଫଳରେ ଘଣ୍ଟା ଘଣ୍ଟା ଧରି ଶହ ଶହ ପର୍ଯ୍ୟଟକଙ୍କ ଗାଡ଼ି ଅଟକି ରହିଥିଲା। ପରେ ନୀଳଗିରି ଏସ୍‌ଡ଼ିପିଓ ଅମୂଲ୍ୟ ଧର ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କଲା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା।
ପରେ ପଞ୍ଚଲିଙ୍ଗେଶ୍ୱର ପୀଠ ଉପରକୁ ପୋଲିସ ଫୋର୍ସ ସହ ତହସିଲଦାର, ଏସ୍‌ଡିପିଓ ଉଚ୍ଛେଦ ସ୍ଥାନରେ ପହଞ୍ଚତ୍ଥିଲେ। ଏସ୍‌ଡିପିଓ ଓ ତହସିଲଦାର ତର୍ଜମା କରି କୋର୍ଟ ଦେଇଥିବା ଜାଗାର ଉଚ୍ଛେଦକୁ ମାପ ପାଇଁ ସ୍ଥିର କରାଯାଇଥିଲା। ସରକାରୀ ଅମିନଙ୍କ ଉପସ୍ଥିତିରେ ମାପଚୁପ କରାଯାଇଥିଲା। ହାଇକୋର୍ଟ ଉଚ୍ଛେଦ ପାଇଁ ଦେଇଥିବା ନିର୍ଦ୍ଦେଶନାମାରେ ଦୋକାନ ଗୃହ ନ ପଡ଼ିବାରୁ ଉଚ୍ଛେଦ ବନ୍ଦ କରାଯାଇଥିଲା। ଉକ୍ତ ୭ ଡିସିମିଲ୍‌ ଜାଗା ଏକ ଘୁମୁଟି ଓ ପାର୍କିଂ ଏରିଆ ଭିତରେ ରହିଥିବା ଜଣାଯାଇଛି। ହାଇକୋର୍ଟ ଉକ୍ତ ଜାଗା ଉପରେ ଥିବା ଦୋକାନ ଗୃହକୁ ଭାଙ୍ଗିବା ପାଇଁ ନୀଳଗିରି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଉକ୍ତ ସ୍ଥାନରେ ଦୋକାନ ଗୃହ ପଡୁ ନ ଥିବାର ତହସିଲଦାର ହଟହଟା ହୋଇ ଫେରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଭାଇଙ୍କ ଶେଷକୃତ୍ୟ ପାଇଁ ନିଜ ଗାଁରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଅଶ୍ରୁଳ ଆଖିରେ ଭାଇଙ୍କୁ ବିଦାୟ ଦେଇ…

କେନ୍ଦୁଝର,୩ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପାଙ୍କ ପୁଅ ଭାଇ ଦୀନବନ୍ଧୁ ମାଝୀଙ୍କ ଆକସ୍ମିକ ମୃତ୍ୟୁ ଘଟିବା ପରେ ତାଙ୍କ ନିଜ ଗାଁ କେନ୍ଦୁଝର ଜିଲାର ରାଇକଳାକୁ…

ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ଅତର୍କିତ ଚଢ଼ାଉ କରି ୨୨ ଜୁଆଡ଼ିଙ୍କୁ ମାଡ଼ି ବସିଲା ପୋଲିସ

ନୂଆପଡ଼ା,୩ା୬(ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସଙ୍କୁ ପୁଣି ଏକ ବଡ଼ ସଫଳତା ମିଳିଛି। ମଙ୍ଗଳବାର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଆନ୍ତଃରାଜ୍ୟ ଜୁଆଡ଼ି ସମେତ ୨୨…

ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା, ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୩।୬: ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ତଥା ସୂଚାରୁ ପରିଚାଳନା ପାଇଁ ରାଜ୍ୟ ସରକାର ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ ଗାଡ଼ିଗୁଡ଼ିକର ତେଲ…

ଚାଲିଥିଲା ବୈଠକ, ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ

ଖୋର୍ଦ୍ଧା,୩ା୬(ପ୍ରଭାତ ପାଣିଗ୍ରାହୀ): ଜିଲା ପରିଷଦ ବୈଠକରେ ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି। ଜନପ୍ରତିନିଧିଙ୍କୁ ବୋଲଗଡ ବିଡିଓଙ୍କ ଅଣଦେଖା, ଦୁର୍ବ୍ୟବହାର ଏବଂ ଅସହଯୋଗ ମନୋଭାବ ପ୍ରତିବାଦରେ ୨୭…

ଯୁବତୀଙ୍କୁ ଲଜ୍‌ରେ ସିନ୍ଦୂର ପିନ୍ଧାଇ ବିବାହ କରିଥିଲେ ଯୁବକ, ଶାରୀରିକ ସମ୍ପର୍କ ରଖିବା ପରେ…

ରିଷିଡ଼ା,୩ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ.ରାମପୁର ଥାନା ଅନ୍ତର୍ଗତ ରିଷିଡ଼ା ଫାଣ୍ଡି ଅଞ୍ଚଳର ଜଣେ କଲେଜ ପଢୁଆ ଯୁବକ ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ…

କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା: ଭବିଷ୍ୟତରେ ନିଷ୍ଠାର ସହ ଆଗକୁ ବଢ଼ିବାକୁ ପରାମର୍ଶ

କୋରାପୁଟ,୩ା୬(ଅମିତାଭ ବେହେରା): କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ପକ୍ଷରୁ ବୁଧବାର କୃତୀ ଛାତ୍ରୀଛାତ୍ରଙ୍କୁ ଉପଢୌକନ, ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ନାରାୟଣପାଟଣା ବ୍ଲକ…

ଏଲ୍‌ନିନୋକୁ ନେଇ IMD ଡିଜିଙ୍କ ବଡ଼ ସୂଚନା: ଚଳିତବର୍ଷ ମୌସୁମୀରେ ହେବ…

ଭୁବନେଶ୍ୱର,୩ା୬: ଚଳିତ ବର୍ଷ ମୌସୁମୀରେ ଏଲ୍‌ ନିନୋର ପ୍ରଭାବ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଭାରତରେ ମୌସୁମୀ ଜନିତ ବର୍ଷା କମ୍‌ ରହିବ ବୋଲି କହିଛନ୍ତି ଆଇଏମ୍‌ଡି…

ପୁଣି କୋଟିଆରେ ଉପସ୍ଥିତି ଜାହିର କଲା ଆନ୍ଧ୍ର: ପଛଘୁଞ୍ଚା ନଦେଇ ଅନୁପ୍ରବେଶ କଲେ ଅଧିକାରୀ

ପଟ୍ଟାଙ୍ଗି, ୩।୬ (ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନରେ ଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପୁଣିଥରେ ପଡୋଶୀ ଆନ୍ଧ୍ର ପ୍ରଦେଶର ପଦାଧିକାରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri