ଉଚ୍ଚ ବିଦ୍ୟାଳୟରେ ଚାରାରୋପଣ

ବୋଲଗଡ଼,୧୬ା୭(ଡି.ଏନ୍‌.ଏ.)-ବୋଲଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ମଙ୍ଗଳବାର ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗେଡିଆପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏନ୍‌ସିସି ଅଧିକାରୀ ଦିବାକର ସାହୁ, ଶିକ୍ଷୟିତ୍ରୀ/ଶିକ୍ଷକ, କ୍ୟାଡ଼େଟ୍‌ ଓ ଛାତ୍ରୀଛାତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବୃକ୍ଷରୋପଣ, ସବୁଜ ବନାନୀକରଣ ପାଇଁ ଏକ ସଚେତନାତ୍ମକ ଶୋଭାଯାତ୍ରାରେ ସମସ୍ତେ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିଥିଲେ। ସେହିପରି ପିଚୁକୁଳିସ୍ଥିତ ଶ୍ରୀ ରଘୁନାଥଦେବ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଇକୋ କ୍ଲବ ଦାୟିତ୍ୱରେଥିବା ଶିକ୍ଷକ ବିଚିତ୍ରାନନ୍ଦ ରାୟଗୁରୁ ମହାପାତ୍ରଙ୍କ ନେତୃତ୍ୱରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉଦ୍ଦେଶ୍ୟରେ ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାବ୍ୟତୀତ ସାନପଦର ସାରସ୍ବତ ପାଠାଗାର ପକ୍ଷରୁ ବୃକ୍ଷ ବୃଦ୍ଧି ନିମନ୍ତେ ୩ ହଜାର ଚାରା ବଣ୍ଟନ କରାଯାଇଛି । ସୂଚନାଯୋଗ୍ୟ, ବନପାଳ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ କେତେକ ବିଦ୍ୟାଳୟ ସମେତ ନାଗାପଲ୍ଲୀ ସଂରକ୍ଷିତ ବନ ଅଞ୍ଚଳରେ ବୃକ୍ଷରୋପଣ କରାଯାଇଛି ।
ଫଟୋ-ଅତିଥିଙ୍କ ଦ୍ୱାରା ଚାରାରୋପଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ ଆସିଲେ ୧୯ ପଶୁପକ୍ଷୀ

ବାରଙ୍ଗ,୫ା୧୨(ଲିଙ୍ଗରାଜ ରାଉତ): ଶୁକ୍ରବାର ଭୋର୍‌ ସମୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଦଳବଦଳ ପ୍ରକିୟାରେ ୧୯ ନୂଆ ଅତିଥି (ପଶୁପକ୍ଷୀ) ଆସି ପହଞ୍ଚିଛନ୍ତି। ଏହି ଅଦଳବଦଳ ପ୍ରକିୟା ନନ୍ଦନକାନନ...

KIIT ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ବର,୧।୧୨: ପୁଣି ଚର୍ଚ୍ଚାରେ KIIT ବିଶ୍ବବିଦ୍ୟାଳୟ। KIIT ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ସୋମବାର ଜଣେ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ର...

ଶିଶୁ ନିଖୋଜ : ଉଦ୍ଧାରରେ ସବୁଠୁ ପଛରେ ଓଡ଼ିଶା

ଭୁବନେଶ୍ୱର,୩୦ା୧୧ (ସତ୍ୟଜିତ ରାଉତ): ନିଖୋଜ ଶିଶୁମାନଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ସ୍ଥିତି ଅତି ଖରାପ ରହିଛି। ନିକଟରେ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ...

ଓଡ଼ିଶାରେ ବଢ଼ିଛି ଶିଶୁ ନିଖୋଜ

ଭୁବନେଶ୍ୱର,୩୦ା୧୧ (ସତ୍ୟଜିତ ରାଉତ): ରାଜ୍ୟରେ ଶିଶୁମାନଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ହେଲେ ଏଥିରେ ସେତେମାତ୍ରାରେ ସଫଳତା ମିଳୁନାହିଁ।...

ଆୟୁଷ୍ମାନ ଆରୋଗ୍ୟ ଶିବିରରେ ରୋଗୀଙ୍କୁ ଏକ୍ସପାଏରୀ ବିସ୍କୁଟ ପ୍ରଦାନ

ବାଣପୁର,୨୭ା୧୧(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଚାଲିଥିବାବେଳେ ସରକାରଙ୍କ ନିୟମ ଅନୁସାରେ...

ପାହାଳ ରସଗୋଲାକୁ ନେଇ ଏମିତି କଥା କହିଦେଲେ କେନ୍ଦ୍ରମନ୍ତ୍ରୀ: ବାଟରେ…

ବାଲିଅନ୍ତା ୧୧। ୧୧ (ନୀଳମାଧବ ସାହୁ):କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସୋମବାର ଓଡ଼ିଶା ବିଖ୍ୟାତ...

ମହିଳାଙ୍କୁ ମୃତ ଭାବି ରାତିସାରା ଜଗି ରହିଲା ପୋଲିସ, ସକାଳୁ ଘଟିଲା ଅଜବ ଘଟଣା, ପୋଲିସ ଆଶ୍ଚର୍ଯ୍ୟ

ବୌଦ୍ଧ,୩୦।୧୦( ଅଜିତ କୁମାର ବାରିକ): ବୌଦ୍ଧ ଥାନାରେ ଗତ ବୁଧବାର ଦିନ ଏକ ଅଜବ ଘଟଣା ଘଟିଛି । ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ...

ଦେଢ଼ ମାସ ହେଲା ନିଖୋଜ ଥିଲେ, ନାଲସିଂ ପାହାଡ଼ରୁ ମିଳିଲା କଙ୍କାଳ; ପାଖରେ ପଡ଼ିଛି ବାଇକ, ମୋବାଇଲ…

ନିରାକାରପୁର,୨୯ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଜଣେ ବ୍ୟକ୍ତି ଗତ ଦେଢ଼ମାସ ହେଲା ଘରୁ ନିଖୋଜ ଥିବାବେଳେ ବୁଧବାର ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ନାଲସିଂସ୍ଥିତ ଅଟଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri