ଇସିଜି ପାଇଁ ଜୀବନ ଗଲା

କଟକ ଅଫିସ, ୧୯ା୧୧: ଏସ୍‌ସିବି ମେଡିକାଲ ଦିଲ୍ଲୀ ଏମ୍‌ସର ସମକକ୍ଷ ହେବ। ଗତ ସପ୍ତାହରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ଏସ୍‌ସିବି ମେଡିକାଲର ପ୍ରକୃତ ଚିତ୍ର କେତେ ବିକଳ ତାହା ଜଣେ ମହିଳାଙ୍କ ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ଘଟଣା ସମ୍ପର୍କରେ ହାଇକୋର୍ଟ ଆଡଭୋକେଟ ଦିବ୍ୟଲୋଚନ ସାହୁ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ସ୍ବାସ୍ଥ୍ୟ ସଚିବଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଆଡଭୋକେଟ ସାହୁଙ୍କ ଅଭିଯୋଗ ଅନୁଯାୟୀ, ଗତ ୩ ତାରିଖରେ ତାଙ୍କ ସମ୍ପର୍କୀୟ ଭାଉଜ ସୁନିତା ସାହୁ(୪୫) ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସ୍ବାମୀ ସତ୍ୟପ୍ରିୟ ମଧ୍ୟାହ୍ନ ୧୨ଟାରେ ସୁନିତାଙ୍କୁ ଧରି ଏସ୍‌ସିବି କାଜୁଆଲ୍‌ଟିକୁ ଯାଇଥିଲେ। କାଜୁଆଲ୍‌ଟି ଦାୟିତ୍ୱରେ ଥିବା ଡାକ୍ତର ସୁନିତାଙ୍କର ଇସିଜି କରିବା ପାଇଁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସତ୍ୟପ୍ରିୟ କାଜୁଆଲ୍‌ଟି ଇସିଜି ରୁମ୍‌କୁ ଗଲାବେଳେ ସେଠାରେ ଇସିଜି ହେଉ ନ ଥିବା ଉପସ୍ଥିତ କର୍ମଚାରୀମାନେ କହିଥିଲେ। ମେଡିସିନ ଆଉଟଡୋରକୁ ଯାଇ ଇସିଜି କରିବା ପାଇଁ ସେମାନେ ସତ୍ୟପ୍ରିୟଙ୍କୁ କହିଥିଲେ। ଏହାପରେ ସତ୍ୟପ୍ରିୟ ସୁନିତାଙ୍କୁ ଧରି ମେଡିସିନ ଆଉଟଡୋରକୁ ଯାଇଥିଲେ। ସେତେବେଳକୁ ଦିନ ୧ଟା ବାଜି ସାରିଥିଲା। ମାତ୍ର ଇସିଜି ରୁମ୍‌ ଆଗରେ ଲୋକଙ୍କ ଲମ୍ବା ଧାଡ଼ି ଲାଗିଥିଲା। ହଠାତ୍‌ ଇସିଜି ରୁମ୍‌ର ଜଣେ କର୍ମଚାରୀ ବାହାରି ଆସି କହିଥିଲେ, ଏବେ ଆଉ ଇସିଜି ହୋଇପାରିବ ନାହିଁ। ଲଞ୍ଚବ୍ରେକ୍‌ ସମୟ ହୋଇଗଲାଣି। ସାଢେ ୨ଟା ବେଳକୁ ଆସିଲେ ବାକି ରୋଗୀଙ୍କର ଇସିଜି କରାଯିବ। ଏହି ସମୟରେ ଆଡଭୋକେଟ ସାହୁ ସେଠାରେ ପହଞ୍ଚତ୍ଥିଲେ। ତେଣୁ କାଳବିଳମ୍ବ ନ କରି ତୁରନ୍ତ ଘରୋଇ ଇସିଜି କେନ୍ଦ୍ରକୁ ସୁନିତାଙ୍କୁ ନେଇଯିବାକୁ ସେ ଭାଇ ସତ୍ୟପ୍ରିୟଙ୍କୁ କହିଥିଲେ। ଏହି ଅନୁଯାୟୀ ସୁନିତାଙ୍କୁ ନିଆଯିବାକୁ ଉଦ୍ୟମ କରାଯିବାବେଳେ ମେଡିସିନ ଆଉଟଡୋର ସାମ୍ନାରେ ସେ ଅଧିକ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ସେଠାରେ ଥିବା ଏକ ବ୍ୟାଟେରି ଆମ୍ବୁଲାନ୍ସରେ କାଜୁଆଲ୍‌ଟିକୁ ପୁନର୍ବାର ନିଆଯାଇଥିଲା। ସେଠାରେ ସୁନୀତାଙ୍କୁ ଗୋଟିଏ ଇଞ୍ଜେକଶନ ଓ ଅକ୍ସିଜେନ ଦିଆଯାଇଥିଲା। ହେଲେ ଅପରାହ୍ନ ସାଢେ ୧ଟାରେ ସୁନିତାଙ୍କର ମୃତ୍ୟୁ ଘଟିଥିଲା। ଆଡଭୋକେଟ ସାହୁଙ୍କ ଅଭିଯୋଗ ହେଉଛି, ସରକାର ଏସ୍‌ସିବି ମେଡିକାଲକୁ ଏମ୍‌ସ ସମକକ୍ଷ କରିବା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ ଏଡେବଡ଼ ଡାକ୍ତରଖାନାରେ ସାମାନ୍ୟ ଇସିଜି ମେଶିନ ପାଇଁ ଜଣେ ରୋଗୀଙ୍କ ଜୀବନ ଯାଉଛି। ସୁନିତାଙ୍କ ମୃତ୍ୟୁ ପରେ ତାଙ୍କର ୩ଟି ପିଲା ଓ ସ୍ବାମୀ ଏବେ ମର୍ମାହତ। ଗୋଟିଏ ପରିବାର କେବଳ ଇସିଜି ମେଶିନ ପାଇଁ ଉଜୁଡିଯାଇଛି। ଏତେବଡ଼ ଡାକ୍ତରଖାନାର ଆଉଟଡୋରରେ ଗୋଟିଏ ଇସିଜି ମେଶିନ ଏବଂ ତାହା ପୁଣି ଲଞ୍ଚ ବ୍ରେକ୍‌ରେ ଦେଢଘଣ୍ଟା ବନ୍ଦ ରହିବା ସ୍ବାସ୍ଥ୍ୟ ବିଭାଗର ଦୟନୀୟ ଚିତ୍ରକୁ ପଦାରେ ପକାଇଛି ବୋଲି ସାହୁ ଅଭିଯୋଗ କରିଛନ୍ତି। କେବଳ ସୁନିତା ନୁହନ୍ତି ଅନେକ ରୋଗୀ ଏହିଭଳି ପ୍ରାଣ ହରାଉଛନ୍ତି, ଯାହାର ହିସାବ ରହୁ ନ ଥିବା ସାହୁ କହିଛନ୍ତି। କାଜୁଆଲ୍‌ଟି କିମ୍ବା ମେଡିସିନ ଆଉଟଡୋର ନୁହେଁ କାର୍ଡିଓଲୋଜି ବିଭାଗରେ ମଧ୍ୟ ସମାନ ଅବସ୍ଥା। ଜଣେ ଟେକ୍ନିସିଆନ ଓ ଜଣେ ରେଡିଓଗ୍ରାଫରରେ କାର୍ଡିଓଲୋଜିର କ୍ୟାଥୋଲାବ୍‌ ଚାଲିଛି। ଫଳରେ ଦୈନିକ ଆଞ୍ଜିଓଗ୍ରାମ ଓ ଆଞ୍ଜିଓପ୍ଲାଷ୍ଟି ପାଇଁ ରୋଗୀ ଫେରୁଛନ୍ତି। ଯେଉଁ ହାରରେ ରୋଗୀ ଆସୁଛନ୍ତି ଆହୁରି ଅଧିକ କ୍ୟାଥୋଲାବ ଓ ଟେକ୍ନିସିଆନ ଆବଶ୍ୟକ ଥିବା ଜଣେ ଡାକ୍ତର କହିଛନ୍ତି। ମୁଖ୍ୟତଃ ସରକାର ସ୍ବାସ୍ଥ୍ୟସେବାକୁ ମାଗଣା କରିଦେବା ପରେ ରୋଗୀ ସଂଖ୍ୟା ଦ୍ରୁତଗତିରେ ବଢିଯାଇଛି। ମାତ୍ର ମାଗଣା କରିଦେଇ ଭିତ୍ତିଭୂମିରେ କୌଣସି ସୁଧାର ନ ଆସିବା ଯୋଗୁ ଅନେକ ଅପ୍ରୀତିକର ପରିସ୍ଥିତି ଉପୁଜୁଥିବା ମେଡିକାଲର ଜଣେ ବରିଷ୍ଠ ପ୍ରଫେସର କହିଛନ୍ତି।
ଅଭିଯୋଗର ତଦନ୍ତ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ମେଲ୍‌ ଏସ୍‌ସିବି ମେଡିକାଲରେ ପହଞ୍ଚତ୍ଥିବା ଜଣାପଡ଼ିଛି। ତେବେ କ’ଣ ହୋଇଛି ବୁଝିଲା ପରେ କହିବି ବୋଲି ଏସ୍‌ସିବି ମେଡିକାଲ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri