Posted inଖେଳ

ଇଷ୍ଟ ଜୋନ୍‌ ସ୍ନୁକର: ବିପର୍ଯ୍ୟୟ ଘଟାଇଲେ ସୌଭାଗ୍ୟ କ୍ୱାର୍ଟର ଫାଇନାଲ ଚୂଡାନ୍ତ

ଭୁବନେଶ୍ୱର,୧୨।୯(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ପଟିଆସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଫାଲ୍‌କନ ଚିଲିକା ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ ବୁଧବାର ସପ୍ତମ ଦିବସରେ ପହଞ୍ଚିଛି। ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲ ଲାଇନ୍‌ଅପ୍‌ ଚୂଡାନ୍ତ ହୋଇଛି। କ୍ୱାର୍ଟର ଫାଇନାଲରେ ପଶ୍ଚିମବଙ୍ଗର ମନୀଷ ଜୈନ ଓ ଓଡ଼ିଶାର ଆଶୁତୋଷ ପାଢ଼ୀ, ପଶ୍ଚିମବଙ୍ଗର ଶାହବାଜ ଆଦିଲ ଖାଁ ଓ ଓଡ଼ିଶାର ସୌଭାଗ୍ୟ ବେହେରା, ଓଡ଼ିଶାର ସୁବ୍ରତ ଦାସ ଓ ସୋଏବ ଖାଁ ଏବଂ ଓଡ଼ିଶାର ଆକାଶ ମହାପାତ୍ର ଓ ରେଲଓ୍ବେର ନୀରଜ କୁମାର ପରସ୍ପରକୁ ଭେଟିବେ। ଶୁକ୍ରବାର କ୍ୱାର୍ଟର ଫାଇନାଲ ମ୍ୟାଚଗୁଡିକ ଖେଳାଯିବ।
ସୁବ୍ରତ ଦାସଙ୍କ ଛାତ୍ର ତଥା ଅଣସିଡ୍‌ ଖେଳାଳି ଓଡ଼ିଶାର ସୌଭାଗ୍ୟ ବେହେରା ଏକ ବଡ଼ ବିପର୍ଯ୍ୟୟ ଘଟାଇବା ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ବୁଧବାର ସେ ଭାରତର ପୂର୍ବତନ ୭ ନମ୍ବର ଖେଳାଳି ତଥା ଏକାଧିକ ବାର ଓ୍ବେଷ୍ଟ ବେଙ୍ଗଲ୍‌ ଟାଇଟଲ ଜିତିଥିବା ଆମୀର ହୁସେନଙ୍କୁ ୪-୧ରେ କ୍ୱାର୍ଟରକୁ ଉଠିଛନ୍ତି। ସେହିପରି ପୂର୍ବତନ ଓ୍ବେଷ୍ଟବେଙ୍ଗଲ ଚାମ୍ପିୟନ ତଥା ସବ୍‌ ଜୁନିୟର ଜାତୀୟ ଚାମ୍ପିୟନ ସୋଏବ ଖାଁ ୪-୨ରେ ଓଡ଼ିଶାର ରାକେଶ ରୋଶନ ପ୍ରଧାନଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ପୂର୍ବରୁ ଏକାଧିକବାର ଓ୍ବେଷ୍ଟବେଙ୍ଗଲ ଚାମ୍ପିୟନ ହୋଇଥିବା ପୂର୍ବତନ ଜୁନିୟର ୨ ନମ୍ବର ଖେଳାଳି ପଶ୍ଚିମବଙ୍ଗର ମନୀଷ ଜୈନ ୪-୩ରେ ଛତିଶଗଡ଼ର ଆଦର୍ଶ ବର୍ମାଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟଏକ ମ୍ୟାଚ୍‌ରେ ରେଲଓ୍ବେର ଶ୍ରେଷ୍ଠ ତଥା ଭାରତର ୩୨ ନମ୍ବର ଖେଳାଳି ପଶ୍ଚିମବଙ୍ଗର ନୀରଜ କୁମାର ୪-୦ରେ ଓଡ଼ିଶାର ଜିତେନ ଷଡଙ୍ଗୀଙ୍କୁ ହରାଇ କ୍ୱାର୍ଟରକୁ ଉଠିଛନ୍ତି।
ସେହିପରି ମଙ୍ଗଳବାର ଓଡ଼ିଶାର ଆଶୁତୋଷ ପାଢ଼ୀ ୪-୧ରେ ପଶ୍ଚିମବଙ୍ଗର କିଙ୍ଗସୁକ୍‌ ଶାହାଙ୍କୁ ୪-୧ରେ ହରାଇ କ୍ୱାର୍ଟରକୁ ଉଠିଥିଲେ। ଅନ୍ୟ ଏକ ମ୍ୟାଚ୍‌ରେ ଓଡ଼ିଶାର ଆକାଶ ମହାପାତ୍ର ନିଜ ରାଜ୍ୟର ମହମ୍ମଦ ରାଜାଙ୍କୁ ୪-୨ରେ ହରାଇ କ୍ୱାର୍ଟରକୁ ଉଠିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri