ଇରାନ ଚକ୍ରାନ୍ତର ନିପୁଣ କାସିମ ସୋଲେମାନୀ: ମଧ୍ୟପ୍ରାଚ୍ୟରେ ଗଢ଼ିଥିଲେ ଏକ ଶିୟା କ୍ଷମତା କକ୍ଷ

ନ୍ୟୁୟର୍କ,୪ା୧: ଇରାନ ସେନାର ଶକ୍ତିଶାଳୀ କମାଣ୍ଡର ଜେନେରାଲ କାସିମ ସୋଲେମାନୀ ଇରାକ, ସିରିଆ, ଲେବାନନ ଓ ୟେମେନ ସହ ପ୍ରତ୍ୟକ୍ଷ ଯୁଦ୍ଧ ପାଇଁ ସହାୟକ ହୋଇଥିଲେ। ଏକ ଆଞ୍ଚଳିକ ଶିୟା କ୍ଷମତା କେନ୍ଦ୍ର ପ୍ରତିଷ୍ଠା ପାଇଁ ଇରାନ ଉଦ୍ୟମର ଚେହେରା ପାଲଟିଥିଲେ ଏହି ୬୨ ବର୍ଷୀୟ ସ୍ପାଏ ମାଷ୍ଟର। ସୋଲେମାନୀ ସିରିଆ ଗୃହଯୁଦ୍ଧର ରୂପ ବଦଳାଇ ଦେବା ସହ ଇରାକରେ ଇରାନର ହାତମୁଠାକୁ ଟାଣ କରିଥିଲେ। ଇରାକରେ ଶତାଧିକ ଆମେରିକୀୟଙ୍କ ହତ୍ୟା ଏବଂ ଇସ୍ରାଏଲ ବିରୋଧରେ ବିଦ୍ରୋହୀଙ୍କ ଆକ୍ରମଣ ପଛରେ ସେ ରହିଥିଲେ। ତାଙ୍କ ନିପୁଣତା ମଧ୍ୟପ୍ରାଚ୍ୟରେ ଏକ ଶିଆ କ୍ଷମତା କକ୍ଷ ନିର୍ମାଣ କରିଥିଲା। ଏହି କ୍ଷମତା କକ୍ଷର କେନ୍ଦ୍ରରେ ରହିଥିଲା ଇରାନ। ତାଙ୍କ ମୃତ୍ୟୁ ଏବେ ସମ୍ପୃକ୍ତ କ୍ଷେତ୍ରରେ ରାଜନୈତିକ ଉତ୍ତେଜନାରେ ଏକ ନୂଆ ଅଧ୍ୟାୟ ଯୋଡ଼ିପାରେ। ୧୯୭୯ରେ କିଶୋରାବସ୍ଥାରେ ଇସ୍‌ଲାମିକ ଗାର୍ଡସ କର୍ପସରେ ଯୋଗଦେଇ ଜେନେରାଲ ସୋଲେମାନୀ ଇରାନର ବିପ୍ଳବୀ ପିଢ଼ିର ଅଗ୍ରଦୂତ ସାଜିଥିଲେ। ୧୯୮୦ ଦଶକରେ ସେ ଇରାନ-ଇରାକ ଯୁଦ୍ଧ ବେଳେ ତାଙ୍କ ସାମରିକ କ୍ୟାରିୟରରେ ଉତ୍‌ଥାନ ଆସିଥିଲା। ୧୯୯୮ ପର୍ଯ୍ୟନ୍ତ ସେ ରିଭୋଲ୍ୟୁଶନାରି ଗାର୍ଡର ପ୍ରଭାବଶାଳୀ କୁଦ୍‌ସ ଫୋର୍ସର ମୁଖ୍ୟ ଥିଲେ। ପାଶ୍ଚାତ୍ୟରେ ତାଙ୍କୁ ଇରାନର ଆନ୍ତର୍ଜାତିକ ଆତଙ୍କବାଦ ଅଭିଯାନର ଏକ ଗୁପ୍ତ ଶକ୍ତି ରୂପେ ବିବେଚନା କରାଯାଉଥିଲା। ସୌଦି ଆରବର ଜଣେ ରାଷ୍ଟ୍ରଦୂତଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ଅଭିଯୋଗରେ ସୋଲେମାନୀ ଓ ଅନ୍ୟ ଇରାନ ଅଧିକାରୀମାନଙ୍କୁ ୨୦୧୧ରେ ଆମେରିକା ଓ ଇସ୍ରାଏଲ ଆତଙ୍କବାଦୀ ଘୋଷଣା କରିଥିଲେ। ଗତବର୍ଷ ଏପ୍ରିଲରେ ସମ୍ପୂର୍ଣ୍ଣ କୁଦ୍‌ସ ବଳକୁ ଟ୍ରମ୍ପ୍‌ ପ୍ରଶାସନ ଅନ୍ତର୍ଜାତୀୟ ଆତଙ୍କବାଦୀ ଗୋଷ୍ଠୀ ଭାବେ ତାଲିକାଭୁକ୍ତ କରିଥିଲା। କିନ୍ତୁ ଇରାନରେ ବିଶେଷକରି ସୁରକ୍ଷା ସଂସ୍ଥାଗୁଡ଼ିକରେ ତାଙ୍କୁ ଜଣେ ହିରୋ ଭାବେ ବିବେଚନା କରାଯାଏ। ନିପୁଣତା ବଳରେ ସୋଲେମାନୀ ନିଜ ପାଇଁ ଜଣେ ଯୋଦ୍ଧା-ଦାର୍ଶନିକର ଛବି ତିଆରି କରିଥିଲେ, ଯାହାକୁ ନେଇ ସେ ଅନେକ ଶତ୍ରୁଙ୍କ ବିରୋଧରେ ଇରାନର ଜାତୀୟ ପ୍ରତିରକ୍ଷାର ମେରୁଦଣ୍ଡ ରୂପେ ଛିଡ଼ା ହୋଇଥିଲେ। ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନିଙ୍କ ଘନିଷ୍ଠ ଥିବା ଏହି ଯୋଦ୍ଧାଙ୍କ ମୃତ୍ୟୁ ପରେ ଦେଶରେ ତିନିଦିନିଆ ଶୋକଦିବସ ପାଳନ କରାଯାଉଛି। ଭଗବାନଙ୍କ ନିକଟକୁ ଯାତ୍ରା ତାଙ୍କର ମିଶନକୁ ଏଇଠି ଶେଷ କରିଦେଇନାହିଁ ବୋଲି ଖାମେନି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri