ଇର୍ଫାନ-ରିଷିଙ୍କ ମଧ୍ୟରେ ଥିଲା ଅଜବ ସଂଯୋଗ

ମୁମ୍ବାଇ: ବଲିଉଡ୍‌ ପାଇଁ ଏପ୍ରିଲ ମାସର ଶେଷ ଦୁଇ ଦିନ ଥିଲା ବେଶ୍‌ ଦୁଃଖଦ। ଏପ୍ରିଲ ୨୯-୩୦କୁ ବଲିଉଡ୍‌ ପାଇଁ କଳା ଦିନ ବୋଳି କୁହାଯାଉଛି। ଦୁଇ ଦିନ ମଧ୍ୟରେ ବଲିଉଡ୍‌ ହରାଇଲା ତା’ର ଦୁଇ ପୋଖତ କଳାକାରଙ୍କୁ। ୨୯ ତାରିଖରେ ଇର୍ଫାନ ଖାଁଙ୍କ କ୍ୟାନସରରେ ମୃତ୍ୟୁ ହେବାର ୨୪ ଘଣ୍ଟା ନ ପୁରୁଣୁ ଖବର ଆସିଲା ବଲିଉଡ୍‌ର ବରିଷ୍ଠ କଳାକାର ରିଷି କପୁରଙ୍କର ୬୭ ବର୍ଷ ବୟସରେ ପରଲୋକ ହୋଇଛି। ଏହା ସିନେପ୍ରେମୀଙ୍କ ମନକୁ ଭାରାକ୍ରାନ୍ତ କରିଦେଲା। ଏବେ ଆଲୋଚନା ହେଉଛି କି ଏହି ଦୁଇ କଳାକାରଙ୍କ ମଧ୍ୟରେ ଥିଲା ଏକ ଅଜବ ସଂଯୋଗ। ଦୁହେଁ ୨୦୧୮ରେ କ୍ୟାନସରରେ ପୀଡିତ ହୋଇଥିଲେ। ବିଦେଶରେ ଚିକତ୍ସିତ ହୋଇ ଦୁହେଁ ୨୦୧୯ରେ ଭାରତ ଫେରିଥିଲେ। ଇର୍ଫାନ ଫେବୃୟାରୀରେ ଭାରତ ଆସିଥିବା ବେଳେ ରିଷି ୨୦୧୯ ସେପ୍ଟେମ୍ବରରେ ଭାରତ ଫେରି ଆସିଥିଲେ। ଆଉ ଏହାପରେ ଦୁହେଁ ୨୦୨୦ରେ ଆଗପଛ ହୋଇ ଇହଲିଳା ସମ୍ବରଣ କଲେ। ଇର୍ଫାନ-ରିଷି ‘ଡି-ଡେ’ ଫିଲ୍ମରେ ଯେଉଁ ଅଭିନୟ କରିଛନ୍ତି ଏବେ ତା’ର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉଭୟଙ୍କ କ୍ୟାରିୟରରେ ଏହି ଫିଲ୍ମ ସର୍ବଶ୍ରେଷ୍ଠ ଫିଲ୍ମ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି। ସେହିପରି ଇର୍ଫାନ-ରିଷିଙ୍କ ମଧ୍ୟରେ ଆଉ ଏକ ସଂଯୋଗ ହେଉଛି ଉଭୟ ନିଜ ନିଜ ମା’ଙ୍କ ଅନ୍ତିମ ଦର୍ଶନ କରିପାରି ନ ଥିଲେ। ନିକଟରେ ଇର୍ଫାନଙ୍କ ମା’ଙ୍କ ଦେହାନ୍ତ ହୋଇଥିଲେ ମଧ୍ୟ ଅସୁସ୍ଥତା ଓ ଲକ୍‌ଡାଉନ କାରଣରୁ ସେ ତାଙ୍କ ମା’ଙ୍କ ଶେଷ ଦର୍ଶନ କରିପାରି ନ ଥିଲେ। ସେହିପରି ୨୦୧୮ରେ ରିଶି କପୁରଙ୍କ ମା’ଙ୍କ ଦେହାନ୍ତ ସମୟରେ ସେ ଚିକିତ୍ସିତ ହେବାକୁ ବିଦେଶ ଯାଇଥିବାରୁ ଶେଷ ସମୟରେ ମା’ଙ୍କୁ ଦର୍ଶନ କରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri