Posted inଜାତୀୟ

ପୃଥିବୀ କକ୍ଷରେ ଚନ୍ଦ୍ରୟାନ-୨; ଇତିହାସ ରଚିଲା ଇସ୍ରୋ

ଶ୍ରୀହରିକୋଟା,୨୩।୭: ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରୟାନ-୨ ସୋମବାର ଅପରାହ୍ନ ୨ଟା ୪୩ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯାଇଛି। ଜିଏସ୍‌ଏଲ୍‌ଭି ମାର୍କ-୩ ବାହୁବଳୀ ରକେଟରେ ଏହାର ଉତ୍‌କ୍ଷେପଣ ହୋଇଛିି। ଏହା ସେପ୍ଟେମ୍ବର ୬ରେ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଅବତରଣ କରିବ। ପୃଥିବୀକୁ ଚନ୍ଦ୍ରର ଉତ୍ତର ପାର୍ଶ୍ୱ ଦେଖାଯାଇଥାଏ। ଏହାର ଦକ୍ଷିଣ ପାର୍ଶ୍ୱରେ କମ୍‌ ଆଲୋକ ପଡୁଥିବାରୁ ଏହା ଅନ୍ଧାର ଭଳି ଦେଖାଯାଇଥାଏ। ପ୍ରଥମ ମହାକାଶ ଯାନ ଭାବେ ଚନ୍ଦ୍ରୟାନ-୨ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱ ସମ୍ପର୍କରେ ତଥ୍ୟ ପ୍ରେରଣ କରିବ। ଏହି ତଥ୍ୟ ଭବିଷ୍ୟତ ଚନ୍ଦ୍ର ମିଶନ ପାଇଁ ବେଶ୍‌ ସହାୟକ ହୋଇପାରିବ ବୋଲି କୁହାଯାଉଛି। ୪୪ ମିଟର ଉଚ୍ଚତା ବିଶିଷ୍ଟ ଚନ୍ଦ୍ରୟାନ-୨ରେ ଥିବା ଓର୍ବିଟରର ଲମ୍ବ ୨.୫ ମିଟର। ଏହାର ଓଜନ ୩୫ ଶହ କିଗ୍ରା ରହିଛି। ସେହିପରି ଏଥିରେ ଥିବା ଲାଣ୍ଡର ବିକ୍ରମର ଲମ୍ବ ୩.୫ ମିଟର ରହିଛି। ଏହାର ଓଜନ ୧୪ ଶହ କିଗ୍ରା। ଏଥିରେ ଥିବା ରୋଭର ପ୍ରଜ୍ଞାର ଲମ୍ବ ଏକ ମିଟର ଏବଂ ଏହାର ଓଜନ ୨୭ କିଗ୍ରା ରହିଛି।

ଚନ୍ଦ୍ରୟାନ-୨ର ବିଶେଷତ୍ୱ


ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବାର ଏହା ପ୍ରଥମ ମିଶନ୍‌।
ନିଜସ୍ବ ଜ୍ଞାନକୌଶଳରେ ଚନ୍ଦ୍ରୟାନ-୨କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ଭାରତର ଏହା ପ୍ରଥମ ପ୍ରୟାସ ।
ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡ୍‌ କରିବାରେ ଆମେରିକା, ରୁଷିଆ ଓ ଚାଇନା ପରେ ଭାରତ ବିଶ୍ୱର ଚତୁର୍ଥ ଦେଶ।
ଅର୍ବିଟର: ଏହାର ଓଜନ ୨,୩୭୯ କିଲୋଗ୍ରାମ। ଏଥିରେ ୮ଟି ପେଲୋଡ୍‌ ରହିଛି। ଏହା ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଡିପ୍‌ ସ୍ପେସ ନେଟ୍‌ଓ୍ବାର୍କ (ଆଇଡିଏସଏନ)କୁ ତଥ୍ୟ ପଠାଇବ। ଏହାର ଲ୍ୟାଣ୍ଡର ସହ ବି ସମ୍ପର୍କ ରହିବ। ଟେରାଇନ ମ୍ୟାପିଂ କ୍ୟାମେରା ପୂରା ଚନ୍ଦ୍ରର ଏଲିଭେସନ ମଡେଲ ପ୍ରସ୍ତୁତ କରିବ। ଲାର୍ଜ ଏରିଆ ସଫ୍ଟ ଏକ୍ସ-ରେ ସ୍ପେକ୍ଟ୍ରୋମିଟର ଚନ୍ଦ୍ରପୃଷ୍ଠର ବିଭିନ୍ନ ଉପାଦାନ ଉପରେ ପରୀକ୍ଷା କରିବ ।
ସୋଲାର ଏକ୍ସରେ ମନିଟର-ସୋଲାର ଏକ୍ସରେ ସ୍ପେକ୍ଟ୍ରମର ଇନପୁଟ ଉପଲବ୍ଧ କରାଇବ।
ଲ୍ୟାଣ୍ଡର ବିକ୍ରମ: ଏହାର ଓଜନ ୧,୪୭୧ କିଲୋଗ୍ରାମ। ପ୍ରତି ସେକେଣ୍ଡରେ ଦୁଇ ମିଟର ଗତି କରିବ। ବେଙ୍ଗାଲୁରୁର ଆଇଡିଏସଏନ ସହ ଅର୍ବିଟର ଓ ରୋଭରର ସମ୍ପର୍କ କରାଇବ। ସରଫେସ ଥର୍ମୋ ଫିଜିକାଲ ଏକ୍ସପେରିମେଣ୍ଟ-ଚନ୍ଦ୍ରର ଥର୍ମାଲ କଣ୍ଡକ୍ଟିିଭିଟି ଉପରେ ତଥ୍ୟ ସଂଗ୍ରହ କରିବ। ଲେଙ୍ଗମ୍ୟୁର ପ୍ରୋବ ଚନ୍ଦ୍ରପୃଷ୍ଠ ସମ୍ପର୍କରେ ଅଧ୍ୟୟନ କରିବ।
ରୋଭର ପ୍ରଜ୍ଞା: ଏହା ସୌର ଶକ୍ତି ସାହାଯ୍ୟରେ ଏହା ପ୍ରତି ସେକେଣ୍ଡରେ ଏକ ସେଣ୍ଟିମିଟର ଗତି କରିବ।

୨୦୦୩ରୁ ଆରମ୍ଭ ହୋଇଥିଲା ମୁନ୍‌ ମିଶନ
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୦୦୦ ଅଗଷ୍ଟ ୧୫ ସ୍ବାଧୀନତା ଦିବସ ବାର୍ତ୍ତାରେ ଚନ୍ଦ୍ରୟାନ ମିଶନ ସମ୍ପର୍କରେ ଘୋଷଣା କରିଥିଲେ। ଭାରତର ଏହି ମୁନ୍‌ ମିଶନ୍‌ ୨୦୦୩ରୁ ଆରମ୍ଭ ହୋଇଥିଲା।
୨୦୦୩ ନଭେମ୍ବର: ମୁନ୍‌ ମିଶନକୁ ସରକାର ଅନୁମୋଦନ କରିଥିଲେ।
୨୦୦୮ ଅକ୍ଟୋବର ୨୨: ଶ୍ରୀହରିକୋଟାର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରୟାନ-୧ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଥିଲା।
୨୦୦୮ ନଭେମ୍ବର ୨୬: ଚନ୍ଦ୍ରୟାନ-୧ରେ ଥିବା ସ୍ବଦେଶୀ ଜ୍ଞାନକୌଶଳଯୁକ୍ତ ଟେରେନ ମ୍ୟାପିଙ୍ଗ୍‌ କ୍ୟାମେରା ପ୍ରଥମେ କାର୍ଯ୍ୟକ୍ଷମ ହୋଇ ଚନ୍ଦ୍ରପୃଷ୍ଠର ଫଟୋ ଉତ୍ତୋଳନ ପୃଥିବୀକୁ ପଠାଇଥିଲା।
୨୦୦୯ ଅଗଷ୍ଟ ୨୮: ଚନ୍ଦ୍ରାୟନ-୧ ୨ବର୍ଷ କାର୍ଯ୍ୟକ୍ଷମ ରହିବ ବୋଲି ଆଶା କରାଯାଉଥିବାବେଳେ ଏହିଦିନ ହଠାତ ତାହା ସହ ଯୋଗାଯୋଗ ବନ୍ଦ ହୋଇଯାଇଥିଲା। ଏହି ଯାନ ଚନ୍ଦ୍ରର କକ୍ଷପଥରେ ୩୧୨ ଦିନ କାର୍ଯ୍ୟକ୍ଷମ ରହିଥିଲା।
୨୦୦୭ ନଭେମ୍ବର ୧୨: ଚନ୍ଦ୍ରୟାନ-୨ ପ୍ରକଳ୍ପ ଲାଗି ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ରୁଷିଆ ଫେଡେରାଲ ସ୍ପେସ୍‌ ଏଜେନ୍ସି (ରସ୍‌କସ୍‌ମସ୍‌) ଓ ଇସ୍ରୋ ମଧ୍ୟରେ ରାଜିନାମା ସ୍ବାକ୍ଷର ହୋଇଥିଲା।
୨୦୦୮ ସେପ୍ଟେମ୍ବର ୧୮: ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଉକ୍ତ ମିଶନକୁ ଅନୁମୋଦନ କରାଯାଇଥିଲା।
୨୦୦୯ ଅଗଷ୍ଟ: ଇସ୍ରୋ ଏବଂ ରସ୍‌କସ୍‌ମସ୍‌ ଚନ୍ଦ୍ରୟାନ-୨ର ଡିଜାଇନ୍‌ ସମ୍ପୂର୍ଣ୍ଣ କରିଥିଲେ। ତେବେ ଲ୍ୟାଣ୍ଡର ନିର୍ମାଣ କରିବାରେ ରୁଷିଆ ବିଳମ୍ବ କରିବାରୁ ଏହାର କାର୍ଯ୍ୟକ୍ରମକୁ ବାରମ୍ବାର ସ୍ଥଗିତ ରଖିବାକୁ ପଡିଥିଲା। ଶେଷରେ ରସ୍‌କସ୍‌ମସ୍‌ ଚୁକ୍ତିନାମାରୁ ଓହରିଯିବାରୁ ଭାରତ ଏକାକୀ ମୁନ୍‌ ମିଶନ୍‌କୁ ଆଗେଇନେବାକୁ ନିଷ୍ପତ୍ତି ନେଇଥିଲା।
୨୦୧୯ ଜୁନ୍‌ ୨୮: ଲଞ୍ଚ ଭେହିକିଲ୍‌ ଜିଏସ୍‌ଏଲ୍‌ଭି ଏମ୍‌କେ୩-ଏମ୍‌୧ ଏବଂ ଚନ୍ଦ୍ରୟାନ-୨ରେ ବ୍ୟାଟେରି ସଂଯୋଗ ହୋଇ ଉତ୍‌କ୍ଷେପଣ ପାଇଁ ପ୍ରସ୍ତୁତ ହୋଇଥିଲା।
୨୦୧୯ ଜୁଲାଇ ୧: ଜିଏସ୍‌ଏଲ୍‌ଭି ରକେଟରେ ସଂଯୋଗ ହେବା ଲାଗି ଚନ୍ଦ୍ରୟାନ-୨ ପ୍ରସ୍ତୁତ ହୋଇଥିଲା। ୨୦୧୯ ଜୁଲାଇ ୭: ଜିଏସ୍‌ଏଲ୍‌ଭି ଏମ୍‌କେ୩-ଏମ୍‌୧କୁ ଲଞ୍ଚ୍‌ ପ୍ୟାଡ୍‌କୁ ନିଆଯାଇଥିଲା।
୨୦୧୯ ଜୁଲାଇ ୮: ଉତ୍‌କ୍ଷେପଣ ପାଇଁ ପ୍ରଥମ ରିହରସାଲ ହୋଇଥିଲା।
୨୦୧୯ ଜୁଲାଇ ୧୫: ଏହି ଦିନ ଚନ୍ଦ୍ରୟାନ-୨ ଉତ୍‌କ୍ଷେପଣ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖିଥିଲେ।

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ


ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୨ର ସଫଳ ଉତ୍‌କ୍ଷେପଣ ପରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ବୈଜ୍ଞାନିକଙ୍କୁ ଦେଶବିଦେଶରୁ ଅଭିନନ୍ଦନର ସୁଅ ଛୁଟୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇ ଚନ୍ଦ୍ରୟାନ-୨ ମହାକାଶ ସମ୍ବନ୍ଧରେ ନୂତନ ଗବେଷଣାତ୍ମକ ତଥ୍ୟ ପ୍ରଦାନ କରିବାରେ ସହାୟକ ହେବ ବୋଲି କହିଛନ୍ତି। ଏହା ୧୩୦କୋଟି ଭାରତୀୟଙ୍କ ସ୍ବପ୍ନକୁ ସାକାର କରିଛି ବୋଲି ନବୀନ ପ୍ରକାଶ କରିଛନ୍ତି।
ଶ୍ରେୟ ନେବାକୁ କଂଗ୍ରେସର ଉଦ୍ୟମ

ଚନ୍ଦ୍ରୟାନ-୨ର ସଫଳ ଉତ୍‌କ୍ଷେପଣ ପରେ ଏହାର ଶ୍ରେୟ ନେବା ପାଇଁ କଂଗ୍ରେସ ପକ୍ଷରୁ ଉଦ୍ୟମ ହୋଇଛି। ଏହି ପ୍ରକଳ୍ପକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଞ୍ଜୁରୀ ପ୍ରଦାନ କରିଥିବାରୁ ତାଙ୍କୁ ଶ୍ରେୟ ମିଳିବା ଆବଶ୍ୟକ ବୋଲି କଂଗ୍ରେସ କହିଛି। ଏଥିସହିତ ମହାକାଶ ଗବେଷଣା ପାଇଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ୧୯୬୨ରେ ଇନ୍‌କୋସ୍ପାର ମାଧ୍ୟମରେ ପାଣ୍ଠି ଯୋଗାଇଦେଇଥିଲେ। ଏହା ପରବର୍ତ୍ତୀ ପର୍ଯ୍ୟାୟରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ରେ ପରିଣତ ହୋଇଥିଲା। ତେଣୁ ଚନ୍ଦ୍ରୟାନ-୨ର ସଫଳତା ନେହେରୁଙ୍କ ପାଖକୁ ଯିବା ଉଚିତ ବୋଲି କଂଗ୍ରେସ କହିଛି। ଅନ୍ୟପକ୍ଷରେ କଂଗ୍ରେସର ଏଭଳି ଉଦ୍ୟମକୁ ଭାଜପା ସମାଲୋଚନା କରିଛି। କଂଗ୍ରେସ ନିମ୍ନ ଧରଣର ମନ୍ତବ୍ୟ ଦେଇ ଭାରତର ଏତେବଡ଼ କାର୍ଯ୍ୟକ୍ରମକୁ ରାଜନୀତିକରଣ କରିଥିବା ଭାଜପା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri