Posted inଖେଳ

ଇଣ୍ଡିଆନ୍‌ ସୁପର ଲିଗ୍‌: କଳିଙ୍ଗରେ ଓଡ଼ିଶା ଏଫ୍‌ସିର ବିଜୟ ଅଭିଯାନ

ଭୁବନେଶ୍ୱର, ୨୮।୧୨(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ଏଫ୍‌ସି ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଏଠାରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ତାରକା ଷ୍ଟ୍ରାଇକର ଆରିଡେନ ଜେସସ୍‌ କାବେରା ସାନ୍ତାନାଙ୍କ ଡବଲ୍‌ ଗୋଲ ସହାୟତାରେ ଭ୍ରମଣକାରୀ ଜାମସେଦପୁର ଏଫ୍‌ସିକୁ ୨-୧ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଓଡ଼ିଶା ଲିଗ୍‌ରେ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳି ୩ ବିଜୟ, ୩ ଡ୍ର ଓ ୪ ପରାଜୟ ସହ ମୋଟ ୧୨ ପଏଣ୍ଟ ହାସଲ କରି ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଅନ୍ୟପଟେ ଜାମସେଦପୁର ସମାନ ସଂଖ୍ୟକ ମ୍ୟାଚ ଖେଳି ୩ ବିଜୟ, ୪ ଡ୍ର ଓ ୩ ପରାଜୟ ସହ ୧୩ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଗତ ୫ଟି ମ୍ୟାଚ୍‌ ଖେଳି ଜାମସେଦପୁର ଗୋଟିଏ ହେଲେ ବି ବିଜୟ ହାସଲ କରିପାରି ନ ଥିଲା। ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ସୋମବାର କଳିଙ୍ଗ ଷ୍ଟାଡିୟମରେ ଚେନ୍ନାଇନ୍‌ ଏଫ୍‌ସି କୁ ଭେଟିବ। ସେହିପରି ଜାମସେଦପୁର ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଗୁରୁବାର ନର୍ଥ ଇଷ୍ଟ ୟୁନାଇଟେଡକୁ ଭେଟିବ।
ମ୍ୟାଚ୍‌ରେ ଓଡ଼ିଶା ଆଧିପତ୍ୟ ବିସ୍ତାର କରି ଖେଳିଥିଲା ଓ ଘରୋଇ ଦର୍ଶକଙ୍କୁ ନିରାଶ କରି ନ ଥିଲା। ଦଳ ତରଫରୁ ସାନ୍ତାନା ୨୮ ଓ ୪୫ତମ ମିନିଟ୍‌ରେ ଗୋଲ ଦେଇଥିଲେ। ଅନ୍ୟପଟେ ୩୮ତମ ମିନିଟ୍‌ରେ ଜାମସେଦପୁର ତରଫରୁ ଡିଫେନ୍ସିଭ ମିଡଫିଲ୍ଡର ଏଇଟୋର ମୋନୋରଏ ପେନାଲ୍ଟି କିକ୍‌ ଜରିଆରେ ଗୋଟିଏ ଗୋଲ ଦେଇଥିଲେ। ମ୍ୟାଚ୍‌ ୧-୧ ସମାନ ସ୍ଥିତିରେ ପହଞ୍ଚିଥିଲା। ତେବେ ଶେଷରେ ସାନ୍ତାନା ଆଉ ଏକ ଗୋଲ ଦେଇ ଓଡ଼ିଶାକୁ ୨-୧ରେ ଅଗ୍ରଣୀ କରାଇଥିଲେ। ଚମତ୍କାର ପ୍ରଦର୍ଶନ ବଳରେ ସାନ୍ତାନା ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଏହାପରେ ସୁଯୋଗ ପାଇଥିଲେ ମଧ୍ୟ ଉଭୟ ଦଳ ଗୋଲ ସ୍କୋର କରିପାରି ନ ଥିଲେ। ଫଳରେ ଶେଷରେ ଓଡ଼ିଶା ବିଜୟୀ ହୋଇଥିଲା। ଏହି ବିଜୟ ଓଡ଼ିଶା ପାଇଁ ବିଶେଷ ଭାବେ ମହତ୍ତ୍ୱ ରଖୁଛି।
ମ୍ୟାଚ୍‌ରେ ଏକାଧିକ ନାଟକୀୟ ମୋଡ଼ ଦେଖିବାକୁ ମିଳିଥିଲା। ଦୁଇ ଦଳର ଖେଳାଳି ବହୁବାର ମୁହଁାମୁହିଁ ହୋଇଥିଲେ। ବହୁବାର ପରସ୍ପରକୁ ଧକ୍କା ଦେଇଥିଲେ ଓ ଏଥିପାଇଁ ମ୍ୟାଚ୍‌ରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା। ପ୍ରଥମାର୍ଦ୍ଧରେ ଅଧିକ ସଂଘର୍ଷ ଦେଖିବାକୁ ମିଳିଥିଲା। ଉଭୟ ଦଳ ବେଶ୍‌ କେତେଗୁଡିଏ ସୁଯୋଗ ସୃଷ୍ଟି କରିଥିଲେ। ତେବେ ଦ୍ୱିତୀୟାର୍ଦ୍ଧରେ ମ୍ୟାଚ୍‌ର ରୋମାଞ୍ଚ କମ୍‌ ଥିଲା। କାରଣ ଦ୍ୱିତୀୟାର୍ଦ୍ଧରେ ଗୋଟିଏ ହେଲେ ବି ଗୋଲ ସ୍କୋର ହୋଇ ନ ଥିଲା। ଜାମସେଦପୁର କିନ୍ତୁ ଓଡ଼ିଶା ଅପେକ୍ଷା ବଲ୍‌କୁ ଅଧିକ ନିଜ ପାଖରେ ରଖିଥିଲା। ପାସ ଆକୁରେସିରେ ମଧ୍ୟ ଜାମସେଦପୁର ଓଡ଼ିଶାକୁ ପଛରେ ପକାଇଥିଲା। ଓଡ଼ିଶା ଖେଳାଳିମାନେ ୨୨ଟି ଓ ଜାମସେଦପୁର ୧୩ଟି ଫାଉଲ ମାରିଥିଲେ। ଓଡ଼ିଶା ଖେଳାଳିମାନେ ୫ଟି ଓ ଜାମସେଦପୁର ଖେଳାଳିମାନେ ଗୋଟିଏ ହଳଦିଆ କାର୍ଡ ପାଇଥିଲେ। ଜାମସେଦପୁରକୁ ୫ଟି କର୍ନର ମିଳିଥିବା ବେଳେ ଓଡ଼ିଶାକୁ କୌଣସି କର୍ନର ମିଳି ନ ଥିଲା। ଭ୍ରମଣକାରୀ ଦଳ କ୍ୱାଲିଟି ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ବିଜୟୀ ହୋଇପାରି ନ ଥିଲା। ଘରୋଇ ଦର୍ଶକଙ୍କ ସମର୍ଥନ ଓଡ଼ିଶା ଖେଳାଳିଙ୍କୁ ବେଶ୍‌ ଉତ୍ସାହିତ କରିଥିଲା। ଓଡ଼ିଆ ଖେଳାଳି ଶୁଭମ ଷଡଙ୍ଗୀ ଘରୋଇ ଦଳ ତରଫରୁ ପଡିଆକୁ ଓହ୍ଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri