ଇଣ୍ଡିଆ ବୁକ୍‌ ଅଫ ରେକଡର୍‌ସରେ ଆଇଟିଆଇ

ବ୍ରହ୍ମପୁର ଅଫିସ,୧୯ା୩: ଦକ୍ଷତା ବିକାଶ ଓ ସ୍କ୍ରାପ୍‌ର ପୁନଃ ବିନିଯୋଗର ପ୍ରତିଫଳନ ଭାବେ ବ୍ରହ୍ମପୁର ଆଇଟିଆଇରେ ନିର୍ମିତ ‘ମାଇଣ୍ଡ, ହାର୍ଟ ଆଣ୍ଡ୍‌ ହ୍ୟାଣ୍ଡସ୍‌ ଶୋ’ ଓପନ୍‌ ସ୍କ୍ରାପ୍‌ ବଗିଚା ଏବେ ଇଣ୍ଡିଆ ବୁକ ଅଫ୍‌ ରେକଡର୍‌ସରେ ସ୍ଥାନୀତ ହୋଇଛି ା ଏଥିସହ ଏହା ଭାରତର ସର୍ବବୃହତ ସ୍କ୍ରାପ୍‌ ବଗିଚା ବୋଲି ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ଘୋଷଣା କରାଯାଇଥିବା ବୁଧବାର ଆଇଟିଆଇ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ କହିଛନ୍ତି ା ଆବର୍ଜନା ତଥା ସ୍କ୍ରାପ୍‌ ସାମଗ୍ରୀର ପୁନଃ ବିନିଯୋଗକୁ ନେଇ ଏକ ବର୍ଷ ପୂର୍ବେ ଛାତ୍ରୀଛାତ୍ରଙ୍କ ଦ୍ୱାରା ଏହି ବଗିଚା ପ୍ରସ୍ତୁତି ହୋଇଥିଲା ା ଫେବୃୟାରୀ ୭ରେ ଏହି ମ୍ୟୁଜିୟମ୍‌ ଲୋକାର୍ପିତ ହୋଇଥିଲା ା ଏକ ବର୍ଷ ମଧ୍ୟରେ ବିଭିନ୍ନ ଟ୍ରେଡର ଛାତ୍ରୀଛାତ୍ରଙ୍କ ଦ୍ୱାରା ୨୦ ଟି ବୃହତ୍‌କାୟ ମଡେଲକୁ ନେଇ ଏହା ନିମର୍ର୍ାଣ କରାଯାଇଛି ା ପ୍ରାୟ ୧୦ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଏହି ବଗିଚା ତଥା ଅପନ୍‌ ମ୍ୟୁଜିୟମ୍‌ ମଧ୍ୟରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସ୍କ୍ରାପ୍‌ ସାମଗ୍ରୀରେ ପ୍ରସ୍ତୁତ ୨୦ ଟି ୭ ଫୁଟରୁ ୭୦ ଫୁଟ ପର୍ଯ୍ୟନ୍ତ ଉଚ୍ଚର ମଡେଲ ସ୍ଥାନୀତ ହୋଇଛି ା ସେଥିରୁ ୭୩ ଫୁଟ ଉଚ୍ଚର ଗୀଟାର, ୨୨ ଫୁଟ ୮ ଇଞ୍ଚ ଉଚ୍ଚର ବନିଶି କଣ୍ଟା ମାଛ, ୩୨ ଫୁଟ ଉଚ୍ଚର ଜିରାଫ କଳାକୃତି ଉଭୟ ଇଣ୍ଡିଆ ବୁକ ଅଫ ରେକର୍ଡ ଓ ଏସିଆ ବୁକ ଅଫ ରେକଡର୍‌ସରେ ସ୍ଥାନୀତ ହୋଇଛି। ଏତଦ୍‌ବ୍ୟତୀତ ୨୮ ଫୁଟ ଉଚ୍ଚର ପେଡିଏଟର, ୨୨ ଫୁଟ ୩ ଇଞ୍ଚର ଆଇରନ ମ୍ୟାନ, ୬ ଫୁଟ ଉଚ୍ଚର ଟର୍ମିନେଟର, ୧୮ ଫୁଟ ଉଚ୍ଚର ଡଲଫିନ୍‌, ଅଲିଭରିଡ୍‌ଲେ କଇଁଛ, ୮ ଫୁଟ ଉଚ୍ଚ ଓ ୧୭ ଫୁଟ ଲମ୍ବର ହେଲିକପ୍ଟର, ୯ ଫୁଟର ଚେତକ, ୧୩ ଫୁଟ ଉଚ୍ଚର ପେଡିଏଟର, ୧୬ ଫୁଟ ଉଚ୍ଚର ହରିଣ ସହ ୬ ଫୁଟର ରୋବଟ୍‌, ୧୭ ଫୁଟର ରେନଡିୟର, ୨୨ ଫୁଟ ଲମ୍ବର ଝିଟିପିଟି, ୧୩ ଫୁଟ ଉଚ୍ଚତାର ମୟୁର, ୩ ଡି ଆର୍ଟର ଗାଈ, ୧୫ ଫୁଟ ଉଚ୍ଚର କିଙ୍ଗକଙ୍ଗ୍‌, ଯୁଦ୍ଧ ଟ୍ୟାଙ୍କ୍‌ ପ୍ରମୁଖ କଳାକୃତି ପ୍ରଦର୍ଶିତ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ଗ୍ରାମବାସୀଙ୍କ ଧାରଣା

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି ପାଇଁ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri