Posted inଖେଳ

ଇଣ୍ଡିଆ ଓପନ୍‌ ଆୟୋଜନ କରିବାକୁ ବିଏଆଇ ପ୍ରସ୍ତୁତ

ନୂଆଦିଲ୍ଲୀ,୨୮।୪ (ପି.ଟି.): ଆସନ୍ତା ଡିସେମ୍ବର- ଜାନୁୟାରୀରେ ୪ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଟୁର୍ନାମେଣ୍ଟ ଇଣ୍ଡିଆ ଓପନ ଆୟୋଜନ କରିବାକୁ ପ୍ରସ୍ତୁତ ବୋଲି ବ୍ୟାଡମିଣ୍ଟନ ଆସୋସିଏଶନ ଅଫ ଇଣ୍ଡିଆ (ବିଏଆଇ) କହିଛି। ତେବେ କୋଭିଡ-୧୯ ମହାମାରୀ ନିୟନ୍ତ୍ରଣକୁ ଆସିବା ନିହାତି ଆବଶ୍ୟକ ଓ ସରକାର ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଅନୁମତି ଦେବା ଆବଶ୍ୟକ ବୋଲି ବିଏଆଇ ତରଫରୁ କୁହାଯାଇଛି। ଇଣ୍ଡିଆ ଓପନ ମଧ୍ୟ ଅଲିମ୍ପିକ କ୍ୱାଲିଫାୟର ରୂପେ ବିବେଚିତ ହେଉଛି।

ଗତ ସପ୍ତାହରେ ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ବିଏଆଇକୁ ଏ ନେଇ ଏକ ଚିଠି ଲେଖିଥିଲା। କରୋନା ଭାଇରସ କାରଣରୁ ଗତମାସ ବାତିଲ ହୋଇଥିବା ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ସୁପର ୫୦୦ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ବିଏଆଇକୁ ନିର୍ଦ୍ଧାରିତ ସମୟ ବା ସ୍ଲଟ୍‌ ସ୍ଥିର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜବାବରେ ବିଏଆଇ ଦୁଇଟି ସ୍ଲଟ୍‌ ସମ୍ପର୍କରେ ଅବଗତ କରାଇଥିଲା। ଡିସେମ୍ବର କିମ୍ବା ଜାନୁୟାରୀରେ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ବିଏଆଇ ବିଡବ୍ଲ୍ୟୁଏଫ୍‌କୁ ଜଣାଇଥିଲା। ତେବେ ଏଥିପାଇଁ ସରକାରଙ୍କ ଅନୁମୋଦନ ଆବଶ୍ୟକ ବୋଲି ବିଏଆଇ ସାଧାରଣ ସମ୍ପାଦକ ଅଜୟ କୁମାର ସିଙ୍ଗାଣିଆ କହିଛନ୍ତି।

ଡିସେମ୍ବର କିମ୍ବା ଜାନୁୟାରୀ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଆମେ ପ୍ରସ୍ତୁତ ବୋଲି ଜଣାଇଛୁ। ତେବେ ବିଶ୍ୱରେ ଦେଖାଦେଇଥିବା ସ୍ବାସ୍ଥ୍ୟଗତ ସମସ୍ୟା ଓ ସରକାରଙ୍କ ଅନୁମୋଦନ ଉପରେ ସବୁ କିଛି ନିର୍ଭର କରେ ବୋଲି ସିଙ୍ଗାଣିଆ ସ୍ପଷ୍ଟ କରିଛନ୍ତି। ଗତ ସପ୍ତାହରେ ଆମେ ବିଡବ୍ଲ୍ୟୁଏଫ୍‌ଠାରୁ ମେଲ୍‌ ପାଇଥିଲୁ। ସେପ୍ଟେମ୍ବରରେ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଆମକୁ କୁହାଯାଇଥିଲା। ତେବେ ଡିସେମ୍ବରକୁ ପ୍ରଥମ ବିକଳ୍ପ ଓ ଜାନୁୟାରୀକୁ ଦ୍ୱିତୀୟ ବିକଳ୍ପ ଭାବେ ବିଚାର କରୁଥିବା କଥା ଆମେ ବିଡବ୍ଲ୍ୟୁଏଫ୍‌କୁ ଜଣାଇଛୁ। ଏହା ଏବେ ବିଭିନ୍ନ ସ୍ଥିତି ଉପରେ ନିର୍ଭର କରୁଛି। ଅନ୍ତର୍ଜାତୀୟ ଯାତ୍ରାକୁ ଏବେ ବାସନ୍ଦ କରାଯାଇଛି। ଇଣ୍ଡିଆ ଓପନ ନୂଆ ଦିଲ୍ଲୀରେ ମାର୍ଚ୍ଚ ୨୪ରୁ ୨୯ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା।

ଏପ୍ରିଲ ୨୮ ଅଲିମ୍ପିକ୍‌ କ୍ୱାଲିଫିକେଶନ ଡେଡ୍‌ ଲାଇନ୍‌ ମଧ୍ୟରେ ସାମିଲଥିବା ଓ ବାତିଲ ହୋଇଥିବା ଟୁର୍ନାମେଣ୍ଟଗୁଡିକ ହେଲା ସୁଇସ୍‌ ଓପନ ସୁପର ୩୦୦ (ମାର୍ଚ୍ଚ ୧୭-୨୨), ମାଲେସିଆ ଓପନ ସୁପର ୭୫୦ (ମାର୍ଚ୍ଚ ୩୧- ଏପ୍ରିଲ ୫), ସିଙ୍ଗାପୁର ଓପନ ସୁପର ୫୦୦ (ମାର୍ଚ୍ଚ ୭- ୧୨) ଓ ବ୍ୟାଡମିଣ୍ଟନ ଏସିଆ ଚାମ୍ପିୟନଶିପ୍‌ (ଏପ୍ରିଲ ୨୧-୨୬)। ସେହିପରି ଇଣ୍ଡୋନେସିଆ ଓପନ ସୁପର ୧୦୦୦ ଓ ବିଭିନ୍ନ ଜୁନିୟର ଓ ପାରାବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ ମଧ୍ୟ କରୋନା ଭାଇରସ କାରଣରୁ ପ୍ରଭାବିତ ହୋଇଛି। ଟୋକିଓ ଅଲିମ୍ପିକ୍ସ ଘୁଞ୍ଚାଇ ଦିଆଯାଇଥିବାରୁ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ର଼୍ୟାଙ୍ଗିଙ୍ଗ୍‌କୁ ମଧ୍ୟ ବାତିଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri