ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍‌ ଫେୟାର ଆରମ୍ଭ: ୫୦୦ ଷ୍ଟଲ୍‌ରେ ୭ ଦେଶ, ୧୦ ରାଜ୍ୟର ଉତ୍ପାଦ

ଭୁବନେଶ୍ୱର, ୩।୧୧(ବ୍ୟୁରୋ): କ୍ରେଡାଇ ଭୁବନେଶ୍ୱର, ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ), ବେଙ୍ଗଲ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏବଂ ଜି.ଏସ୍‌. ମାର୍କେଟିଂ ଆସୋସିଏଟ୍‌ସ ମିଳିତ ଆନୁକୂଲ୍ୟରେ ଶନିବାରଠାରୁ ସ୍ଥାନୀୟ ଜନତା ମଇଦାନରେ ‘କ୍ରେଡାଇ ଭୁବନେଶ୍ୱର ହୋମ୍‌ ଆଣ୍ଡ ଡେକୋର ଏବଂ ୧୬ତମ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍‌ ଫେୟାର’ ଆରମ୍ଭ ହୋଇଯାଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଗା ଟ୍ରେଡ୍‌ ଫେୟାରକୁ ପଞ୍ଚାୟତିରାଜ, ପାନୀୟ ଜଳ, ଆଇନ୍‌, ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଉଦ୍‌ଘାଟନ କରିଛନ୍ତି। ଏହି ପ୍ରଦର୍ଶନୀରେ ବିଭିନ୍ନ ରିୟଲ-ଇଷ୍ଟେଟ୍‌ ଡେଭଲପର୍ସ ସେମାନଙ୍କ ପ୍ରକଳ୍ପ ପ୍ରଦର୍ଶିତ କରୁଥିବାବେଳେ ଏ ସମ୍ବନ୍ଧିତ ବିଭିନ୍ନ ଉପକରଣ କମ୍ପାନୀ ଏବଂ ବ୍ୟାଙ୍କ୍‌ ପ୍ରମୁଖ ଭାଗ ନେଇଛନ୍ତି।
ଚଳିତବର୍ଷ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍‌ ଫେୟାରକୁ ୟୁସିସିଆଇ ସହଯୋଗିତାରେ ଆୟୋଜନ କରାଯାଉଥିବାବେଳେ ସହଯୋଗୀ ଦେଶଭାବେ ବାଂଲାଦେଶ ଓ ଥାଇଲାଣ୍ଡ, ଫୋକସ୍‌ ରାଷ୍ଟ୍ର ଭାବେ ଆଫଗାନିସ୍ତାନ ଏବଂ ତୁର୍କୀ ରହିଛନ୍ତି। ଓଡ଼ିଶା ଏଥର ଆୟୋଜକ ରାଜ୍ୟ ହୋଇଥିବାବେଳେ କର୍ନାଟକ ଓ ପଶ୍ଚିମବଙ୍ଗ ସହଯୋଗୀ ରାଜ୍ୟ ଏବଂ ତାମିଲନାଡ଼ୁ ଓ ମହାରାଷ୍ଟ୍ର ଫୋକସ୍‌ ରାଜ୍ୟ ରହିଛନ୍ତି। ମୋଟ ୫୦୦ ଷ୍ଟଲ୍‌ରେ ୭ ଦେଶ ଓ ଭାରତର ୧୦ ରାଜ୍ୟ ଅଂଶଗ୍ରହଣ କରି ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରୁଛନ୍ତି। ତୁର୍କୀ, ଆଫଗାନିସ୍ତାନ, ବାଂଲାଦେଶ, ଦୁବାଇ, ମାଲେସିଆ, ଭାରତ ଏବଂ ଥାଇଲାଣ୍ଡ ଭଳି ଦେଶ ଏଥର ଫେୟାରରେ ଯୋଗ ଦେଇଛନ୍ତି। ସେହିଭଳି କର୍ନାଟକ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଆଦି ରାଜ୍ୟର କାରୁକାର୍ଯ୍ୟପୂର୍ଣ୍ଣ ସାମଗ୍ରୀ ଏଠାରେ ସୁଲଭ ମୂଲ୍ୟରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି। ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ଅନ୍ତର୍ଜାତୀୟସ୍ତରର ବିଭିନ୍ନ ଦ୍ରବ୍ୟ ଏଠାରେ ମିଳୁଛି। ଏହି ମେଗା ଟ୍ରେଡ୍‌ ଫେୟାର ସମ୍ପର୍କରେ ସୂଚନା ଦେଇ କ୍ରେଡାଇ ଭୁବନେଶ୍ୱର ସଭାପତି କାନ୍ତିଲାଲ ପଟେଲ କହିଛନ୍ତି, ବିଶ୍ୱର ପ୍ରମୁଖ ୧୪ ଶିଳ୍ପକ୍ଷେତ୍ର ମଧ୍ୟରୁ ନିର୍ମାଣ ଶିଳ୍ପ ତୃତୀୟ ସ୍ଥାନରେ ରହିଛି। ଏହି କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ଘର କିଣାବିକା ଉପରେ ଜିଏସ୍‌ଟିକୁ ୧୨%ରୁ ୫%କୁ କମାଇ ଦେଇଛନ୍ତି। ହେଲେ ମେଟ୍ରୋ ସହରଗୁଡ଼ିକରେ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଡେଭଲପର୍ସଙ୍କୁ କିଭଳି ସହଜରେ ଅନୁମତି ମିଳିବ ସେନେଇ କେନ୍ଦ୍ର ସରକାର ଚିନ୍ତା କରିବା ଆବଶ୍ୟକ ବୋଲି ସେ କହିଥିଲେ। ଚଳିତବର୍ଷ ଟ୍ରେଡ୍‌ ଫେୟାରରେ ସୁଲଭ ହାଉସିଂ ଏବଂ ରେଡି ଟୁ ମୁଭ୍‌ ପ୍ରକଳ୍ପ ପ୍ରଦର୍ଶନ ହେଉଥିବା କ୍ରେଡାଇ ଭୁବନେଶ୍ୱର ସାଧାରଣ ସମ୍ପାଦକ ଉମେଶ ପଟ୍ଟନାୟକ ସୂଚନା ଦେଇଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ନାଲ୍‌କୋ ମାନବ ସମ୍ବଳ ବିଭାଗ ନିର୍ଦ୍ଦେଶକ ବସନ୍ତ କୁମାର ଠାକୁର, ୟୁସିସିଆଇ ସଭାପତି ରମେଶ ମହାପାତ୍ର, ଆୟୋଜନ କମିଟି ଅଧ୍ୟକ୍ଷ ପ୍ରକାଶ ଶାହା, ଜିଏସ୍‌ ମାର୍କେଟିଂ ଆସୋସିଏଟସ୍‌ ସିଇଓ ସୁପର୍ଣ୍ଣା ଦତ୍ତ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଦିନ ଅପରାହ୍ନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ଟ୍ରେଡ୍‌ ଫେୟାର ଖୋଲା ରହୁଥିବାବେଳେ ପ୍ରବେଶ ଶୁଳ୍କ ୨୦ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...

ବନ୍ଧାହେଲେ କୋଟିପତି ଫରେଷ୍ଟର

ଭୁବନେଶ୍ୱର,୨୭।୧୨: କୋରାପୁଟ ଜିଲା ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।...

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri