ଇଏମ୍‌ଆଇରେ ୩ ମାସର ଆଶ୍ୱସ୍ତି; ରେପୋ କମାଇଲା ଆର୍‌ବିଆଇ

ମୁମ୍ବାଇ,୨୮। ୩: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାର ୨୧ଦିନିଆ ଲକ୍‌ଡାଉନ ଘୋଷଣା କରିଥିବାରୁ ଏହାଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହୋଇଛି। ଏହାକୁ କମ୍‌ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଶୁକ୍ରବାର ରେପୋ ରେଟ୍‌(ଯେଉଁ ହାରରେ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ଋଣ ପ୍ରଦାନ କରିଥାଏ) ବା ସୁଧହାରକୁ ୭୫ ବେସିସ୍‌ ପଏଣ୍ଟ ହ୍ରାସ କରିଛନ୍ତି। ଏହାଦ୍ୱାରା ବ୍ୟାଙ୍କଗୁଡ଼ିକ ଲୋକଙ୍କୁ ପ୍ରଦାନ କରିଥିବା ରେପୋ ସଂଯୋଗୀ ଋଣ ଉପରେ ଇଏମ୍‌ଆଇ କମିବ। ଏଥିସହ କେନ୍ଦ୍ରୀୟ ବ୍ୟାଙ୍କ ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ, ଅଣବ୍ୟାଙ୍କିଙ୍ଗ୍‌ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି)କୁ ଟର୍ମ ଋଣ କ୍ଷେତ୍ରରେ ୩ମାସ ଲାଗି ଋଣ କିସ୍ତି ଆଦାୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ଆର୍‌ବିଆଇର ଏହି ପଦକ୍ଷେପ ମଧ୍ୟବିତ୍ତ ଶ୍ରେଣୀ ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ଲାଗି ସହାୟକ ହେବ ବୋଲି କୁହାଯାଇଛି। ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବର୍ତ୍ତମାନର ପ୍ରଭାବିତ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ଏହା ପରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି। ବର୍ତ୍ତମାନ ରେପୋ ରେଟ୍‌ ୫.୧୫% ରହିଥିବା ବେଳେ ଏଥିରେ ୭୫ ବେସିସ୍‌ ପଏଣ୍ଟ ହ୍ରାସ ହେବା ଯୋଗୁ ଏହା ୪.୪%କୁ ଖସିଛି। ଏହାବାଦ ରିଭର୍ସ ରେପୋ( କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ହାରରେ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକଠାରୁ ଋଣ ନେଇଥାଏ) ୯୦ ବେସିସ୍‌ ପଏଣ୍ଟ ହ୍ରାସ ହେବା ଫଳରେ ଏହା ୪%କୁ ଖସିଛି। କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାନୀତି କମିଟି ବୈଠକ ଏପ୍ରିଲ ୩ରେ ଅନୁଷ୍ଠିତ ହେବାର ଥିଲା। ଏହି ବୈଠକରେ ସୁଧହାର ହ୍ରାସ ହେବା ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିଲେ। ହେଲେ ଏହାର ଅବ୍ୟବହିତ ପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କ ଏଭଳି ବଳିଷ୍ଠ ପଦକ୍ଷେପ ନେଇଥିବାରୁ ଏହାକୁ ଦେଶର ଶିଳ୍ପଜଗତ ପକ୍ଷରୁ ସ୍ବାଗତ କରାଯାଇଛି। ଆର୍‌ବିଆଇ ବୈଠକରେ ରେପୋ ରେଟ୍‌ ହ୍ରାସ ସପକ୍ଷରେ ୪:୨ ସଂଖ୍ୟା ଗରିଷ୍ଠତାରେ ଭୋଟ ମିଳିଥିଲା। ସେହିଭଳି ବ୍ୟାଙ୍କଗୁଡ଼ିକର କ୍ୟାଶ୍‌ ରିଜର୍ଭ ରେସିଓ(ସିଆର୍‌ଆର୍‌) ୧୦୦ ବେସିସ୍‌ ପଏଣ୍ଟ ହ୍ରାସ କରାଯିବା ଫଳରେ ଏହା ୩%କୁ ଖସିଛି। ଆର୍‌ବିଆଇର ମୁଦ୍ରାନୀତି କମିଟି ଅର୍ଥ ବ୍ୟବସ୍ଥା ଲାଗି ନଗଦ ପରିମାଣ ବଢ଼ାଇବା ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛି। ଏହାବାଦ କରୋନାଜନିତ ପ୍ରଭାବିତ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ବିଭିନ୍ନ ପଦକ୍ଷେପ ଧାରା ଜାରି ରହିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ସ୍ପଷ୍ଟ କରିଛି। କେନ୍ଦ୍ରୀୟ ବ୍ୟାଙ୍କର ଏହି ସୁଧହାର ହ୍ରାସ ପଦକ୍ଷେପ ପରେ ରେପୋ ୨୦୦୪ ଅକ୍ଟୋବର ପରଠାରୁ ସବୁଠାରୁ ନିମ୍ନ ସ୍ତରର ଖସିଛି। ୨୦୧୯ରେ କେନ୍ଦ୍ରୀୟ ବ୍ୟାଙ୍କ ୧୩୫ ବେସିସ୍‌ ପଏଣ୍ଟ ସୁଧହାର ହ୍ରାସ କରିଛି। ଏହାପରେ ଗତ ଡିସେମ୍ବର ପରଠାରୁ ଉଚ୍ଚ ମୁଦ୍ରାସ୍ଫୀତି ଏବଂ ଆର୍ଥତ୍କ ମାନ୍ଦାବସ୍ଥା କାରଣରୁ ସୁଧହାର ହ୍ରାସ ଉପରେ ବିରତି ଲାଗିଥିଲା।
ଏହି ଅବସରରେ ଗର୍ଭନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଜାନୁୟାରୀ ମାର୍ଚ୍ଚ ତ୍ରୈମାସ ଲାଗି ବିକାଶ ହାର ଅନୁମାନକୁ ୪.୭% ରଖାଯାଇଛି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ୫% ଅଭିବୃଦ୍ଧି ହାସଲ ଦିଗରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାତ୍ର ବର୍ତ୍ତମାନର କରୋନାଜନିତ ସ୍ଥିତି ଯୋଗୁ ଏ କ୍ଷେତ୍ରରେ ଅନେକ ପ୍ରଭାବ ପରିଲକ୍ଷିତ ହୋଇଛି। ଲକ୍‌ଡାଉନ ଯୋଗୁ ଶିଳ୍ପ ୟୁନିଟ୍‌ଗୁଡ଼ିକ ବନ୍ଦ ହେବାକୁ ଥିବା ବେଳେ ଅନେକ ସଂଖ୍ୟାରେ ଲୋକ ବେକାର ହେବା ଆଶଙ୍କା ରହିଛି। ଅର୍ଥ ବ୍ୟବସ୍ଥା ଉପରେ କରୋନାର ପ୍ରଭାବକୁ ଧ୍ୟାନରେ ରଖି ତ୍ୱରିତ ହାରରେ ଏଭଳି ପଦକ୍ଷେପ ଘୋଷଣା କରାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କର ଏହି ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ଏହାଦ୍ୱାରା ବଜାରରେ ନଗଦ ସମସ୍ୟା ହ୍ରାସହେବା ସହ ମଧ୍ୟବିତ୍ତ ଏବଂ ବାଣିଜ୍ୟ ଗୋଷ୍ଠୀକୁ ଫାଇଦା ହେବ ବୋଲି ମୋଦି ମତ ରଖିଛନ୍ତି। ଟର୍ମ ଲୋନ୍‌ ଇଏମ୍‌ଆଇ ଦେୟ ଲାଗି ୩ ମାସ କୋହଳ କରାଯାଇଥିବା ବେଳେ ଓ୍ବାର୍କିଂ କ୍ୟାପିଟାଲ ଋଣ କ୍ଷେତ୍ରରେ ପଦକ୍ଷେପ ଲୋକଙ୍କ ଲାଗି ଲାଭକାରୀ ହେବ । ମାତ୍ର ବ୍ୟାଙ୍କଗୁଡ଼ିକ ରେପୋ ହ୍ରାସ ସୁବିଧା ଶୀଘ୍ର ଲୋକଙ୍କୁ ପ୍ରଦାନ କରନ୍ତୁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ସେହିଭଳି ସିଆର୍‌ଆର୍‌ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଯୋଗୁ ନଗଦ ସୁବିଧାକୁ ତ୍ୱରାନ୍ବିତ କରିବା ସହ ପ୍ରଭାବିତ ଚାହିଦା ଏବଂ ନିବେଶ ବଢ଼ାଇବା ଦିଗରେ ସହାୟକ ହେବ ବୋଲି କୁହାଯାଇଛି। ଭାରତୀୟ ଅର୍ଥ ବ୍ୟବସ୍ଥାର ମୌଳିକ ଢାଞ୍ଚା ଦୃଢ଼ ରହିଛି। ୨୦୦୮-୦୯ର ବିଶ୍ୱ ଆର୍ଥତ୍କ ମାନ୍ଦାବସ୍ଥାଠାରୁ ବର୍ତ୍ତମାନର ଦେଶର ସ୍ଥିତି ଉନ୍ନତ ରହିଛି ବୋଲି ଗଭର୍ନର ଦାସ କହିଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଦେଶର ବିତ୍ତୀୟ ନିଅଣ୍ଟ,ଚଳନ୍ତି ଖାତା ନିଅଣ୍ଟ ଏବଂ ମୁଦ୍ରାସ୍ଫୀତି ଅପେକ୍ଷାକୃତ ବହୁ ନିମ୍ନରେ ରହିଛି। ଷ୍ଟକ୍‌ ବଜାରର ମୂଲ୍ୟ ଖସିବା ଏବଂ ମୁଦ୍ରାର ବିନିମୟ ମୂଲ୍ୟ ସହ ତୁଳନାକରି ଦେଶର ଆର୍ଥତ୍କ ସ୍ଥିତି ଦୋହଲିଯାଇଛି ବୋଲି ଭାବିନେବା ଠିକ୍‌ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri