ଇଏ ମୋ ବୃତ୍ତି: ଏ କାର୍ତ୍ତିକ-ପ୍ରଭାତୀଙ୍କ ‘ରୁଟି’

କଟକ ଅଫିସ,୧୨।୧୨: ପେଟ ପୋଷେ ପରିଶ୍ରମ। ଭିନ୍ନ ଭିନ୍ନ ପ୍ରକାର ପରିଶ୍ରମକୁ ନେଇ ମଣିଷ ଏହାର ନାଁ ଦେଇଛି ବୃତ୍ତି। କୁଟୁମ୍ବ ପୋଷିବା ପାଇଁ ମଣିଷ ବାଧ୍ୟରେ ଏକ ବୃତ୍ତିରେ ବାନ୍ଧି ହୋଇ ରହେ। ସହରରେ ବୃତ୍ତିକୁ ଆବୋରି ବଞ୍ଚୁଥିବା ମଣିଷମାନଙ୍କ କାହାଣୀକୁ ନେଇ ଏହି ସ୍ବତନ୍ତ୍ର ସ୍ତମ୍ଭ….

୨୦ବର୍ଷ ଧରି ଖପୁରିଆ ଆଇଟିଆଇ କଲେଜ ପାଖରେ ଥିଲା କାର୍ତ୍ତିକ ସାହୁଙ୍କ ଏକ ଛୋଟ ଜଳଖିଆ ଦୋକାନ। ବ୍ୟବସାୟରେ ତାଙ୍କୁ ସହଯୋଗ କରୁଥିଲେ ସ୍ତ୍ରୀ ପ୍ରଭାତୀ। ଏଥିରୁ ଯାହା ରୋଜଗାର ହୁଏ ସେଥିରେ ୫ ପ୍ରାଣୀଙ୍କ ପେଟ ପୂରୁଥିଲା। ୪ବର୍ଷ ତଳେ ସରକାର ଏହି ରାସ୍ତାର ପ୍ରଶସ୍ତୀକରଣ କଲେ। ଫଳରେ ଭାଙ୍ଗିଗଲା ତାଙ୍କ ବେଉସାର ଘର। ସେ ଖାନ୍‌ନଗର ଅଞ୍ଚଳରେ ଭଡ଼ା ନେଇ ରହୁଥିବାବେଳେ ପରିବାର ପ୍ରତିପୋଷଣର ଚିନ୍ତା ତାଙ୍କୁ ଶୁଆଇ ଦେଲା ନାହିଁ। ସହରରେ ବଞ୍ଚିବାର ଆଶା ବାନ୍ଧି ସେ ଏକ ନୂଆ ବୃତ୍ତି ଆରମ୍ଭ କରିଥିଲେ। ବ୍ୟବସାୟ ଉଦ୍ଦେଶ୍ୟରେ ଜଣେ ହୋଟେଲ ମାଲିକ ତାଙ୍କୁ ରୁଟି ଯୋଗାଇ ଦେବାକୁ କହିଥିଲେ। ପ୍ରତ୍ୟେକ ଦିନ କାର୍ତ୍ତିକ ଆଉ ପ୍ରଭାତୀ ୫୦ଖଣ୍ଡ ରୁଟି ତିଆରି କରି ସେହି ହୋଟେଲକୁ ଯୋଗାଇ ଦେଉଥିଲେ। କ୍ରମେ ୫୦ଖଣ୍ଡ ବଢି ବଢି ୫ହଜାରରେ ପହଞ୍ଚିଗଲା। ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ କାଢ଼ି ରୁଟି ତିଆରି କରିପାରୁ ନ ଥିବା ହୋଟେଲ, ରେଷ୍ଟୁରାଣ୍ଟ ମାଲିକମାନଙ୍କ ଭରସାର ପାତ୍ର ପାଲଟିଛନ୍ତି କାର୍ତ୍ତିକ ଓ ପ୍ରଭାତୀ। ସହରର ବିଭିନ୍ନ ଭୋଜି, ଜନ୍ମଦିନ ଆଦିରେ ସେମାନଙ୍କ ରୁଟିର ଖୋଜା ପଡ଼ୁଛି। ୫ଜଣ ମହିଳାଙ୍କୁ ସାମିଲ କରି ବ୍ୟବସାୟକୁ ଦୁହେଁ ବଢାଇବାରେ ଲାଗିଛନ୍ତି। ମହିଳା ସ୍ବାବଲମ୍ବୀ କ୍ଷେତ୍ରରେ ଏହା ଏକ ଉଦାହରଣ ସୃଷ୍ଟି କରିଛି। ସ୍ବଳ୍ପ ପୁଞ୍ଜିରୁ ଜୀଇଁବାର ରାହା ପାଇଥିବା ପ୍ରଭାତୀ ଏବେ ଅନେକଙ୍କୁ ବଞ୍ଚିବାର ବାଟ ଦେଖାଇଛନ୍ତି।
ଏହାଦ୍ୱାରା କେବଳ ମୋର ନୁହେଁ, ଅନ୍ୟ ୪ଜଣ ମହିଳାଙ୍କ ପରିବାର ପ୍ରତିପୋଷଣ ମଧ୍ୟ ହୋଇପାରୁଛି। ଭଲ ଅଟାରୁ ରୁଟି ପ୍ରସ୍ତୁତ କରୁଛୁ। ବିଭିନ୍ନ ସ୍ଥାନରେ ହେଉଥିବା ଭୋଜି ତଥା ଅନ୍ୟ କାର୍ଯ୍ୟକ୍ରମ ପାଇଁ ଏସବୁ ଖାଦ୍ୟ ନେଇ ଯିବା ପାଇଁ ଅଟୋଟିଏ ଅଛି। ଗ୍ରାହକଙ୍କୁ ଠିକ୍‌ ସମୟରେ ଯେଭଳି ଭଲ ଖାଦ୍ୟ ଦେଇପାରିବୁ ସେଥିଲାଗି ଚେଷ୍ଟା କରୁଛୁ।
-ପ୍ରଭାତୀ ସାହୁ, ବ୍ୟବସାୟୀ
ପ୍ରାୟ ୪ବର୍ଷ ହେବ ମୁଁ ପ୍ରଭାତୀ ଅପାଙ୍କ ସହ କାମ କରୁଛି। ରୋଜଗାର ପାଇଁ ଏଣେତେଣେ ବୁଲୁଥିବାବେଳେ ସେ ମୋତେ ସହଯୋଗ କରିଥିଲେ। ଏଥିଯୋଗୁ ମୁଁ ମୋ’ ପରିବାରକୁ ପ୍ରତିପୋଷଣ କରିବାରେ ସମର୍ଥ ହୋଇପାରିଛି।
– ରୀତା ସାହୁ, ସହଯୋଗୀ
ବହୁଦିନ ହେବ ମୁଁ ଏଠାରୁ ରୁଟି କିଣୁଛି। ହୋଟେଲରେ ବିକ୍ରି ହେଉଥିବା ରୁଟିଠାରୁ ଏଠାରୁ ମିଳୁଥିବା ରୁଟିର ସ୍ବାଦ ବହୁତ ଅଲଗା। ହଷ୍ଟେଲ୍‌ ରୁଟି ଖାଇବା ଅପେକ୍ଷା ଏହି ରୁଟି ଅଧିକ ଭଲ ଲାଗେ। ବେଳେ ବେଳେ ଆରିଶା, ଚକୁଳି ମଧ୍ୟ କିଣି ଖାଇବା ସହ ସାଙ୍ଗମାନଙ୍କ ପାଇଁ ନେଇଥାଏ। ମୋ ସହ ମୋର କିଛି ସାଙ୍ଗ ମଧ୍ୟ ଏଠାକୁ ଆସନ୍ତି।
-ଆଶିଷ ରାଉତ, ଗ୍ରାହକ
(ରିପୋର୍ଟ- ଅଶୋକ କୁମାର ବାରିକ)


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ପାରମ୍ପରିକ ଖାଦ୍ୟକୁ ନେଇ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ ଆନନ୍ଦମୟୀ….

ଦାରିଙ୍ଗବାଡି, ୧୩ା୪ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ଓଡ଼ିଆ ପକ୍ଷ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ବିଡ଼ିଓ ପ୍ରୀତିରଞ୍ଜନ…

ମାଲକାନଗିରି କୋର୍ଟର ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍‌ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

ବିଶ୍ୱଯୁଦ୍ଧ ଆରମ୍ଭ! ନେତାନ୍ୟାହୁଙ୍କ ବଡ଼ ଘୋଷଣା: ଶେଷ ହୋଇପାରେ…ସାରା ବିଶ୍ୱରେ ଭୟଙ୍କର ବାତାବରଣ

ଓ୍ବାଶିଂଟନ୍‌,୧୩।୪: ଇରାନ ଏବଂ ଆମେରିକା ମଧ୍ୟରେ ଇସଲାମାବାଦ ଆଲୋଚନା ବିଫଳ ହେବା ପରେ, ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ଧମକ ଦେଇଛନ୍ତି। ଆମେରିକା ନୌସେନା…

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ,୧୩।୪: ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସିନେମା ଏବଂ ସଙ୍ଗୀତ ଜଗତ ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ହରାଇଛି । ଆଶା ଭୋସଲେ ଦଶନ୍ଧି ଧରି ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri