ଇଏ କି ଶାଳଗ୍ରାମ

ପୁରୀ ଅଫିସ,୧୬।୬: ସନାତନ ପରମ୍ପରାରେ ଶାଳଗ୍ରାମଙ୍କୁ ସ୍ବୟଂ ବିଷ୍ଣୁଙ୍କ ସ୍ବରୂପ ଭାବେ ଉପାସନା କରାଯାଇଥାଏ। ବର୍ତ୍ତମାନ ପ୍ରକୃତ ଶାଳଗ୍ରାମ ପ୍ରାୟତଃ ଆଉ ମିଳୁନାହିଁ। ଶ୍ରୀମନ୍ଦିରରେ ଚିତ୍ରିତ ଶାଳଗ୍ରାମ ଉପାସନାର ପରମ୍ପରା ନ ଥିବାବେଳେ ହ୍ବାଟ୍ସଆପ୍‌ ଓ ଫେସ୍‌ବୁକ୍‌ ଭଳି ସୋସିଆଲ୍‌ ମିଡିଆରେ ଏହାକୁ ନେଇ ଭୁଲ୍‌ ସୂଚନା ଦିଆଯାଉଥିବା ଦେଖିବାକୁ ମିଳୁଛି। ଶାଳଗ୍ରାମ ପ୍ରତି ଓଡ଼ିଆଙ୍କ ରହିଥିବା ବିଶ୍ୱାସକୁ ଆଧାର କରି କେହି ଅଭିସନ୍ଧିମୂଳକ ଭାବେ ଏଭଳି ଭ୍ରମ ସୃଷ୍ଟି କରୁଛନ୍ତି ବୋଲି କୁହାଯାଉଛି।
ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ରଙ୍କ ମତରେ ଓଡ଼ିଶାରେ ତିନିପ୍ରକାର (କଳା, ଧଳା ଓ ଇଷତ୍‌ ଲାଲ) ଶାଳଗ୍ରାମ ପୂଜା କରାଯାଉଛି। ଏହି ଶାଳଗ୍ରାମ ଶିଳା ଗଣ୍ଡୁକି ନଦୀ କୂଳରୁ ମିଳିଥାଏ। ଗୋଲାକାର ଶାଳଗ୍ରାମଙ୍କୁ ପୂଜା କଲେ ଲକ୍ଷ୍ମୀପ୍ରାପ୍ତି ହୁଅନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଏହାଙ୍କୁ ସାଧାରଣତଃ ଘର ଏବଂ ମନ୍ଦିରରେ ପୂଜା କରାଯାଏ। କଥିତ ଅଛି ମହାରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ରତ୍ନବେଦୀ ଚତୁଃପାର୍ଶ୍ୱରେ ୧ଲକ୍ଷ ୮ମୂର୍ତ୍ତି ଶାଳଗ୍ରାମ ପୋତିଥିଲେ। ସେଥିପାଇଁ କେତେକ ନୀତି ସମୟରେ ରତ୍ନସିଂହାସନ ଚାରିପଟେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାମାନଙ୍କୁ ପରିକ୍ରମା କରାଯାଏ।ଶ୍ରୀମନ୍ଦିରରେ ବହୁ ପ୍ରାଚୀନ କାଳରୁ ବାହାର ବେଢା ଏବଂ ଭିତର ବେଢାରେ ଶାଳଗ୍ରାମ ପୂଜାବିଧି ପ୍ରାୟତଃ ନାହିଁ। ଶାଳଗ୍ରାମ ଉପରେ ଚିତ୍ର ହେବାର ବିଧି ମଧ୍ୟ ଓଡ଼ିଶାରେ ଦେଖାଯାଏ ନାହିଁ। ବର୍ତ୍ତମାନ ସୋସିଆଲ ମିଡିଆରେ ଦୃଶ୍ୟ ହେଉଥିବା ଶାଳଗ୍ରାମ ଓଡ଼ିଶାର ପରମ୍ପରା ନୁହେଁ। ଶ୍ରୀମନ୍ଦିରରେ ଏଭଳି ଶାଳଗ୍ରାମ ଉପାସିତ ହେଉ ନାହାନ୍ତି। ତେଣୁ ଶ୍ରୀମନ୍ଦିରରେ ଚିତ୍ରିତ ଶାଳଗ୍ରାମକୁ ନେଇ ଯେଉଁ ଫଟୋ ଏବେ ସୋସିଆଲ ମିଡିଆରେ ବୁଲୁଛି ସେନେଇ କୌଣସି ସତ୍ୟତା ନାହିଁ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri