Posted inଖେଳ

ଇଂଲଣ୍ଡକୁ ଚ୍ୟାଲେଞ୍ଜ ଦେବ ଓ୍ବେଷ୍ଟଇଣ୍ଡିଜ ପେସ୍‌ ବାହିନୀ

ଲଣ୍ଡନ, ୧୭ା୬ (ପି.ଟି.)- ବିଶ୍ୱର ଯେକୌଣସି କ୍ରିକେଟ ଦଳକୁ ଚ୍ୟାଲେଞ୍ଜ ଦେଇପାରିବ ବୋଲି କହିଛନ୍ତି ଆସିଷ୍ଟାଣ୍ଟ କୋଚ୍‌ ରୋଡି ଇଷ୍ଟଓ୍ବିକ୍‌। ଅତୀତରେ ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଧଷ ପେସ୍‌ ବାହିନୀ ପ୍ରତିଷ୍ଠା ଅର୍ଜନ କରିଥିଲା। ଏହାର ମୁଖ୍ୟ କାରଣ ହେଲା ଦଳ ଫିଟ୍‌ନେସ୍‌କୁ ଗୁରୁତ୍ୱ ଦେଇଥାଏ। ୭୦ ଓ ୮୦ ଦଶକରେ ଓ୍ବେଷ୍ଟଇଣ୍ଡିଜ ପେସ୍‌ ବାହିନୀ ବିଶେଷ ସଫଳତା ହାସଲ କରିଥିଲା। କିନ୍ତୁ ଏବେକାର ବୋଲରମାନେ ସେମାନଙ୍କର ବ୍ୟକ୍ତିଗତ ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଆମ ଦଳରେ କେମର ରୋଚ୍‌, ଶାନନ ଗାବ୍ରିଏଲ୍‌, ଅଲ୍‌ଜାରି ଯୋଶେଫ୍‌ ଏବଂ ଅଧିନାୟକ ଜାସନ ହୋଲ୍‌ଡର ରହିଛନ୍ତି। ସାଉଥାମ୍ପଟନରେ ଜୁଲାଇ ୮ରୁ ଆରମ୍ଭ ହେବାକୁଥିବା ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ଚ୍ୟାଲେଞ୍ଜ ଦେବା ଲାଗି ଆମ ଦଳ ପ୍ରସ୍ତୁତ। ଦୁଇ ଅଭିଜ୍ଞ ବୋଲର କେମର ଓ ଶାନନ୍‌ ବୋଲିଂ ଆକ୍ରମଣର ନେତୃତ୍ୱ ନେବେ। ଜାସନ ହୋଲ୍‌ଡର ଗତ ଦୁଇ ବର୍ଷ ହେଲା ଜଣେ ଉନ୍ନତ ଟେଷ୍ଟ ବୋଲର ଭାବେ ତାଙ୍କ ପ୍ରତିଭା ଦେଖାଇ ଆସୁଛନ୍ତି। ଅଲ୍‌ଜାରିଙ୍କ ଟେଷ୍ଟ କ୍ୟାରିୟର ଆରମ୍ଭ ମାତ୍ର। ଦକ୍ଷତା ପ୍ରତିପାଦନ ଦ୍ୱାରା ଦଳରେ ନିଜର ସ୍ଥିତିକୁ ସୁଦୃଢ କରିବା ଲାଗି ସେ ଚାହିଁବେ। ଏହି ୪ଜଣ ଫାଷ୍ଟ ବୋଲରଙ୍କୁ ନେଇ ଆମେ ବିଶ୍ୱର ଯେକୌଣସି ଦଳକୁ ଚ୍ୟାଲେଞ୍ଜ ଦେଇ ପାରିବୁ ବୋଲି ଇଷ୍ଟଓ୍ବିକ୍‌ କହିଛନ୍ତି। ଗତବର୍ଷ ଇଂଲଣ୍ଡ ବିପକ୍ଷରେ ଏହାର ଘରୋଇ ସିରିଜରେ ଇଂଲଣ୍ଡକୁ ପରାସ୍ତ କରି ଓ୍ବିଜ୍‌ଡେନ୍‌ ଟ୍ରଫି ହାତେଇଥିଲା। ରୋଚ୍‌ଙ୍କ ନେତୃତ୍ୱରେ ପେସ୍‌ ବାହିନୀ ଦଳକୁ ଜିତାଇବାରେ ବିଶେଷ ଭୂମିକା ଗ୍ରହଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri