ଆୟୁଷ୍ମାନ ଯୋଜନାକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ: ଜାଣନ୍ତୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୭।୨:ଆୟୁଷ୍ମାନ ଯୋଜନାକୁ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା ଦେଇଛନ୍ତି। ସାଢ଼େ ୩ କୋଟି ଲୋକଙ୍କୁ ଯୋଜନାରେ ସାମିଲ କରାଯିବ। ଆୟୁଷ୍ମାନ କାର୍ଡ ଛପା ଚାଲିଛି। ଆୟୁଷ୍ମାନ ଭାରତ ସହ ଆଇଟି ଇଣ୍ଟିଗ୍ରେସନ ପ୍ରକ୍ରିୟା ଚାଲିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ପୂର୍ବ ପ୍ରଚଳିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ର ନାମ ପରିବର୍ତ୍ତନ କରାଯାଇ ଗୋପବନ୍ଧୁ ଜନ ଆରୋଗ୍ୟ ନାମରେ ନାମିତ କରାଯାଇଛି। ଆସନ୍ତା ଫେବୃଆରୀରୁ ଓଡ଼ିଶାରେ ବିଏସ୍‌କଓ୍ବୋଇ ପରିବର୍ତ୍ତେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର(ଏମଓୟୁ) ହୋଇଛି। ଏବେ ତେବେ ବିଏସ୍‌କଓ୍ବୋଇ ଯୋଜନାରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରୁଥିବା ବେଳେ ଆୟୁଷ୍ମାନ ଭାରତ ଯୋଜନାରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେ।
ଆୟୁଷ୍ମାନ ଭାରତ ଯୋଜନା ମିଳିବ ଏସବୁ ଲାଭ
୧. ଆୟୁଷ୍ମାନ ଭାରତ ଯୋଜନା ୨୦୧୮ ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇଛି।
୨. ୨୦୧୧ ସାମାଜିକ-ଅର୍ଥନୈତିକ ଜନଗଣନା ଆଧାରରେ ଅନଗ୍ରସର ଗରିବ ପରିବାରଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।
୩. କାଗଜ ବିହୀନ, କ୍ୟାଶଲେସ ସେବା ପ୍ରଦାନ କରୁଛି।
୪. ୨୯ ହଜାର ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଛି।
୫. ୧୦.୭୪ କୋଟି ପରିବାରର ପ୍ରାୟ ୫୦ କୋଟି ଲୋକଙ୍କୁ ମିଳିୁଛି ଚିକିତ୍ସା ସୁବିଧା।
୬. ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମହିଳା ହିତାଧିକାରୀଙ୍କୁ ବାର୍ଷିକ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଯାଏ ଚିକିତ୍ସା ସୁବିଧା।
୭. ଗୋଟିଏ ରାଜ୍ୟର ରୋଗୀ ସବୁ ରାଜ୍ୟରେ ଅନୁବନ୍ଧିତ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରିବେ।
୮. ରାଜ୍ୟଗୁଡ଼ିକ ସ୍ବାଧୀନ ଭାବେ ଏହି ଯୋଜନାର ମୋଡାଲିଟି ପ୍ରସ୍ତୁତ କରିପାରିବେ।
୯. ପରିବାର ଆକାର ପାଇଁ କୌଣସି କଟକଣା ଓ ବୟସ ସୀମା ନାହିଁ।
୧୦.ଏଥିରେ ଝିଅ ଓ ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ଏହି ଯୋଜନାରେ ସ୍ବତନ୍ତ୍ର ସୁବିଧା ମିଳିବ।
୧୧.ଏହି ଯୋଜନା ସମ୍ବନ୍ଧୀୟ କୌଣସି ସମସ୍ୟା ବିଷୟରେ ପବ୍ଲିକ ଗ୍ରୀଭାନ୍ସ ରିଡ୍ରେସାଲ ମେକାନିଜମ ଜରିଆରେ ସମାଧାନ କରାଯାଇପାରିବ।
୧୨. ଜାତୀୟ ସ୍ତରରେ ଏହି ଯୋଜନା ନ୍ୟାଶନାଲ ହେଲ୍ଥ ଅଥରିଟି(ଏନଏଚଏ) ଦ୍ୱାରା କାର୍ଯ୍ୟକାରୀ ହେଉଛି।
୧୩. ଓଡ଼ିଶାରେ ଏହା ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୫ ଜାନୁଆରୀ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
୧୪. ଓଡ଼ିଶାରେ ଉପକୃତ ହେବେ ୩.୫ କୋଟି ଲୋକ।
୧୫. ୭୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିବ।
୧୬. ଡିସ୍ଚାର୍ଜ ହେବା ପରେ ୧୫ ଦିନ ଯାଏ ମିଳିବ ଔଷଧ।
୧୭. ୧୯୪୯ ପ୍ରକାର ଚିକିତ୍ସା ସେବା ମିଳିବ।
୧୮. ଯୋଜନା ପାଇଁ କେନ୍ଦ୍ର ସରକାର ୬୦ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରୁଥିବାବେଳେ ପୂର୍ବ ଭାରତ ରାଜ୍ୟଗୁଡ଼ିକ ମାତ୍ର ୧୦ ପ୍ରତିଶତ ଖର୍ଚ୍ଚ ବହନ କରୁଛନ୍ତି।
୧୯. ଏହି ଚିକିତ୍ସା ପାଇବାକୁ ଆଗୁଆ ଖର୍ଚ୍ଚ ଜମା କରିବାକୁ ପଡ଼େ ନାହିଁ।
୨୦. ପ୍ରତ୍ୟେକ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ପ୍ରଦାନ କରାଯିବ।
୨୧. ଅନ୍ଲାଇନ ଜରିଆରେ ଆବେଦନ କରାଯାଇପାରିବ।
୨୨. ଇ-କଓ୍ବୋଇସି ପାଇଁ ଆଧାର କାର୍ଡ ସଂଯୋଗ ବାଧ୍ୟତାମୂଳକ।

 


Enter your email to get our daily news in your inbox.

All Right Reserved By Dharitri.Com

ପିଲା ଚୋରି ସନ୍ଦେହରେ ଯୁବକଙ୍କୁ ପିଟି ମାରିଦେବା ଘଟଣା: ଥାନା ଗେଟ୍‌ ବନ୍ଦ କରିବା ସହ ରାସ୍ତା ରୋକୋ କଲେ ମହିଳା

ମୋରଡା,୨୪।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ପିଲା ଚୋରି ସନ୍ଦେହରେ ଲୋକେ ଜଣେ ଅଚିହ୍ନା ଯୁବକଙ୍କୁ ପିଟିପିଟି ମାରିଦେବା ଘଟଣାରେ ଉତ୍ୟକ୍ତ ମହିଳାମାନେ ଆଜି…

ଚାଷୀ ସୁରକ୍ଷା ସମାବେଶରେ ନବୀନଙ୍କ ରଣହୁଙ୍କାର, ‘ଡବଲ ଇଂଜିନ ସରକାର କରୁଛି କଣ’

ଭୁବନେଶ୍ବର,୨୪।୨: ଚାଷୀ ସମସ୍ୟା ନେଇ ବିଜେଡି ବିକ୍ଷୋଭ ଚଳାଇଛି । ଭୁବନେଶ୍ବର ଲୋୟର PMGରେ ବିଜେଡିର ଚାଷୀ ସୁରକ୍ଷା ସମାବେଶ ଆରମ୍ଭ ହୋଇଛି । ଏଥିରେ ବିଜେଡି…

ରାଉରକେଲା NIT କ୍ୟାମ୍ପସରେ ହାତୀ ଆତଙ୍କ, ଛାତ୍ରୀଛାତ୍ର ଭୟଭୀତ

ରାଉରକେଲା,୨୪।୨(ସଂଗୀତା ଜେନା): ମଙ୍ଗଳବାର ସକାଳେ ଦୁଇଟି ବନ୍ୟ ହାତୀ ରାଉରକେଲା ପରିସରରେ ପ୍ରବେଶ କରିବା ପରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି କ୍ୟାମ୍ପସରେ କିଛି ସମୟ ପାଇଁ…

T20 World Cupରୁ ବାହାରିଯିବ ପାକିସ୍ତାନ! ଜାଣନ୍ତୁ ଗ୍ରୁପ-୨ ସେମିଫାଇନାଲରେ ପହଞ୍ଚିବାର ସମୀକରଣ

ନୂଆଦିଲ୍ଲୀ,୨୪।୨: ପାକିସ୍ତାନ କ୍ରିକେଟ ଦଳର ସୁପର ୮ର ପ୍ରଥମ ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହୋଇଯାଇଥିଲା, ଯାହା ସଲମାନ ଅଲି ଆଗା ଏବଂ ଦଳକୁ ଗୋଟିଏ ପଏଣ୍ଟରେ…

ନାଲ୍‌କୋ ସପକ୍ଷବାଦୀଙ୍କୁ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ଚେତାବନୀ: କମ୍ପାନୀ ବିପକ୍ଷବାଦୀଙ୍କ ବୈଠକ

ପଟ୍ଟାଙ୍ଗି,୨୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ମାଳିପୁଟ ପଞ୍ଚାୟତ ମାଲକାରବନ୍ଧ ଗ୍ରାମ ନିକଟରେ ବିପକ୍ଷବାଦୀ ଏକତ୍ର ହୋଇ ସୋମବାର ଏକ ବୈଠକ କରିଛନ୍ତି।…

ଜମି ପାଖ ପୋଖରୀରୁ ମିଳିଲା ମୃତଦେହ ଉଦ୍ଧାର: ସନ୍ଦେହଜନକ ମୃତ୍ୟୁକୁ ନେଇ ବଢିଲା ଚର୍ଚ୍ଚା

ବଲାଙ୍ଗୀର,୪।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ବ୍ଲକ ମିରିଦ୍ଧାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଲଣ୍ଡି ଗ୍ରାମ ଜଗନ୍ନାଥ ମନ୍ଦିର ପାଖ ଜମିରେ ଥିବା ଏକ ପୋଖରୀରୁ…

ଲୁଚିଛପି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିଲେ: ଦେଖିଦେଲେ ଗ୍ରାମବାସୀ

ପଟ୍ଟାଙ୍ଗି,୨୪ା୨(ଶରତ କୁମାର ଧଳ):  କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ମାଳିପୁଟ ପଞ୍ଚାୟତ ପୁରୁଣାପଦର ଗ୍ରାମ ନିକଟରେ ଲୁକ୍କାୟିତ ଭାବେ ରାସ୍ତା ନିର୍ମାଣ କରିବାକୁ ଆସିଥିବା ଠିକାଦାର…

ପ୍ରଣବଙ୍କ ଫାର୍ମ ହାଉସରେ ବୁଲିଲା ବୁଲଡୋଜର: ଜବରଦଖଲ ଉଚ୍ଛେଦ ଜାରି

ଧର୍ମଶାଳା,୨୪।୨(ଶିବ ପ୍ରସାଦ ମହାନ୍ତି): ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମଙ୍ଗଳବାର ବୁଲଡୋଜର ବୁଳିଛି। ପ୍ରଶାସନ ପକ୍ଷରୁ ପ୍ରଣବଙ୍କ ଫାର୍ମ ହାଉସରେ ଜବରଦଖଲ ଉଚ୍ଛେଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri