ଆୟୁଷ ଡାକ୍ତରଙ୍କୁ ଅବହେଳା ଅଭିଯୋଗ: ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବିପତ୍ର

ବାଲେଶ୍ୱର ଅଫିସ,୨୮।୫- ବାଲେଶ୍ୱର ଜିଲାରେ କାର୍ଯ୍ୟରତ ୪୨ ଆୟୁଷ ଡାକ୍ତରଙ୍କୁ ରାଜ୍ୟସରକାର ଅବହେଳା ପ୍ରଦର୍ଶନ କରିଥିବା ନେଇ ବୁଧବାର ପୂର୍ବାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟଙ୍କୁ ଆୟୁଷ ଡାକ୍ତର ସଂଘ ପକ୍ଷରୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ, ଦୀର୍ଘ ୬ବର୍ଷରୁ ଊର୍ଦ୍ଧ୍ୱ ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲାର ୧୨ଟି ବ୍ଲକରେ ୪୨ଜଣ ଆୟୁଷ ଡାକ୍ତର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରି ଆସୁଛନ୍ତି। ବିଶ୍ୱ ମହାମାରୀ କରୋନା ସ୍ଥିତି ସମୟରେ ମଧ୍ୟ ସରକାରଙ୍କର ନିର୍ଦ୍ଦେଶକ୍ରମେ ଏବଂ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତତ୍ତ୍ୱାବଧାନରେ କୋଭିଡ୍‌ କେୟାର ସେଣ୍ଟର, ଆଇସୋଲେଶନ ୱାର୍ଡ, କୋଭିଡ୍‌ ଓପିଡ଼ି, ଟିଏମ୍‌ସି, ଆବଦ୍ଧାଞ୍ଚଳ ଠାରୁ ଆରମ୍ଭ କରି ଶବଦାହ କ୍ଷେତ୍ର ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି। ରାଜ୍ୟସରକାର ସେମାନଙ୍କୁ କରୋନା ମୁକାବିଲାରେ ଆଗଧାଡ଼ିର ଯୋଦ୍ଧା ବୋଲି ଘୋଷଣା କରିଥିଲେ ମଧ୍ୟ ଚିକିତ୍ସା ବିଭାଗର ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ମିଳୁଥିବା ସୁବିଧା ଓ ସୁଯୋଗରୁ ବଞ୍ଚତ୍ତ କରିଛନ୍ତି। ବ୍ୟକ୍ତିଗତ କିମ୍ବା ଗୋଷ୍ଠୀ ଜନିତ ବୀମା, ଅଗ୍ରୀମ ଦରମା ନ ଥିବା ବେଳେ ଦୀର୍ଘ ୬ବର୍ଷ ଧରି କାର୍ଯ୍ୟ କରିଆସୁଥିବାରୁ ସେମାନଙ୍କ ନିଜର ମାସିକ ଦରମା ବୃଦ୍ଧିରେ ନାଁ ଧରୁ ନାହାନ୍ତି। ଅନ୍ୟପକ୍ଷରେ କୋଭିଡ୍‌-୧୯ ମୁକାବିଲାରେ ନିଯୁକ୍ତ ଡାକ୍ତରମାନଙ୍କୁ ୬୬ହଜାର ଟଙ୍କା ମାସିକ ବେତନ ଦିଆଯାଉଥିବା ବେଳେ ସେମାନଙ୍କ ଠାରୁ ଯଥେଷ୍ଟ ଅଧିକ କାମ କରି ମାତ୍ର ୨୬ହଜାର ମାସିକ ଦରମା ପାଉଛନ୍ତି। ଏହା ରାଜ୍ୟସରକାରଙ୍କର ପାତରଅନ୍ତର ନୀତି ବୋଲି ସଂଘର କର୍ମକର୍ତ୍ତା କ୍ଷୋଭର ସହ ପ୍ରକାଶ କରିଛନ୍ତି। ଅଭିଯୋଗ ପତ୍ର ପ୍ରଦାନ ବେଳେ ଆୟୁଷ ଡାକ୍ତର ସଂଘର ଜିଲା ସଭାପତି ଡା. ଆଲୋକ ନାରାୟଣ ଶତପଥୀ, ଉପ-ସଭାପତି ଡା. ସୁଭାଶିଷ ମହାନ୍ତି, ଡା. ରତିକାନ୍ତ ବେହେରା, ଡା. ଶୁଭାଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri