ଜରୁରୀ ନ ଥିଲେ ବସ୍‌ ଯାତ୍ରା ନ କରିବାକୁ ପରାମର୍ଶ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ସମ୍ପ୍ରତି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଓଡ଼ିଶାରେ ମଧ୍ୟ ଜଣେ କରୋନା ପଜିଟିଭ୍‌ ରୋଗୀ ଚିହ୍ନଟ ହୋଇ ଚିକିତ୍ସାଧୀନ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜରୁରୀ ନ ଥିଲେ ମୋ’ ବସ୍‌ରେ ଯାତ୍ରା ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏ ନେଇ କ୍ରୁଟ୍‌ ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି, ଆମ ପାଇଁ ଆୟ ଅପେକ୍ଷା ଜନସାଧାରଣଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ସମସ୍ତେ କରୋନା ଭାଇରସକୁ ନେଇ ଚିନ୍ତା ପ୍ରକଟ କରୁଥିବାବେଳେ କ୍ରୁ୍ରଟ୍‌ ମଧ୍ୟ ଏହା ଉପରେ ଗୁରୁତ୍ୱ ଦେଇଛି। ସାମାଜିକ ଦୂରତା ବଜାୟ ରଖିବା ଏବେ ଜରୁରୀ ହୋଇଥିବାରୁ କ୍ରୁଟ୍‌ ଏହି ପରାମର୍ଶ ଦେଇଛି। ସେହିପରି ବସ୍‌କୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ସହ ଯାତ୍ରୀଙ୍କ ସାନିଟାଇଜର ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ବୋଥ୍ରା ସୂଚନା ଦେଇଛନ୍ତି।
ମୋ’ ବସ୍‌ରେ ୧.୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଯାତାୟାତ କରିଥାନ୍ତି। କିନ୍ତୁ ୧୭ ତାରିଖରେ ଭୁବନେଶ୍ୱରରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରଠୁ ମୋ’ ବସ୍‌ରେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି। ସେବେଠାରୁ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ରୁଟ୍‌ରେ ସବୁଠୁ କମ୍‌ ଲୋକ ଯାତ୍ରା କରୁଛନ୍ତି। ଏବେ ଯାତ୍ରୀଙ୍କ ସଂଖ୍ୟା ହାରାହାରି ୭୦ ହଜାର ରହୁଛି ବୋଲି ବୋଥ୍ରା କହିଛନ୍ତି। ସେହିପରି ପ୍ରତିଦିନ ବସ୍‌କୁ ଧୁଆଯାଉଛି। ଦିନରେ ବସ୍‌ଗୁଡ଼ିିକ ଯାତ୍ରା ସାରିବା ପରେ ରାତି ୧୦ଟା ବେଳକୁ ନିଜ ନିଜ ଡିପୋରେ ପହଞ୍ଚୁଛନ୍ତି। ରାତି ୧୦ଟାରୁ ତା’ ପରଦିନ ଭୋର ୬ଟା ଭିତରେ ବସ୍‌କୁ ଧୁଆଯିବା ପରେ ପ୍ରତିଷେଧକ ସାନିଟାଇଜର ଦ୍ୱାରା ବିଶୋଧନ କରାଯାଉଛି। ଏହାପରେ ବସ୍‌ ଗନ୍ତବ୍ୟ ପଥରେ ବାହାରୁଛି। ବସ୍‌ କର୍ମଚାରୀମାନଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଛି। ସେମାନଙ୍କୁ ସଫାସୁତରା ରହିବାକୁ କୁହାଯାଇଛି। ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ଆବଶ୍ୟକତା ପରିମାଣର ମାସ୍କ ଓଡ଼ିଶାରେ ଉପଲବ୍ଧ ହେଉନାହିଁ। ତଥାପି ୫୦%ରୁ ଅଧିକ ମୋ’ ବସ୍‌ଯାତ୍ରୀଙ୍କୁ ମାସ୍କ ପ୍ରଦାନ କରାଯାଇଛି। ଅଧିକ ମାସ୍କ ଉପଲବ୍ଧ କରିବା ପାଇଁ ବାହାର ରାଜ୍ୟ ସହ ଯୋଗାଯୋଗ କରାଯାଇଛି। କିଛି ଦିନ ମଧ୍ୟରେ ତାହା ରାଜ୍ୟରେ ଉପଲବ୍ଧ ହେବ ବୋଲି ବୋଥ୍ରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

ଜବରଦସ୍ତ ବିଜୟ ପରେ ଏମିତି କଥା କହିଦେଦେଲ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଲମ୍ବୋ,୧୬।୨: ICC T20 ବିଶ୍ୱକପର ଏକ ଗ୍ରୁପ ଏ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୬୧ ରନର ଜବରଦସ୍ତ ବିଜୟ ସହିତ ସୁପର -୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ରାଜ୍ୟରେ ବଢୁଛି ତାପମାତ୍ରା: ଆସନ୍ତା ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ):ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର୍‌ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଉତ୍ତର ଉପକୂଳ ଓଡ଼ିଶାର କିଛି…

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri