Odisha Elections 2024
Posted inରାଜ୍ୟ

ଆସିଲା ବ୍ୟବଚ୍ଛେଦ ରିପୋର୍ଟ: ମୃତଦେହରୁ ଗାଏବ ହୋଇନି ଆଖି

ଅନୁଗୋଳ ଅଫିସ, ୨୬।୭-ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ଥିବା ଦୁଇଟି ମୃତଦେହରୁ ଆଖି ଗାଏବ ଅଭିଯୋଗ ଉପରୁ ପରଦା ହଟାଇଛନ୍ତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ କୁମାର ବେହେରା। ବ୍ୟବଚ୍ଛେଦ ରିପୋର୍ଟରେ ଆଖି କେହି ଚୋରାଇ ନ ଥିଲେ ବରଂ ନଷ୍ଟ ହୋଇ ଡୋଳା ଭିତରକୁ ପଶିଯାଇଥିବା କହିଛନ୍ତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ। ଗୁରୁବାର ହସ୍ତଗତ ହୋଇଥିବା ଉକ୍ତ ରିପୋର୍ଟରେ ଏହା ସ୍ପଷ୍ଟ ଉଲ୍ଲେଖ ଥିବା ବେଳେ ତାହାକୁ ପୋଲିସକୁ ହସ୍ତାନ୍ତର କରାଯାଇଥିବା ସିଡିଏମ୍‌ଓ ସୂଚନା ଦେଇଛନ୍ତି।
ସିଡିଏମ୍‌ଓ ବେହେରା କହିଛନ୍ତି ଯେ, ମେଡିକାଲରୁ କୌଣସି ମୃତଦେହରୁ ଆଖି ଗାଏବ ହୋଇନାହିଁ। ବଅଁରପାଳ ନୂଆହତାର ୪ବର୍ଷର ଶିଶୁକନ୍ୟା ପ୍ରୀତି ଗୋଚ୍ଛାୟତର ଦୁଇଟି ଆଖି ଅତ୍ୟଧିକ ସଂକ୍ରମଣ କାରଣରୁ ନଷ୍ଟ ହୋଇଯାଇଥିଲା। ସେପଟିସେମିଆ ସଂକ୍ର୍ରମଣ ଏତେ ଭୟଙ୍କର ଥିଲା ଯେ, ଶିଶୁ କନ୍ୟାର କିଡ୍‌ନୀ ସହ ବିଭିନ୍ନ ଆଭ୍ୟନ୍ତର ଅଙ୍ଗ ଓ ଆଖିରେ ପୂଯ ହୋଇଯାଇଥିଲା। ତେଣୁ ଆଖି ଦୁଇଟି ଭିତରକୁ ପଶିଯାଇଥିଲା। ସେହିପରି ଛେଣ୍ଡିପଦା ବ୍ଲକ କୁଶକିଳା ଅଞ୍ଚଳର ଯୁବକ ଜମ୍ବେଶ୍ୱର ନାଏକଙ୍କ ଗୋଟିଏ ଆଖି ଦୁର୍ଘଟଣା କାରଣରୁ ନଷ୍ଟ ହୋଇଥିଲା। ତାଙ୍କ ଡାହାଣ ପାର୍ଶ୍ୱ ଗାଲରେ ମାଡ଼ ହୋଇଥିବାବେଳେ ନାକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଏପରି କି ଡାହାଣ ପାର୍ଶ୍ୱ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ଡାହାଣ ଆଖି ଭିତରକୁ ପଶିଯାଇଥିଲା। ତେଣୁ ଆଖି ନ ଥିବା ଭଳି ଦେଖାଯାଉଥିଲା। ଦୁଇଟିଯାକ ଘଟଣାରେ ଆଖିର ଡୋଳା ଥିବା ସିଡିଏମ୍‌ଓ କହିଛନ୍ତି। ଏ ନେଇ ରିପୋର୍ଟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ପୋଲିସ ନିକଟକୁ ପଠାଯାଇଥିବା ସେ ପ୍ରକାଶ କରିଛନ୍ତି। ତେବେ ଶବ ସଂରକ୍ଷଣ ଗୃହ ଚାବି ଆଉ ଫାର୍ମାସିଷ୍ଟଙ୍କ ପାଖରେ ରଖା ନ ଯାଇ କାଜୁଆଲଟି ଡ୍ୟୁଟି କରୁଥିବା ଡାକ୍ତରଙ୍କ ପାଖରେ ରହିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏପରି କି ମରଶରୀର ଶବ ସଂରକ୍ଷଣ ଗୃହରେ ରଖାଯିବା ସମୟରେ କାର୍ଯ୍ୟରେ ଥିବା ଡାକ୍ତର ଉପସ୍ଥିତ ରହିବେ। ସେହିପରି ପଞ୍ଚନାମା ପାଇଁ ମୃତଦେହ ବାହାର କରାଯିବା ବେଳେ ପୋଲିସ ସହ ଡାକ୍ତର ସେଠାରେ ରହିବେ ବୋଲି ସ୍ଥିର କରାଯାଇଛି। ନୂତନ ଶବଗୃହ ଶୀଘ୍ର କାର୍ଯ୍ୟକାରୀ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଆବଶ୍ୟକ ହେଉଥିବା ଯନ୍ତ୍ରାଂଶ ତୁରନ୍ତ ଯୋଗାଇ ଦେବା ପାଇଁ ମେଡିସିନ୍‌ କର୍ପୋରେଶନ୍‌କୁ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଅନୁରୋଧ କରାଯାଇଥିବା ସିଡିଏମ୍‌ଓ ସୂଚନା ଦେଇଛନ୍ତି। ଅପରପକ୍ଷରେ ଆଖି ଗାଏବ ଘଟଣାର ତଦନ୍ତ ପୋଲିସ ଚଳାଇଛି। ଅନୁଗୋଳ ଥାନାର କେତେଜଣ ଅଧିକାରୀ ମେଡିକାଲ ପରିସରର ଏକ ମେଡିସିନ୍‌ ଷ୍ଟୋରରେ ଲାଗିଥିବା ୫ଟି ସିସିଟିଭି ଯାଞ୍ଚ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର

ଭୁବନେଶ୍ୱର,୨୩।୫: ଭାଜପାରେ ସାମିଲ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର। ଭାଜପାରେ ମିଶୁମିଶୁ ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର କରିଛନ୍ତି। ଗୋଶାଳା...

୨୫ ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଜାଣନ୍ତୁ କେଉଁଠି ଛୁଇଁବ ଉପକୂଳ

ଭୁବନେଶ୍ୱର,୨୩।୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତା କାଲି ସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତ...

‘ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଉ’

ବାଣପୁର,୨୩ା୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗୁରୁବାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଚିଲିକାର ବାଣପୁରରେ ଆୟୋଜିତ ଏକ ଜନସଭାରେ ଯୋଗ ଦେଇଛନ୍ତି। ଯୋଗୀ...

ଓଡ଼ିଶାରେ ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର,୨୩ା୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗୁରୁବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚଛନ୍ତି। ଏଠାରେ ପହଞ୍ଚିବା ପରେ ଚିଲିକା ବିଧାନସଭା କ୍ଷେତ୍ର...

ବିଜେଡିରେ ରହିବେ ଜ୍ୟୋତି ପାଣିଗ୍ରାହୀ, ମିଳିଲା ବାଲେଶ୍ୱର ଜିଲା ସଭାପତି ଦାୟିତ୍ୱ

ଭୁବନେଶ୍ୱର, ୨୩।୫: ବୁଧବାର ବିଜେଡିରୁ ଇସ୍ତଫା ଦେଇଥିବା ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମନ ପରିବର୍ତ୍ତନ କରି ବିଜେଡିରେ ରହିଛନ୍ତି।...

‘ଏଠି ମୁଖ୍ୟମନ୍ତ୍ରୀ ନାହାନ୍ତି, ପାଣ୍ଡିଆନ ସବୁ କବ୍‌ଜା କରିଛନ୍ତି’

ସମ୍ବଲପୁର,୨୩ା୫: ଦେଶ ତଥା ରାଜ୍ୟରେ ଚାଲିଛି ସାଧାରଣ ନିର୍ବାଚନ। ମତଦାତାମାନେ ଦୁଇଟି ପର୍ଯ୍ୟାୟରେ ସେମାନଙ୍କ ପ୍ରାର୍ଥୀ ବାଛି ସାରିଥିବା ବେଳେ ଆଉ ଦୁଇଟି ପର୍ଯ୍ୟାୟ ବାକି...

କଲ୍ କରି ଭୋଟ୍ ମାଗୁଛନ୍ତି ନେତା, ଚିନ୍ତାରେ ଜନତା

ଭୁବନେଶ୍ୱର, ୨୩।୫: ଭୋଟ ପାଇଁ ନେତାମାନେ ବିଭିନ୍ନ ଉପାୟରେ ପ୍ରଚାର କରୁଥିଲା ବେଳେ ଚଳିତ ନିର୍ବାଚନର ଡିଜିଟାଲ ପ୍ରଚାର ବହୁଳ ବ୍ୟବହୃତ ହେଉଛି। ଏହାଛଡ଼ା ନେତାମାନେ...

୨୪ରେ ଅବପାତର ରୂପ ନେବ ଲଘୁଚାପ: ଜାଣନ୍ତୁ କ’ଣ ରହିବ ଓଡ଼ିଶା ଉପରେ ପ୍ରଭାବ

ଭୁବନେଶ୍ୱର,୨୩।୫(ଅସମାପିକା ସାହୁ): ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ବୁଧବାର ଏକ ଲଘୁଚାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri