ଆସିପାରେ କରୋନା ବଜେଟ

ନୂଆଦିଲ୍ଲୀ,୨୦ ।୪: କରୋନା ବିରୋଧୀ ଲଢ଼େଇରେ ସରକାର ପ୍ରାଥମିକ ପର୍ଯ୍ୟାୟରେ ୧.୭ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ଶିଳ୍ପଜଗତ ଲାଗି ଏବେ ଯାଏ କୌଣସି ବିଶେଷ ପ୍ୟାକେଜ ଘୋଷଣା ହୋଇଛନ୍ତି। ସରକାରଙ୍କ ଏ ନେଇ କିଭଳି କୌଶଳ ଅବଲମ୍ବନ କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହାବାଦ୍‌ ଶିଳ୍ପଜଗତ ଏକ ଉନ୍ନତ ପ୍ୟାକେଜ ଆଶାରେ ରହିଛି। ଏ ନେଇ ବିଭିନ୍ନ କ୍ଷେତ୍ର ସେମାନଙ୍କ ବହୁ ଦାବି ସରକାରଙ୍କ ନିକଟରେ ରଖିଛନ୍ତି। ଏଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାରକରି ଏକ ସ୍ବତନ୍ତ୍ର କରୋନା ବଜେଟ ଉପରେ ସରକାର ବିଚାର କରୁଥିବା କୁହାଯାଉଛି।
୨୦୨୦-୨୧ ବର୍ଷ ଲାଗି ସରକାର ଧାର୍ଯ୍ୟ କରିଥିବା ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ କରିବା ନେଇ ଆଶା ଦେଖାଯାଉନାହିଁ। ଅର୍ଥ ବ୍ୟବସ୍ଥାକୁ ବଞ୍ଚାଇବା ଏବଂ ଗତି ପ୍ରଦାନ କରିବା ଲାଗି ପ୍ୟାକେଜ ବାବଦକୁ ସରକାର ଯେତେ ଅଧିକ ବଡ ଘୋଷଣା କରିବେ ବିତ୍ତୀୟ ନିଅଣ୍ଟ ସେତେ ବଢ଼ିଯିବ। ନିକଟରେ ଘୋଷଣା କରାଯାଇଥିବା ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଦେଶର ମୋଟ ଜିଡିପିର ପ୍ରାୟ ୦.୭୦% ହେବ। ପ୍ରକ୍ରିୟା ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅର୍ଥ ବ୍ୟବସ୍ଥାକୁ ବଞ୍ଚାଇବା ପାଇଁ ପ୍ୟାକେଜରେ କାଟଛାଣ୍ଟ ନ କରିବାକୁ ଆର୍ଥତ୍କ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏହାର ବିଭିନ୍ନ ଦିଗ ଉପରେ ଏବେ ସରକାର ବିଚାର କରୁଛନ୍ତି। ଚୂଡ଼ାନ୍ତ ନିଷ୍ପତ୍ତି ଆଗାମୀ ଦିନରେ ଘୋଷଣା କରାଯିବ।
କରୋନା ବିରୋଧରେ ଲଢ଼େଇ ଲାଗି ସରକାର ସ୍ବତନ୍ତ୍ର ବଜେଟ ଆଣିବାର ବିଶେଷ ସମ୍ଭାବନା ରହିଛି। କାରଣ ୨୦୦୮-୦୯ ସମୟରେ ଉପୁଜିଥିବା ମାନ୍ଦାବସ୍ଥା ବିରୋଧରେ ଲଢ଼େଇ କରିବା ଲାଗି ସରକାର କିଛି ପଦକ୍ଷେପ ନେଇ ନ ଥିଲେ। ଏହି ଭୁଲ୍‌କୁ ଦୋହରାଇବାକୁ ବର୍ତ୍ତମାନର ସରକାର ଚାହୁଁନାହାନ୍ତି ବୋଲି କୁହାଯାଇଛି। ସେହି ସମୟର ତତ୍କାଳୀନ ସରକାର ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରି ନ ଥିଲେ। ଏଥିଯୋଗୁ ୨୦୦୮ର ବିତ୍ତୀୟ ନିଅଣ୍ଟ ୨.୭% ରହିଥିବା ବେଳେ ୨୦୦୯ରେ ଏହା ବୃଦ୍ଧି ଘଟି ୬%ରେ ପହଞ୍ଚିଥିଲା।
ଏହି ପ୍ରସଙ୍ଗ ଉପରେ ବଜାର ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ପ୍ରକାଶ କରିଛନ୍ତି। ରେଟିଂ ଏଜେନ୍ସି କ୍ରିସିଲର ମୁଖ୍ୟ ଅର୍ଥନୀତିଜ୍ଞ ଡି.କେ.ଜୋଷୀ କହିଛନ୍ତି ଯେ, କରୋନା ସ୍ପେଶାଲ ଆକାଉଣ୍ଟିଂରୁ ଗୋଟିଏ ଫାଇଦା ହୋଇପାରେ। କେତେ ଖର୍ଚ୍ଚ ହେଉଛି ସେ ସମ୍ପର୍କରେ ଜଣାପଡିବ। ୟର୍ନଷ୍ଟ ଆଣ୍ଡ ୟଙ୍ଗର ମୁଖ୍ୟ ପଲିସି ପରାମର୍ଶଦାତା କହିଛନ୍ତି ଯେ, ସ୍ବତନ୍ତ୍ର କରୋନା ବଜେଟରେ ବିଶେଷ ଫାଇଦା ହେବାର ସମ୍ଭାବନା ନାହିଁ। କରୋନା ଉପରେ ହେଉଥିବା ଖର୍ଚ୍ଚକୁ ଅଲଗା ଭାବେ ଦର୍ଶାଯାଇପାରେ। ଚଳିତ ଆର୍ଥତ୍କ ବର୍ଷ ଲାଗି ଆସିଥିବା ବଜେଟ ଏବେ ପ୍ରାସଙ୍ଗିକତା ହରାଇଛି। ଏଭଳି ସ୍ଥିତିରେ କେନ୍ଦ୍ର ଏବଂ ରାଜ୍ୟଗୁଡିକ ନିଜ ବଜେଟକୁ ପୁନଃ ମୂଲ୍ୟାୟନ କରିବାକୁ ପଡିବ। ସମ୍ପୂର୍ଣ୍ଣ ଭାବେ ନୂଆ ବଜେଟ ଆଣିବାର ମଧ୍ୟ ଆବଶ୍ୟକତା ରହିଛି। ଖର୍ଚ୍ଚ ଏବଂ ରାଜସ୍ବ ଆକଳନ ଏବେ ବିଗିଡ଼ିଛି। ଏଭଳି ସ୍ଥିତିରେ ସରକାରଙ୍କୁ ବଜେଟର ପୁନଃ ମୂଲ୍ୟାଙ୍କନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏହିସବୁ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ,୩୧।୭: ଶୁକ୍ରବାର ବସିଥିବା କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପିଏମ କିଷାନ ଯୋଜନା ଉପରେ ସରକାର ବଡ଼ ଘୋଷଣା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଆଉ ୫…

Assam Floods: ବନ୍ୟାର ତାଣ୍ଡବ: ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି

ଗୁଆହାଟି,୩୧।୭: ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି, ଯେତେବେଳେ ଆଠଟି ଜିଲ୍ଲାର ୨.୧୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି; ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।…

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲାର ରାୟ ପ୍ରକାଶ, ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୩୧।୭: ଫେବୃଆରୀ ୨୦୨୦ରେ ଦିଲ୍ଲୀ ଦଙ୍ଗା ସମୟରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ପାଇଁ କରକାରଡୁମା କୋର୍ଟ ପୂର୍ବତନ ଏଏପି କାଉନସିଲର ତାହିର ହୁସେନଙ୍କ ସମେତ…

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ପିଏମ କିଷାନ ହିତାଧିକାରୀଙ୍କ ପାଇଁ ଖୁସିଖବର, ବଢିଲା…

ନୂଆଦିଲ୍ଲୀ,୩୧।୭: କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି। ଆଉ ୫ ବର୍ଷ ବଢିଲା ପିଏମ କିଷାନ ଯୋଜନା। ୨୦୩୦-୩୧ ଯାଏ ପିଏମ କିଷାନ ଯୋଜନା ବଢିଲା। ଏନେଇ କେନ୍ଦ୍ର…

‘ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି’: ସଂସଦରେ ହଟ୍ଟଗୋଳ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଡାକିଲେ କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ,୩୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଶୁକ୍ରବାର (ଜୁଲାଇ 31, 2026) ସଂସଦ ଭବନରେ ଅନୁଷ୍ଠିତ ହୋଇଥିଲା। ଲୋକ ସଭା ଏବଂ…

ଭାରତ ଆସୁଛନ୍ତି ଜିନ୍‌ପିଙ୍ଗ୍, ନୂଆଦିଲ୍ଲୀରୁ ବେଜିଂ ହଲଚଲ

ନୂଆଦିଲ୍ଲୀ,୩୧।୭: ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ସେପ୍ଟେମ୍ବର ମାସରେ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିବାର ସମ୍ଭାବନା ରହିଛି। ୨୦୨୦ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri