ଆସିକା ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲା: ପୋଲିସ ଏନ୍‌କାଉଣ୍ଟରରେ ୨ ମୁଖ୍ୟ ଅଭିଯୁକ୍ତ ଗିରଫ, ମାଷ୍ଟରମାଇଣ୍ଡଙ୍କୁ ଖୋଜୁଛି ପୋଲିସ

ବ୍ରହ୍ମପୁର ଅଫିସ,୧ା୬- ଆସିକା କଂଗ୍ରେସ ବିଧାୟକ ର୍ପ୍ରାଥୀ ମନୋଜ ଜେନାଙ୍କୁ ଗତ ୨୨ ତାରିଖ ରାତ୍ର ସାଢ଼େ ୯ଟା ବେଳେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ ଲାଞ୍ଜିପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ଗୁଳିମାଡ଼ ଓ ତଣ୍ଟି କାଟି ହତ୍ୟା କରାଯାଇଥିଲା। ଏହି ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗୋଳନ୍ଥରା ଥାନା ଅମିତ୍‌ ହସ୍ପିଟାଲ ନିକଟରେ ଶୁକ୍ରବାର ରାତ୍ର ସାଢ଼େ ୧୧ଟାରେ ପୋଲିସ ଦୁଇଜଣଙ୍କୁ ଏନ୍‌କାଉଣ୍ଟର କରିଛି ସେମାନେ ହେଲେ ଆସିକାର ବୁଲୁ ଓରଫ ଗଣେଶ ନାୟକ (୨୫) ଓ ହୃଷିକେଶ ପାତ୍ର (୨୭)। ଉଭୟଙ୍କ ନାମରେ ୬ଟି ହତ୍ୟା ମାମଲା ରହିଥିବା ନେଇ ଶନିବାର ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସପି ପିନାକ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ଓ ମଦ ବ୍ୟବସାୟ ରହିଥିବା ପୋଲିସ ପ୍ରାଥମିକ ତଦନ୍ତକୁ ଆଧାର କରି ଅନୁମାନ କରୁଛି ।

ମନୋଜ ହତ୍ୟା ଘଟଣାରେ ୭ ଜଣଙ୍କ ନାଁରେ ଏତଲା ଦାୟର ହୋଇଥିବା ବେଳେ ପୋଲିସ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ବୁଲୁ ପ୍ରଥମେ ମନୋଜଙ୍କ ଉପରକୁ ଗୁଳି ଫୁଟାଇବା ପରେ ସେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ହୃଷିକେଶ ମନୋଜଙ୍କୁ ଗୋଡ଼ାଇ କାବୁ କରି ଶେଷରେ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି କାଟି ଦେଇଥିଲେ ବୋଲି ଏସପି ମିଶ୍ର କହିଛନ୍ତି। ଉଭୟଙ୍କୁ ଜେରା କରିବା ପରେ ଅଧିକ ତଥ୍ୟ ମିଳିବ ବୋଲି ଏସ୍‌ପି କହିଛନ୍ତି। ସେହିପରି ଏହି ହତ୍ୟା ଘଟଣା ପଛରେ ଷଡ଼ଯନ୍ତ୍ରକାରୀ ଓ ସୁପାରିକିଲରଙ୍କୁ ଠାବ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ବୋଲି ସେ ପ୍ରକାଶ କରିଛନ୍ତି। ଏହି ହତ୍ୟା ଘଟଣାର ଅପରାଧିଙ୍କୁ ଚିହ୍ନଟ କରିବା ଓ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ସହ ଶୁକ୍ରବାର ଏନକାଉଣ୍ଟର ଘଟଣାରେ ୩ଟି ସ୍ବତନ୍ତ୍ର ଟିମ, ଏଏସ୍‌ପି ପ୍ରଭାତ ରାଉତରାୟ, ବ୍ରହ୍ମପୁର ଏସଡିପିଓ ବିଷ୍ଣୁ ପ୍ରସାଦ ପତି, ଆସିକା ଏସ୍‌ଡିପିଓ ଏସ୍‌ଏମ୍‌ ପ୍ରଧାନଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଏସପି କହିଛନ୍ତି।

ପ୍ରକାଶ ଯେ, ଶୁକ୍ରବାର ରାତ୍ର ସାଢ଼େ ୧୧ଟା ବେଳେ ମନୋଜ ଜେନା ହତ୍ୟା ମାମଲାର ଅଭିଯୁକ୍ତମାନେ ଗୋଳନ୍ଥରା ଦେଇ ଆନ୍ଧ୍ରପ୍ରଦେଶକୁ ଫେରାର ହୋଇଯିବା ପାଇଁ ଉଦ୍ୟମ କରୁଥିଲେ। ଏହାର ଖବର ପାଇ ଏସ୍‌ପିଙ୍କ ନିର୍ଦ୍ଦେଶରେ ଗୋଷାଣୀ ନୂଆଗାଁ ଥାନାଧିକାରୀ ସୁମିତ କୁମାର ସୋରେନ, ବୈଦ୍ୟନାଥପୁର ଥାନା ଏସ୍‌ଆଇ କୈଶିକ ମାଝି ଏକ ଟିମ୍‌ ନେଇ ଅପରାଧିଙ୍କ ପିଛା କରିଥିଲେ। ଅପରାଧିମାନେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ନିକଟ ଅମିତ ହସ୍ପିଟାଲ ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ ପୋଲିସକୁ ଦେଖି ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଏହାର ଜବାବରେ ପୋଲିସ ପାଲଟା ଫାଇରିଂ କରିଥିଲା । ଫଳରେ ହୃଷିକେଶ ଓ ବୁଲୁଙ୍କ ଗୋଡ଼ରେ ଗୁଳି ବାଜିଥିଲା। ଉଭୟ ଆହତ ହୋଇ ବାଇକରୁ ଖସି ତଳେ ପଡ଼ି ଯାଇଥିଲେ। ସେପଟେ ଅନ୍ୟ ତିନିଜଣ ଅଭିଯୁକ୍ତ ବାଇକ ଧରି ଆନ୍ଧ୍ରପ୍ରଦେଶ ଅଭିମୁଖେ ଚମ୍ପଟ ମାରିଥିଲେ ବୋଲି ଏସପି କହିଛନ୍ତି। ପୋଲିସ ଘଟଣାସ୍ଥଳରୁ ଉଭୟଙ୍କୁ ଗିରଫ କରିଥିବା ବେଳେ ଏକ ଦେଶୀ ପିସ୍ତଲ, ତିନୋଟି ଗୁଳି ଓ ଗୋଟିଏ ବାଇକ ଜବତ କରିଥିଲା। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେମାନଙ୍କୁ ଏମ୍‌କେସିିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଶନିବାର ଖବରଦାତା ସମ୍ମିଳନୀରେ ଏସ୍‌ପି ମିଶ୍ରଙ୍କ ସମେତ ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ, ଆସିକା ଏସ୍‌ଡିପିଓ ଏସ୍‌ଏମ୍‌ ପ୍ରଧାନ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri