ଆଶ୍ୱସ୍ତ ହେଲେ ଉଦ୍ଧବ: ବିଧାନ ପରିଷଦ ନିର୍ବାଚନ ପାଇଁ ଅନୁମତି ଦେଲେ ନିର୍ବାଚନ ଆୟୋଗ

ମୁମ୍ବାଇ,୧।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପଦକୁ ନେଇ ଦେଖାଦେଇଥିବା ସଙ୍କଟର ଅନ୍ତ ଘଟିଛି। ଶୁକ୍ରବାର ନିର୍ବାଚନ ଅୟୋଗ ଉଦ୍ଧବ ଠାକରେଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ସହ ରାଜ୍ୟରେ ବିଧାନ ପରିଷଦ ନିର୍ବାଚନ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଖୁବ୍‌ଶୀଘ୍ର ଏନେଇ ଏକ ଅଧିସୂଚନା ଜାରି କରାଯିବ ଏବଂ ୨୧ ଦିନ ଭିତରେ ନିର୍ବାଚନ ସମ୍ପନ୍ନ କରାଯିବ। ତେବେ ମେ’ ୨୭ ପୂର୍ବରୁ ସମସ୍ତ ପ୍ରକ୍ରିୟା ଶେଷ କରାଯିବ ବୋଲି ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶ୍ୟାରି ରାଜ୍ୟରେ ଖାଲିପଡ଼ିଥିବା ୯ ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ କରାଇବାକୁ ଗୁରୁବାର ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିଲେ। ବର୍ତ୍ତମାନ ସ୍ଥିତିରେ କେନ୍ଦ୍ର ସରକାର ଲକ୍‌ଡାଉନ କଟକଣା କୋହାଳ କରିଥିବାରୁ ନିର୍ଦ୍ଦିଷ୍ଟ ଗାଇଡଲାଇନ ସହ ବିଧାନ ପରିଷଦ ନିର୍ବାଚନ ଅନୁଷ୍ଠିତ ହୋଇପାରିବ ବୋଲି ରାଜ୍ୟପାଳ କହିଥିଲେ। ତେବେ ଶୁକ୍ରବାର ନିର୍ବାଚନ ଆୟୋଗ ଏଥିପାଇଁ ଅନୁମତି ପ୍ରଦାନ କରିବା ପରେ ଉଦ୍ଧବ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ସୂଚନା ମୁତାବକ କରୋନା ମହାମାରୀ ସଙ୍କଟ ଯୋଗୁ ନିର୍ବାଚନ ଆୟୋଗ ଉପରୋକ୍ତ ଆସନ ପାଇଁ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିଥିଲେ। ଅପରପକ୍ଷେ ଶୁକ୍ରବାର ସକାଳେ ଉଦ୍ଧବ ରାଜଭବନକୁ ଯାଇ ରାଜ୍ୟପାଳ ଭଗତ ସିଂ କୋଶ୍ୟାରିଙ୍କୁ ଭେଟି ମହାରାଷ୍ଟ୍ର ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଥିଲେ। ଏହି ସାକ୍ଷାତକାରରେ ୨୦ ମିନିଟ୍‌ର ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁମାନ ସାଗର ମୃତ୍ୟୁ ମାମଲା, ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ

କଟକ,୧୩।୧: ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ହାଇକୋର୍ଟ । ଅର୍ପିତାଙ୍କୁ ଏକପ୍ରକାର ଆଶ୍ବସ୍ତି ମିଳିଛି । ଅର୍ପିତା ଓ ସୋମେଶ...

ହିଂସାର ନିଆଁରେ ଜଳୁଛି ଇରାନ, ଏବେ ପର୍ଯ୍ୟନ୍ତ ୬୪୮ ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଅଧିକ ଗିରଫ

ନୂଆଦିଲ୍ଲୀ,୧୩।୧: ଇରାନରେ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଇରାନ ହିଂସାରେ ଏପର୍ଯ୍ୟନ୍ତ ପ୍ରାୟ ୬୪୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର...

ଟୁଙ୍ଗୁରୁ ଭୋଳଙ୍କୁ ବାନ୍ଧିଲା ପୋଲିସ: କରୁଥିଲେ ଏହି କାମ

ଭୁବନେଶ୍ୱର,୧୩।୧(ତ୍ରିନାଥ ମହାନ୍ତି): ସୋସିଆଲ ମିଡିଆରେ ରାତାରାତି ଭାଇରାଲ ହୋଇଥିବା ଟୁଙ୍ଗୁରୁ ଭୋଳଙ୍କୁ ଏକ ଚୋରି ମାମଲାରେ ତମାଣ୍ଡୋ ପୋଲିସ ଗିରଫ କରିଛି। ରାଜମିସ୍ତ୍ରି ସୁଧାକର ବେହେରାଙ୍କ...

ମମତାଙ୍କୁ କାହିଁକି ଯଥା ସମ୍ଭବ ସହଯୋଗ କରିବାକୁ କହିଲେ କେନ୍ଦ୍ର ସରକାର? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୩।୧: ପଶ୍ଚିମବଙ୍ଗରେ ନିପା ଭାଇରସର ଦୁଇଟି ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଛି। ଏହି ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା...

ବୁଦ୍ଧଙ୍କ ଦେଶରେ ମନ୍ଦିର କଳି

ଦକ୍ଷିଣପୂର୍ବ ଏସିଆର ଦୁଇ ପଡ଼ୋଶୀ ଦେଶ ଥାଇଲାଣ୍ଡ-କାମ୍ବୋଡିଆ। ଭଗବାନ୍‌ ବୁଦ୍ଧଙ୍କୁ ଅନୁସରଣ କରୁଥିବା ଏହି ଦୁଇ ଦେଶର ୮୦ପ୍ରତିଶତ ଅଧିବାସୀ ବୌଦ୍ଧ ଧର୍ମାବଲମ୍ବୀ। ବିଶ୍ବ ମାନଚିତ୍ରରେ...

ବାଂଲାଦେଶରେ ଥମୁନି ହିନ୍ଦୁ ନିର୍ଯାତନା, ଆଉ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ,୧୩।୧: ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ନିରନ୍ତର ଟାର୍ଗେଟ କରାଯାଉଛି। ହିନ୍ଦୁ ସମ୍ପ୍ରଦାୟ ବିରୁଦ୍ଧରେ ହିଂସା ଜାରି ରହିଛି । ଏହାରି ଭିତରେ ଆଉ ଏକ...

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା: ପ୍ରଶ୍ରୟ ଦେଲେ ….

ଭୁବନେଶ୍ୱର,୧୩ା୧(ତ୍ରିନାଥ ମହାନ୍ତି):ଖଣ୍ଡଗିରି କୁମ୍ଭମେଳାରେ ଆଇନଶୃଙ୍ଖଳା ରକ୍ଷା ସହ ଲୋକଙ୍କ ସୁରକ୍ଷାକୁ ଦୁଷ୍ଟିରେ ରଖି ସୋମବାର ଖଣ୍ଡଗିରି ଥାନା ପୋଲିସ ଏବଂ ଯାତ୍ରା କମିଟି ମଧ୍ୟରେ ପ୍ରସ୍ତୁତି...

‘ୟେସ୍‌’କହିଲେ ସବୁ ଶେଷ

ଆପଣଙ୍କୁ ଶୀର୍ଷକଟି ଆଶ୍ଚର୍ଯ୍ୟଜନକ ଲାଗିପାରେ। ଆମ ଭାରତୀୟ କଥିତ ଭାଷାରେ ୟେସ୍‌ ଅର୍ଥ ଗ୍ରହଣୀୟତା। ଏହା ଏକ ପ୍ରତିକାତ୍ମକ ଭଲ ପାଇବାର ଭାବନାକୁ ଚିତ୍ରିତ କରିଥାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri