Posted inଖେଳ

ଆଶାରାମ ବାପୁ, ରାମରହିମ୍‌ ଜେଲ୍‌ ଯାଇଛନ୍ତି,ଶାମି ବି ଯିବେ: ହାସିନ୍‌ ଜହାନ

କୋଲକାତା,୫।୯: ଭାରତୀୟ କ୍ରିକେଟ ଟିମର ଷ୍ଟାର୍‌ ପେସ ବୋଲର ମହମ୍ମଦ ଶାମିଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି ହୋଇଛି। ଶାମିଙ୍କ ପତ୍ନୀ ହାସିନ ଜହାନଙ୍କ ଦ୍ୱାରା ଦାୟର କରାଯାଇଥିବା ଘରୋଇ ହିଂସା ମାମଲାରେ ପଶ୍ଚିମବଙ୍ଗର ଅଲୀପୁଲର କୋର୍ଟ ଏହି ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଶାମି ଓ ତାଙ୍କ ଭାଇ ହାସିଦ ଅହମ୍ମଦଙ୍କୁ ୧୫ ଦିନ ଭିତରେ କୋର୍ଟରେ ସରେଣ୍ଡର୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ହାସିନ୍‌ କହିଛନ୍ତି, ଆଶାରାମ ବାପୁ ଏବଂ ରାମରହିମ୍‌ ଜେଲ ଯିବାରୁ ବର୍ତ୍ତିନାହାନ୍ତି ତେବେ ମହମ୍ମଦ ଶାମି କିଏ ଏବଂ ସେ କାହିଁକି ଜେଲ୍‌ ଯିବେନି ବୋଲି ସେ ପ୍ରଶ୍ନ କରିଛନ୍ତି। ଶାମିଙ୍କୁ ଗିରଫ ଓ୍ବାରେଣ୍ଟ ଜାରି କରାଯାଇଥିବାରୁ ସେ ଖୁସି ବ୍ୟକ୍ତ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଧନ୍ୟବାଦ ଦେଇଛନ୍ତି। ସୂଚନାଯୋଗ୍ୟ, ଶାମିଙ୍କ ବିରୋଧରେ ଘରୋଇ ହିଂସାର ମାମଲା ଦାୟର ହୋଇଛି। ୨୦୧୮ରେ ଶାମିଙ୍କ ଉପରେ ତାଙ୍କ ପତ୍ନୀ ହସିନ ମାରପିଟ, ଦୁଷ୍କର୍ମ, ହତ୍ୟାର ପ୍ରୟାସ ଏବଂ ଘରୋଇ ହିଂସା ଆଦି ଅନେକ ଗୁରୁତର ଅଭିଯୋଗ ଲଗାଇଥିଲେ। ଏହାସହ ତାଙ୍କ ଅନେକ ଯୁବତୀଙ୍କ ସହ ସମ୍ପର୍କ ରହିଛି ବୋଲି କହିଥିଲେ। ଏ ନେଇ ହସିନ ଶାମିଙ୍କ ବିରୋଧରେ ମୋକଦ୍ଦମା ମଧ୍ୟ ଦାୟର କରିଛନ୍ତି। ଶାମିଙ୍କର ତଲାକ ମାମଲା ମଧ୍ୟ କୋର୍ଟରେ ଚାଲିଛି। ବର୍ତ୍ତମାନ ଶାମି ଭାରତୀୟ କ୍ରିକେଟ ଟିମ ସହ ୱେଷ୍ଟଇଣ୍ଡିଜ ଗସ୍ତରେ ଅଛନ୍ତି। ସେ ଫେରିଲେ ଆତ୍ମସମର୍ପଣ କରିପାରନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ ଖେଳିଲେ ବଡ଼ ଗେମ୍! ୪୮ ଘଣ୍ଟା ପରେ ଖୋଲିଲା ହର୍ମୁଜ୍ ପ୍ରଣାଳୀ

ଓ୍ବାଶିଂଟନ୍‌,୧୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ହଟାଇବା ନେଇ ଘୋଷଣା କରିଛନ୍ତି। ଏକ ବିବୃତ୍ତିରେ ଟ୍ରମ୍ପ କହିଛନ୍ତି, “ଆମେ ଏବେ ଏହାକୁ ସମ୍ପୂର୍ଣ୍ଣ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

ସ୍କୁଲ୍‌ରେ ଅଘଟଣ, ପାଚେରୀ ଭୁଶୁଡ଼ି ଚାଲିଗଲା ୨ ଛାତ୍ରୀଙ୍କ ଜୀବନ

ପାରଳାଖେମୁଣ୍ଡି/ମୋହନା,୧୫।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ରା.ଉଦୟଗିରିରେ ଅଭାବନୀୟ ଘଟଣା । ସ୍କୁଲ ପାଚେରୀ ତଳେ ଚାପି ହୋଇ ଦୁଇ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ରା.ଉଦୟଗିରି ଥାନା ୠବୁଡିସିଂ…

ଚିନ୍ତା ବଢ଼ାଇଲା ରିପୋର୍ଟ, ଆଗାମୀ ୩-୪ ବର୍ଷ ପାଇଁ ଲାଗି ରହିପାରେ ଗ୍ୟାସ୍ ଅଭାବ!

ନୂଆଦିଲ୍ଲୀ,୧୫।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ଭାରତ ସହ ଅନେକ ଦେଶରେ ଗ୍ୟାସର ଅଭାବ ଦେଖାଦେଇଛି । ଦେଶକୁ ଆଗାମୀ ତିନିରୁ ଚାରି ବର୍ଷ ପାଇଁ ଏହି ଚ୍ୟାଲେଞ୍ଜର…

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ,ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ,୧୫।୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା  ଫଳାଫଳ ପ୍ରକାଶ ପାଇଛି । ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ବର୍ତ୍ତମାନ UMANG ଆପରେ…

ଆଇନମନ୍ତ୍ରୀଙ୍କ ଘୋଷଣା, ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ବର,୧୫।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବଦଳିବ ଦର୍ଶନ ବ୍ୟବସ୍ଥା । ଖୁବଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ…

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri