ଆଶା ଦେଖାଇଛି ଅକ୍ସଫୋର୍ଡ ଟିକା

ନୂଆଦିଲ୍ଲୀ,୧୯।୪: କରୋନା ଭାଇରସ୍‌ରେ ସାରା ବିଶ୍ୱରେ ସାଢ଼େ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଥିବାବେଳେ ଦେଢ଼ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ଏହି ମହାମାରୀଠାରୁ କିଭଳି ଜୀବନ ରକ୍ଷା କରାଯିବ ତାହାର ଉପଚାର ଖୋଜିବାରେ ବିଶ୍ୱର ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ଏଭଳିସ୍ଥଳେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କରୋନା ଭାଇରସ୍‌ ନିରୋଧୀ ଟିକା (ସିଏଚ୍‌ଏଡିଓଏକ୍ସ୧) ପ୍ରସ୍ତୁତ କରିଥିବା ଏବଂ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ତାହା ଉପଲବ୍ଧ ହେବ ବୋଲି ଦାବି କରିଛନ୍ତି। ଅକ୍ସଫୋର୍ଡ ଟିକା ବିକାଶକରଣ କାର୍ଯ୍ୟକ୍ରମର ଗବେଷକ ଟିମ୍‌ ମୁଖ୍ୟ ପ୍ରଫେସର ସାରା ଗିଲ୍‌ବର୍ଟ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ‘ସିଏଚ୍‌ଏଡିଓଏକ୍ସ୧’ ଟିକା କରୋନା ଭାଇରସ୍‌କୁ ପ୍ରତିହତ କରିପାରିବ ବୋଲି ସେ ଏବଂ ତାଙ୍କ ଦଳ ନିଶ୍ଚିତ। ଭବିଷ୍ୟତରେ ମହାମାରୀର କାରଣ ସାଜିବାକୁ ଥିବା ଏକ ଅଜ୍ଞାତ ରୋଗ ଉପରେ ଆମ ଟିମ୍‌ ଗବେଷଣା ସହ ଆବଶ୍ୟକ ପ୍ରସ୍ତୁତି ଚଳାଇଥିଲା, ସେହି ରୋଗର ନାମ ରଖାଯାଇଥିଲା ‘ଏକ୍ସ’। ‘ସିଏଚ୍‌ଏଡିଓଏକ୍ସ୧’ ଟେକ୍ନୋଲୋଜି ସହିତ ୧୨ଟି ପରୀକ୍ଷା କରାଯାଇଛି। ଏହାର ଗୋଟିଏ ଡୋଜ୍‌ରୁ ରୋଗ ପ୍ରତିରୋଧକ ଶକ୍ତି ଉପରେ ଆମେ ଭଲ ଫଳାଫଳ ପାଇଛୁ, ଯେତେବେଳେ କି ଆରଏନ୍‌ଏ ଏବଂ ଡିଏନଏ ଟେକ୍ନୋଲୋଜି ଦ୍ୱାରା ଦୁଇ କିମ୍ବା ଅଧିକ ଡୋଜ୍‌ ଆବଶ୍ୟକ ହୋଇଥାଏ। ପ୍ରଫେସର ଗିଲ୍‌ବର୍ଟ ‘ସିଏଚ୍‌ଏଡିଓଏକ୍ସ୧’ ଟିକାର କ୍ଲିନିକାଲ ପରୀକ୍ଷା ଆରମ୍ଭ ହୋଇଥିବା ନେଇ ସୂଚନା ଦେବା ସହ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହାର ୧୦ ଲକ୍ଷ ଡୋଜ୍‌ ଉପଲବ୍ଧ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
‘ସିଏଚ୍‌ଏଡିଓଏକ୍ସ୧’ ଟିକାର ସଫଳତାକୁ ନେଇ ଅକ୍ସଫୋର୍ଡ ଟିମ୍‌ରେ ଏତେ ଆତ୍ମବିଶ୍ୱାସ ଭରି ରହିଛି ଯେ, କ୍ଲିନିକାଲ ପରୀକ୍ଷା ସମ୍ପୂର୍ଣ୍ଣ ନ ହେଉଣୁ ସେମାନେ ତାହାର ଉତ୍ପାଦନ ଆରମ୍ଭ କରିଦେଲେଣି। ସୂଚନାଥାଉ କି, ଏହାକୁ ମିଶାଇ ବିଶ୍ୱର ୪ଟି କୋଭିଡ୍‌-୧୯ ଟିକା କ୍ଲିନିକାଲ ପରୀକ୍ଷା ପର୍ଯ୍ୟାୟରେ ରହିଛି। ଏଥିରେ ଆମେରିକାର ୨ଟି ଏବଂ ଚାଇନାର ଗୋଟିଏ ଟିକା ରହିଛି। କିନ୍ତୁ ଅକ୍ସଫୋର୍ଡ ଟିମ୍‌ର ଟିକା କମ୍‌ ସମୟରେ ବହୁ ପରିମାଣରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ଏହା ତୁଳନାରେ ଅନ୍ୟ ଟିକା ୧୨ରୁ ୧୮ ମାସ ମଧ୍ୟରେ ମିଳିବ ବୋଲି ଆଶା କରାଯାଉଛି।
ଅକ୍ସଫୋର୍ଡର ପ୍ରଫେସର ଆଡ୍ରିଆନ ହିଲ କହିଛନ୍ତି ଯେ, କ୍ଲିନିକାଲ ପରୀକ୍ଷା ଫଳାଫଳ ଉପରେ ଆମ ଟିମ୍‌ର ଆତ୍ମବିଶ୍ୱାସ ରହିଛି। ସେପ୍ଟେମ୍ବରରେ ପରୀକ୍ଷା ଶେଷ ହେବାବେଳକୁ ଆମେ ଏଭଳି ପର୍ଯ୍ୟାୟରେ ପହଞ୍ଚତ୍ବାକୁ ଚାହୁଁନାହିଁ, ଯେଉଁଠି ଆମ ପାଖରେ ଆବଶ୍ୟକ ପରିମାଣର ଟିକା ଉପଲବ୍ଧ ନ ଥିବ। ତେଣୁ ଆମେ ଏହି ଟିକା ଉତ୍ପାଦନ ପାଇଁ ରିକ୍ସ ନେଇଛୁ। ତାହା ବି ଅଳ୍ପ ପରିମାଣରେ ନୁହେଁ, ବରଂ ବିଶ୍ୱର ବିଭିନ୍ନ ସ୍ଥାନର ୭ଟି ଉତ୍ପାଦକଙ୍କ ନେଟ୍‌ଓ୍ବର୍କ ସହିତ ଯୋଡ଼ିହୋଇଛୁ। ବ୍ରିଟେନରେ ଆମର ୩ ଜଣ ଉତ୍ପାଦନ ସହଯୋଗୀ ଥିବାବେଳେ ୟୁରୋପରେ ୨ଜଣ, ଚାଇନା ଏବଂ ଭାରତରେ ଜଣେ ଲେଖାଏ ଅଛନ୍ତି।
ନିଜ ଟେକ୍ନୋଲୋଜି ଉପରେ ଅକ୍ସଫୋର୍ଡ ଗବେଷକମାନଙ୍କ ଦୃଢ଼ ବିଶ୍ୱାସ ରହିଛି ଯେ, ଅନ୍ୟମାନଙ୍କ ଟିକା ଅପେକ୍ଷା ସେମାନଙ୍କ ଟିକା ସୁରକ୍ଷିତ। ଏଥିସହିତ କ୍ଲିନିକାଲ ପରୀକ୍ଷା ଓ ପ୍ରାଧିକରଣ ପ୍ରକ୍ରିୟା କ୍ଷେତ୍ରରେ ବହୁ ସମୟ ମଧ୍ୟ ବଞ୍ଚାଇ ହେବ। କରୋନା ଭାଇରସ୍‌ ବିରୋଧରେ ଏହି ଟିକା ଅତ୍ୟନ୍ତ ଶକ୍ତିଶାଳୀ ଭାବେ କାର୍ଯ୍ୟ କରିପାରିବ ବୋଲି ପ୍ରଫେସର ଗିଲ୍‌ବର୍ଟ କହିଛନ୍ତି। ଗିଲ୍‌ବର୍ଟଙ୍କ ଟିମ୍‌କୁ ବ୍ରିଟେନର ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ ରିସର୍ଚ୍ଚ ଏବଂ ୟୁକେ ରିସର୍ଚ୍ଚ ଆଣ୍ଡ ଇନୋଭେଶନ ପକ୍ଷରୁ ୨.୨ ମିଲିୟନ ପାଉଣ୍ଡ ଅନୁଦାନ ଦିଆଯାଇଛି। ବ୍ରିଟେନରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ଟପିଯାଇଥିବାବେଳେ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଆଖିବୁଜିଲେଣି। ଏପରି କି ଦେଶର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ନିକଟରେ ଏହି ମହାମାରୀରୁ ଆରୋଗ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେଠି ପ୍ରାର୍ଥୀ କେ.ଏଲ ଶର୍ମାଙ୍କ ବିସ୍ପୋରକ ବୟାନ, ଗାନ୍ଧୀ ପରିବାର ପାଖରେ କରୁନି ଚାକିରି

ନୂଆଦିଲ୍ଲୀ,୫।୫: ଆମେଠିରୁ କଂଗ୍ରେସ କିଶୋରୀ ଲାଲ ଶର୍ମାଙ୍କୁ ଟିକେଟ୍‌ ଦେଇଛି। ତେବେ ଟିକେଟ୍‌ ମିଳିବା ପରେ ସେ ଏକ ବିସ୍ପୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି,...

ଆମେଠିରୁ ଟିକେଟ୍‌ ନ ମିଳିବାରୁ ଏମିତି ପୋଷ୍ଟ କଲେ ରର୍ବଟ ଭଦ୍ରା, କହିଲେ ରାଜନୀତିର କୌଣସି ଶକ୍ତି…

ନୂଆଦିଲ୍ଲୀ,୫।୫: କଂଗ୍ରେସ ଆମେଠି ଓ ରାଏବରେଲିରୁ ପ୍ରାର୍ଥୀ ଘୋଷଣା କରିଛି। ରାହୁଲ ଗାନ୍ଧୀ ରାଏବରେଲିରୁ ନାମାଙ୍କନ ଦାଖଲ କରିଥିବାବେଳେ କେ.ଏଲ ଶର୍ମା ଆମେଠି ଲୋକ ସଭା...

ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ

ନୂଆଦିଲ୍ଲୀ,୫।୫: ବଜାରରେ ଏବେ ପ୍ରାୟ ସବୁ କିଛି ଭେଜାଲ। ମସଲା ହେଉ କିମ୍ବା ଅନ୍ୟ କୌଣସି ଖାଦ୍ୟପଦାର୍ଥ ସବୁ ଥିରେ ମାତ୍ରାଧିକ କେମିକାଲ। ଏସବୁ ଖାଇବା...

ବଲିଉଡ୍‌ ପ୍ରଭାବରେ ଦେଶର ନିର୍ବାଚନ

ନୂଆଦିଲ୍ଲୀ,୫ା୫: ଭାରତୀୟ ହିନ୍ଦୀ ସିନେମା ଶିଳ୍ପ ନିକଟ ଅତୀତରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛି, ଯେଉଁଥିରେ ନିର୍ବାଚନକୁ ପ୍ରଭାବିତ କଲା ଭଳି ଜାତୀୟତାବାଦ, ଇସ୍‌ଲାମ ବିରୋଧୀ...

ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କ ବଳାତ୍କାର ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ,୫ା୫: ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଏକ ରାୟରେ କହିଛନ୍ତି। ଏପରିକି ସ୍ତ୍ରୀଙ୍କର ସହମତି ନ...

ଆଜି ଆସିବେ ମୋଦି, ନଡ୍ଡା

ଭୁବନେଶ୍ୱର, ୫।୫(ସୁନିତ୍‌ ମିଶ୍ର)ନିର୍ବାଚନ ପ୍ରଚାର ପାଇଁ ଭାଜପା କେନ୍ଦ୍ରୀୟ ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା...

ଏପଟେ ଧମକ, ସେପଟେ ଆକ୍ରମଣ

ପାଲାମ୍‌/ଭୁବନେଶ୍ୱର/ପୁଞ୍ଚ,୫ା୫ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ଶନିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏଥିରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଜଣେ ଯବାନ ଶହୀଦ ଓ ୪ ଆହତ...

ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri