ଆଶା ଦେଖାଇଛି ଅକ୍ସଫୋର୍ଡ ଟିକା

ନୂଆଦିଲ୍ଲୀ,୧୯।୪: କରୋନା ଭାଇରସ୍‌ରେ ସାରା ବିଶ୍ୱରେ ସାଢ଼େ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଥିବାବେଳେ ଦେଢ଼ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ଏହି ମହାମାରୀଠାରୁ କିଭଳି ଜୀବନ ରକ୍ଷା କରାଯିବ ତାହାର ଉପଚାର ଖୋଜିବାରେ ବିଶ୍ୱର ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ଏଭଳିସ୍ଥଳେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କରୋନା ଭାଇରସ୍‌ ନିରୋଧୀ ଟିକା (ସିଏଚ୍‌ଏଡିଓଏକ୍ସ୧) ପ୍ରସ୍ତୁତ କରିଥିବା ଏବଂ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ତାହା ଉପଲବ୍ଧ ହେବ ବୋଲି ଦାବି କରିଛନ୍ତି। ଅକ୍ସଫୋର୍ଡ ଟିକା ବିକାଶକରଣ କାର୍ଯ୍ୟକ୍ରମର ଗବେଷକ ଟିମ୍‌ ମୁଖ୍ୟ ପ୍ରଫେସର ସାରା ଗିଲ୍‌ବର୍ଟ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ‘ସିଏଚ୍‌ଏଡିଓଏକ୍ସ୧’ ଟିକା କରୋନା ଭାଇରସ୍‌କୁ ପ୍ରତିହତ କରିପାରିବ ବୋଲି ସେ ଏବଂ ତାଙ୍କ ଦଳ ନିଶ୍ଚିତ। ଭବିଷ୍ୟତରେ ମହାମାରୀର କାରଣ ସାଜିବାକୁ ଥିବା ଏକ ଅଜ୍ଞାତ ରୋଗ ଉପରେ ଆମ ଟିମ୍‌ ଗବେଷଣା ସହ ଆବଶ୍ୟକ ପ୍ରସ୍ତୁତି ଚଳାଇଥିଲା, ସେହି ରୋଗର ନାମ ରଖାଯାଇଥିଲା ‘ଏକ୍ସ’। ‘ସିଏଚ୍‌ଏଡିଓଏକ୍ସ୧’ ଟେକ୍ନୋଲୋଜି ସହିତ ୧୨ଟି ପରୀକ୍ଷା କରାଯାଇଛି। ଏହାର ଗୋଟିଏ ଡୋଜ୍‌ରୁ ରୋଗ ପ୍ରତିରୋଧକ ଶକ୍ତି ଉପରେ ଆମେ ଭଲ ଫଳାଫଳ ପାଇଛୁ, ଯେତେବେଳେ କି ଆରଏନ୍‌ଏ ଏବଂ ଡିଏନଏ ଟେକ୍ନୋଲୋଜି ଦ୍ୱାରା ଦୁଇ କିମ୍ବା ଅଧିକ ଡୋଜ୍‌ ଆବଶ୍ୟକ ହୋଇଥାଏ। ପ୍ରଫେସର ଗିଲ୍‌ବର୍ଟ ‘ସିଏଚ୍‌ଏଡିଓଏକ୍ସ୧’ ଟିକାର କ୍ଲିନିକାଲ ପରୀକ୍ଷା ଆରମ୍ଭ ହୋଇଥିବା ନେଇ ସୂଚନା ଦେବା ସହ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହାର ୧୦ ଲକ୍ଷ ଡୋଜ୍‌ ଉପଲବ୍ଧ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
‘ସିଏଚ୍‌ଏଡିଓଏକ୍ସ୧’ ଟିକାର ସଫଳତାକୁ ନେଇ ଅକ୍ସଫୋର୍ଡ ଟିମ୍‌ରେ ଏତେ ଆତ୍ମବିଶ୍ୱାସ ଭରି ରହିଛି ଯେ, କ୍ଲିନିକାଲ ପରୀକ୍ଷା ସମ୍ପୂର୍ଣ୍ଣ ନ ହେଉଣୁ ସେମାନେ ତାହାର ଉତ୍ପାଦନ ଆରମ୍ଭ କରିଦେଲେଣି। ସୂଚନାଥାଉ କି, ଏହାକୁ ମିଶାଇ ବିଶ୍ୱର ୪ଟି କୋଭିଡ୍‌-୧୯ ଟିକା କ୍ଲିନିକାଲ ପରୀକ୍ଷା ପର୍ଯ୍ୟାୟରେ ରହିଛି। ଏଥିରେ ଆମେରିକାର ୨ଟି ଏବଂ ଚାଇନାର ଗୋଟିଏ ଟିକା ରହିଛି। କିନ୍ତୁ ଅକ୍ସଫୋର୍ଡ ଟିମ୍‌ର ଟିକା କମ୍‌ ସମୟରେ ବହୁ ପରିମାଣରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ଏହା ତୁଳନାରେ ଅନ୍ୟ ଟିକା ୧୨ରୁ ୧୮ ମାସ ମଧ୍ୟରେ ମିଳିବ ବୋଲି ଆଶା କରାଯାଉଛି।
ଅକ୍ସଫୋର୍ଡର ପ୍ରଫେସର ଆଡ୍ରିଆନ ହିଲ କହିଛନ୍ତି ଯେ, କ୍ଲିନିକାଲ ପରୀକ୍ଷା ଫଳାଫଳ ଉପରେ ଆମ ଟିମ୍‌ର ଆତ୍ମବିଶ୍ୱାସ ରହିଛି। ସେପ୍ଟେମ୍ବରରେ ପରୀକ୍ଷା ଶେଷ ହେବାବେଳକୁ ଆମେ ଏଭଳି ପର୍ଯ୍ୟାୟରେ ପହଞ୍ଚତ୍ବାକୁ ଚାହୁଁନାହିଁ, ଯେଉଁଠି ଆମ ପାଖରେ ଆବଶ୍ୟକ ପରିମାଣର ଟିକା ଉପଲବ୍ଧ ନ ଥିବ। ତେଣୁ ଆମେ ଏହି ଟିକା ଉତ୍ପାଦନ ପାଇଁ ରିକ୍ସ ନେଇଛୁ। ତାହା ବି ଅଳ୍ପ ପରିମାଣରେ ନୁହେଁ, ବରଂ ବିଶ୍ୱର ବିଭିନ୍ନ ସ୍ଥାନର ୭ଟି ଉତ୍ପାଦକଙ୍କ ନେଟ୍‌ଓ୍ବର୍କ ସହିତ ଯୋଡ଼ିହୋଇଛୁ। ବ୍ରିଟେନରେ ଆମର ୩ ଜଣ ଉତ୍ପାଦନ ସହଯୋଗୀ ଥିବାବେଳେ ୟୁରୋପରେ ୨ଜଣ, ଚାଇନା ଏବଂ ଭାରତରେ ଜଣେ ଲେଖାଏ ଅଛନ୍ତି।
ନିଜ ଟେକ୍ନୋଲୋଜି ଉପରେ ଅକ୍ସଫୋର୍ଡ ଗବେଷକମାନଙ୍କ ଦୃଢ଼ ବିଶ୍ୱାସ ରହିଛି ଯେ, ଅନ୍ୟମାନଙ୍କ ଟିକା ଅପେକ୍ଷା ସେମାନଙ୍କ ଟିକା ସୁରକ୍ଷିତ। ଏଥିସହିତ କ୍ଲିନିକାଲ ପରୀକ୍ଷା ଓ ପ୍ରାଧିକରଣ ପ୍ରକ୍ରିୟା କ୍ଷେତ୍ରରେ ବହୁ ସମୟ ମଧ୍ୟ ବଞ୍ଚାଇ ହେବ। କରୋନା ଭାଇରସ୍‌ ବିରୋଧରେ ଏହି ଟିକା ଅତ୍ୟନ୍ତ ଶକ୍ତିଶାଳୀ ଭାବେ କାର୍ଯ୍ୟ କରିପାରିବ ବୋଲି ପ୍ରଫେସର ଗିଲ୍‌ବର୍ଟ କହିଛନ୍ତି। ଗିଲ୍‌ବର୍ଟଙ୍କ ଟିମ୍‌କୁ ବ୍ରିଟେନର ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ ରିସର୍ଚ୍ଚ ଏବଂ ୟୁକେ ରିସର୍ଚ୍ଚ ଆଣ୍ଡ ଇନୋଭେଶନ ପକ୍ଷରୁ ୨.୨ ମିଲିୟନ ପାଉଣ୍ଡ ଅନୁଦାନ ଦିଆଯାଇଛି। ବ୍ରିଟେନରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ଟପିଯାଇଥିବାବେଳେ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଆଖିବୁଜିଲେଣି। ଏପରି କି ଦେଶର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ନିକଟରେ ଏହି ମହାମାରୀରୁ ଆରୋଗ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri