ଆଲିବାବା ଗ୍ରୁପର ଅଧ୍ୟକ୍ଷ ପଦରୁ ଅବସର ନେଲେ ଜ୍ୟାକ୍‌ ମା

ସାଂଘାଇ,୧୦।୯: ବିଶ୍ବର ଅନ୍ୟତମ ପ୍ରମୁଖ ଇ-କମର୍ସ କମ୍ପାନୀ ଆଲିବାବା ଗ୍ରୁପ ହୋଲ୍ଡିଂ ଲିମିଟେଡର ମୁଖ୍ୟ ତଥା ଚୀନର ବିଶିଷ୍ଟ ପୁଞ୍ଜିପତି ଜ୍ୟାକ ମା’ ନିଜ ୫୫ତମ ଜନ୍ମଦିନରେ ଆଲିବାବା ଗ୍ରୁପର ଚେୟାରମ୍ୟାନ ପଦରୁ ଅବସର ଗ୍ରହଣ କରିଛନ୍ତି। ଆଲିବାବା କମ୍ପାନୀ ଆରମ୍ଭ କରିବା ପୂର୍ବରୁ ସେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଅବସର ପରେ ସେ ଶିକ୍ଷା ମାଧ୍ୟମରେ ମାନବ ସେବା କରିବେ ବୋଲି କହିଛନ୍ତି। ଗତବର୍ଷ ସେ ନିଜ ୫୫ତମ ଜନ୍ମଦିନରେ ନିଜ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। ଚିଫ ଏଜକ୍ୟୁଟିଭ ଅଧିକାରୀ ଡାନିଏଲ ଝାଙ୍ଗଙ୍କୁ ନିଜର ଭୂମିକା ହସ୍ତାନ୍ତର କରିବା ପୂର୍ବରୁ କାରବାର ସୁରୁଖୁରୁରେ ଚାଲୁଛି ବୋଲି ନିଶ୍ଚିତ କରିବା ୧୨ ମାସ ଯାଏ ମା’ ଏଜକ୍ୟୁଟିଭ ଚେୟାରମ୍ୟାନ ଭାବେ ରହିବେ ବୋଲି କହିଥିଲେ। ଏବେ ସମାପ୍ତ ହୋଇଛି।
ଜ୍ୟାକ ମା ୨୦୧୩ ଯାଏ ଅଲିବାବା କମ୍ପାନୀର କାର୍ଯ୍ୟକାରୀ ଅଧକ୍ଷ ଥିଲେ। ତେବେ୨୦୧୪ରେ ଏହି କମ୍ପାନୀର ଅଧ୍ୟକ୍ଷ ହେବା ପରେ ସେ ‘ଜ୍ୟାକ ମା ଫାଉଣ୍ଡେସନ’ ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଢିଥିଲେ। ଶିକ୍ଷା କ୍ଷେତ୍ରରେ ଲୋକଙ୍କୁ ସେବା ଯୋଗାଇ ଦେବା ଏହି ସଂସ୍ଥାର ମୂଳ ଲକ୍ଷ୍ୟ ଥିଲା। ତେବେ ଅଲିବାବା କମ୍ପାନୀ କାମରେ ବ୍ୟସ୍ତ ରହୁଥିବା କାରଣରୁ ଜ୍ୟାକ ଏହି ଫାଉଣ୍ଡେସନ ପାଇଁ ସମୟ ଦେଇପାରୁ ନ ଥିଲେ। ଏବେ ଅଲିବାବା କମ୍ପାନୀରୁ ଅବସର ପରେ ଏହି ଫାଉଣ୍ଡେସନକୁ ନେଇ ଶିକ୍ଷା କ୍ଷେତ୍ରରେ ସେ ସାଧାରଣ ଲୋକଙ୍କ ପାଇଁ କିଛି କରିବାକୁ ଯୋଜନା କରିଛନ୍ତି। ସୂଚନାଯୋଗ୍ୟ, ଜ୍ୟାକ୍‌ ମା’ ଚୀନର ସବୁଠାରୁ ସଫଳ ବ୍ୟବସାୟୀ ହେବା ସହ ଏସିଆ ଓ ୟୁରୋପର ପ୍ରମୁଖ ରାଜନେତାଙ୍କ ଉପଦେଷ୍ଟା ଭାବେ ମଧ୍ୟ ଜଣାଶୁଣା। ତାଙ୍କ ଉଦ୍ୟମରେ ଆଲିବାବା ଚୀନ ବଜାରର ସବୁଠାରୁ ସଫଳ ଅନଲାଇନ ରିଟେଲ ମାର୍କେଟ ହୋଇପାରିଛି ଓ ଏବେ ଏହାର ସମ୍ପତ୍ତି ପରିମାଣ ପାଖାପାଖି ୩୯୦ ବିଲିୟନ ଡଲାର୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri