ଆର୍‌ପିଏଫ୍‌ର ‘ସକ୍ଷମ’ ଟ୍ରେନିଂ: ଯାତ୍ରୀଙ୍କୁ କରିବ ମାର୍ଜିତ ବ୍ୟବହାର

ଭୁବନେଶ୍ୱର, ୨୯।୮ (ବ୍ୟୁରୋ): ରେଳ ସୁରକ୍ଷା ବଳ(ଆରପିଏଫ୍‌) ପକ୍ଷରୁ ସୋମବାରଠାରୁ ୫ଦିନିଆ ‘ସକ୍ଷମ’ ତାଲିମ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆରପିଏଫ୍‌ ଯାତ୍ରୀଙ୍କ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ହେଉଛି ଏହି ତାଲିମର ମୂଳ ଲକ୍ଷ୍ୟ। ଏବେ ପୂର୍ବତଟ ରେଳପଥର ସବୁ ଆରପିଏଫ ଥାନାରେ ଏହି ତାଲିମ କାର୍ଯ୍ୟକ୍ରମ କରାଯାଉଛି। ବୁଧବାର ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନରେ ‘ସକ୍ଷମ’ର ତୃତୀୟ ଦିନ ଥିଲା। ଭୁବନେଶ୍ୱର ଥାନାଧିକାରୀ କାଳୁ ସେଠୀ ପ୍ରଶିକ୍ଷକ ଭାବେ ପୋଷ୍ଟର କର୍ମକର୍ତ୍ତାମାନଙ୍କୁ ‘ସୂକ୍ଷ୍ମ କୌଶଳ’ ବିଷୟରେ ବୁଝାଇଥିଲେ। ଆରପିଏଫ ନିଯୁକ୍ତି ପାଇବା ଦିନଠାରୁ ‘କଠିନ କୌଶଳ’ ଶିଖି ଆସିଛି। ଯାହା ସାଧାରଣ ଯାତ୍ରୀ ପକ୍ଷେ ଗ୍ରହଣ କରିବା କଷ୍ଟକର। ବଦଳୁଥିବା ସମୟ ସହ ଆରପିଏଫକୁ ବି ଯାତ୍ରୀଙ୍କୁ ମାର୍ଜିତ ବ୍ୟବହାର ପ୍ରଦର୍ଶନ କରିବାର ଆବଶ୍ୟକ ପଡିଛି ବୋଲି ଥାନାଧିକାରୀ ସେଠୀ କହିଛନ୍ତି। ତାଲିମ୍‌ରେ ସୂକ୍ଷ୍ମ କୌଶଳ ସହ ଟ୍ରେନ ଏକ୍ସଟିଂ, ଲିଙ୍ଗଗତ ସମ୍ବେଦନଶୀଳତା, ଶିଶୁ, ବୟସ୍କ ଓ ନିରାଶ୍ରୟମାନଙ୍କ ଯତ୍ନ, ମାନବ ଅଧିକାର, ଉନ୍ନତ ସୁରକ୍ଷା ଉପକରଣର ବ୍ୟବହାର ଓ ଏନଡିପିଏସ ଆକ୍ଟ ବି ସାମିଲ ଅଛି। କାର୍ଯ୍ୟକ୍ରମରେ କାଳୁ ସେଠୀଙ୍କ ସହ ଭୋଗୁରାମ ଘୋଟିଆ ମଧ୍ୟ ତାଲିମ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri