ଆର୍ମି କ୍ୟାଣ୍ଟିନରେ ଲମ୍ବା ଧାଡ଼ି

ଅନୁଗୋଳ ଅଫିସ, ୬।୫ – ଅନୁଗୋଳ ସହରରେ ଥିବା ୧୨୦ ଇନଫ୍ୟାଣ୍ଟ୍ରି ବାଟାଲିୟନ(ଟିଏ)ର କ୍ୟାଣ୍ଟିନ ମଙ୍ଗଳବାର ଖୋଲାଯାଇଥିଲା। ଦୀର୍ଘଦିନ ପରେ କ୍ୟାଣ୍ଟିନ ଖୋଲାଯାଉଥିବାରୁ କାର୍ଯ୍ୟରତ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସୁଅ ଛୁଟିଥିଲା। ଅନେକେ ରାତିରୁ ଲାଇନ୍‌ ଦେଇଥିବାରୁ ପୂର୍ବାହ୍ନରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ପୋଲିସର ବାରମ୍ବାର ତାଗିଦ୍‌ ସତ୍ତ୍ୱେ କେହି କଟକଣାକୁ ଖାତିର କରି ନ ଥିବା ଦେଖାଯାଇଥିଲା। ହେଲେ କ୍ୟାଣ୍ଟିନ ଖୋଲାଯିବା ସହ ୫୦ ଜଣଙ୍କୁ ସାମଗ୍ରୀ ଦେବାର ନୋଟିସ ମରାଯିବା ପରେ ଅନ୍ୟମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା।
ସରକାରଙ୍କ ନିର୍ଦ୍ଦେଶକ୍ରମେ ଅନୁଗୋଳ ଆର୍ମି କ୍ୟାଣ୍ଟିନ ପୂର୍ବାହ୍ନରେ ଖୋଲାଯାଇଥିଲା। କିନ୍ତୁ ଏହା ପୂର୍ବରୁ ଶତାଧିକ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀ ବ୍ୟାଗକୁ ଧାଡିରେ ରଖି ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିଲେ। ଧୀରେ ଧୀରେ ଲୋକଙ୍କ ସଂଖ୍ୟା ବଢ଼ିବାରୁ ସେଠାରେ ବିଶୃଙ୍ଖଳିତ ପରିବେଶ ସୃଷ୍ଟି ହୋଇଥିଲା। ଖବରପାଇ ଏସ୍‌ଆଇ ପ୍ରକାଶ ଚନ୍ଦ୍ର ମାଝିଙ୍କ ନେତୃତ୍ୱରେ ଏସ୍‌ଆଇ ଅରକ୍ଷିତ ସେଠୀ, ଏଏସ୍‌ଆଇ ପ୍ରଶାନ୍ତ ସାହୁ ଓ ଅନ୍ୟ ପୋଲିସ କର୍ମଚାରୀମାନେ ଆସି ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ତାଗିଦ୍‌ କରିଥିଲେ। କ୍ୟାଣ୍ଟିନ କର୍ମଚାରୀମାନଙ୍କୁ ମଧ୍ୟ ଏଥିପ୍ରତି ନଜର ଦେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ପୋଲିସର ତାଗିଦ ସତ୍ତ୍ୱେ ଅପେକ୍ଷାରତ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀମାନେ ଶୃଙ୍ଖଳିତ ହୋଇ ନ ଥିଲେ। ତେବେ ପ୍ରତ୍ୟେକ ଦିନ କେବଳ ୫୦ ଜଣଙ୍କୁ ସାମଗ୍ରୀ ପ୍ରଦାନ କରାଯିବ ବୋଲି କ୍ୟାଣ୍ଟିନ ସମ୍ମୁଖରେ ନୋଟିସ ମରାଯାଇଥିଲା। ଏଥିସହ ଯେଉଁମାନଙ୍କ ନାମରେ କାର୍ଡ ରହିଛି ସେମାନଙ୍କୁ କ୍ୟାଣ୍ଟିନ ପରିସରକୁ ପ୍ରବେଶ ଅନୁମତି ଦିଆଯାଇଥିଲା। ଏପରି କି ମାସ୍କ ପରିଧାନ କରି ନ ଥିଲେ ସାମଗ୍ରୀ ପ୍ରଦାନ କରାଯିବ ନାହିଁ ବୋଲି ଜଣାଇ ଦିଆଯାଇଥିଲା। ସେହିପରି ସାମାଜିକ ଦୂରତା ବଜାୟ ରଖିବା ଓ ପାନ, ପୁଡିଆ ଖାଇ ନ ଥିଲେ ଭିତରକୁ ପ୍ରବେଶ କରିହେବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଥିଲା। ତଦନୁଯାୟୀ ମାତ୍ର ୫୦ ଜଣଙ୍କୁ କ୍ୟାଣ୍ଟିନରୁ ସାମଗ୍ରୀ ପ୍ରଦାନ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri