ଆରମ୍‌ ହେଲା ବଡ଼କଟାର ପୁନରୁଧାର କାମ୍‌

ଅତାବିରା, ୨୮।୬ (ଡି.ଏନ୍‌.ଏ): ଅନେକ ଜାଗାରେ ପରଶାସନିକ ଅବହେଲାର ଲାଗି ଗଁାଗଁଲିମାନକେ ଥିବାର ବଁଧ୍‌କଟା ତୁପି ହେଇଯାଉଛେ। ବଛର ବଛର ଧରି ଉନ୍‌ନତିକରନ୍‌ ନାଇଁ ହେବାର ଲାଗି ବଁଧ୍‌କଟାମାନେ ସତା ହରଉଛନ୍‌। ଏନ୍‌ତା ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଦେଶଭଟିଲି-ବିଶିପାଲି ରାସ୍‌ତା ତରେ ଥିବାର ‘ବଡ଼କଟା’ର ଅବସ୍‌ତା ବି ଏନ୍‌ତା ହେଇଥିଲା। ଇ ବାବ୍‌ଦେ ଗଲା ଜୁନ ୪ ତାରିଖ୍‌ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ପୁରନା ବଁଧ୍‌କଟାର ପୁନରୁଧାର ଦାବି’ ଶୀରଷକ୍‌ରେ ଖବର ବହାରିଥିଲା। ଖବର ବାହାରଲା ଉତାରୁ ଥାନୀୟ ପରଶାସନର ଚେତା ପଶିଥିଲା। ଏହେଦେ ଦେଶଭଟିଲିର ବଡ଼କଟା ଆର ଉଦେପୁର ଗଁାର ଲଖରାବଁଧର ମାଏଟ୍‌ କାମ୍‌ ଚାଲିଛେ।
ସୂଚନା ଅନ୍‌ସାରେ ଅତାବିରା ବିଧାନସଭା ନିରବାଚନ ମଣ୍ଡଳୀ ଅଧୀନ ଭିନେ ଭିନେ ପଁଚେତ୍‌ରେ ଶତାଧିକ୍‌ ପୁରନା ବଁଧ୍‌କଟା ଦେଖ୍‌ଭାଲ ଅଭାବୁ ତୁପିହେବାକେ ବସଲାନ। କେତେ ଜାଗାରେ ଲୋକ୍‌ ବଁଧ୍‌କଟାକେ ବି ଜବରଦଖଲ କରି ଚାଷ୍‌ ଜମି କରିପକେଇଛନ୍‌। ସେନ୍‌ତା ଅନେକ ଜାଗାରେ ବଁଧ୍‌କଟା ତୁପି ହେଇ ପଡ଼ିଆ ହେଇଗଲାନ। ଲୋକ୍‌ ଆଗ୍‌ରୁ ଇ ବଁଧ୍‌କାଟାର ପାଏନ୍‌ ବେଭାର କରବାର ସଂଗେ ଚାଷ୍‌ବାସ କରୁଥିଲେ। ହେଲେ ପରଶାସନିକ ଉଦାସିନତା ଲାଗି ଇ ସବୁ ଦିନୁଦିନ୍‌କେ ଗଁାଗଁଲିରୁ ହଜିଯିବାକେ ବସଲାନ। ଇ ବାବ୍‌ଦେ ଗଣମାଧ୍ୟମରେ ଖବର ବାହାରେ ପରଶାସନର ଦୁରୁଷ୍‌ଟିକେ ଆସୁଛେ। ତା’ପରେ କଁା ଭଁା କେନ୍‌ଠାନେ କେନ୍‌ତା କାମ୍‌ ହେଉଛେ। ହେଲେ ଅନେକ ଜାଗାରେ କାଗଜପତରରେ ବି କାମ୍‌ ସାରିଦେଇ ଟଁକା ହଡ଼ପ କରାଯାଉଥିବାର ଚରଚା ସବୁବେଲେ ହେଉଛେ। ଯଦି ପଁଚେତ୍‌ମାନକୁ ଆସୁଥିବାର ଅନୁଦାନ ଠିକ୍‌ ହିସାବେ ଖରଚ୍‌ ହେତା ତ ବଁଧ୍‌କଟାର ଏନ୍‌ତା ଅବସ୍‌ତା ନାଇଁ ହେତା। ଅନେକ ଜାଗାରେ ପାଏନ୍‌ ସମସିଆ ବି ନାଇଁ ରହିତା। ବରଷା ପାଏନ୍‌ କମ୍‌ ହେଲେ ବି ଚାଷୀ ଇ ବଁଧ୍‌କଟାର ପାଏନ୍‌ ବେଭାର କରି ଚାଷ୍‌ବାସ ଉଠେଇ ଦେଇପାରତେ। ହେଲେ ବଡ଼ଭାଗି କାମ୍‌ କାଗଜ କଲମ ଆର ଠକ୍‌ଭଁଡ଼ରେ ହେବାର ଲାଗି ପୁରନା ବଁଧ୍‌କଟା ଦିନୁଦିନ୍‌କେ ନିଜର ସତା ହରଉଛନ୍‌। ଇ ବାବ୍‌ଦେ ଅତାବିରା ତହସିଲଦାର ହୃଦାନନ୍ଦ ଅଡ୍ଡା ଆର ବିଡିଓ ପ୍ରଣବ କୁମାର ଚାନ୍ଦକୁଁ ପଚରାଲାରୁ ଇ ଦିଗେ ଧିଆନ୍‌ ଦେଇ ପଦକ୍ଷେପ ନିଆଯିବା ବଲି ଉଭଏ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri