ଆରମ୍ଭ ହେଲା ପଦୋନ୍ନତି ଅଦାଲତ

ଭୁବନେଶ୍ୱର,୨୯।୧ (ବ୍ୟୁରୋ):ପଦୋନ୍ନତି ପାଇବାକୁ ଆଶା ରଖିଥିବା କର୍ମଚାରୀମାନଙ୍କର ମଙ୍ଗଳବାର ଠାରୁ ପଦୋନ୍ନତି ଅଦାଲତରେ ଶୁଣାଣି ଆରମ୍ଭ ହୋଇଛି। ପୂର୍ବ ଘୋଷଣା ମୁତାବକ ୬ଟି ସ୍ଥାନରେ ଆବେଦନଗୁଡ଼ିକର ଶୁଣାଣି ହୋଇଥିଲା। ପ୍ରଥମ ଦିବସରେ ୪୦୨ ଆବଦେନର ଶୁଣାଣି କରାଯାଇଛି। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।
ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କରିଥିବା ବେଳେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଗୋପବନ୍ଧୁ ଏକାଡେମୀ ସମ୍ମିଳନୀ କକ୍ଷ, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର କୃଷିଭବନ ସମ୍ମିଳନୀ କକ୍ଷ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର.କେ. ଶର୍ମା କଳିଙ୍ଗ ଷ୍ଟାଡିୟମ କନଫରେନ୍ସ ହଲ୍‌, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ପ୍ରଦୀପ କୁମାର ଜେନା ଏସ୍‌ଆଇଆରଡି କନଫରେନ୍ସ ହଲ୍‌, ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ମୋନା ଶର୍ମା ଇଡ୍‌କୋ ପଞ୍ଚମ ମହଲା କନ୍‌ଫରେନ୍ସ ହଲ୍‌ରେ ଶୁଣାଣି କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟ ଶାସନ ସଚିବ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଯୋଜନା ଓ ସଂଯୋଜନ ବିଭାଗର ୧୧୭ଟି ମାମଲାର ଶୁଣାଣି କରିଥିବା ବେଳେ ଉନ୍ନୟନ କମିଶନର ଉଚ୍ଚଶିକ୍ଷା ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗର ୧୦୧, କୃଷି ଉତ୍ପାଦନ କମିଶନର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ୩୦, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର.କେ ଶର୍ମା ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଅର୍ଥ ବିଭାଗର ୫୦, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କୃଷି, କୃଷକ ସଶକ୍ତୀକରଣ ଏବଂ ସଂସଦୀୟ ବ୍ୟାପାର ବିଭାଗର ୩୯ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ମୋନା ଶର୍ମା ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଏବଂ ଆଇନ ବିଭାଗର ୬୫ଟି ଆବେଦନର ଶୁଣାଣି କରିଛନ୍ତି।
ପ୍ରଥମ ପର୍ଯ୍ୟାୟର ଅବଶିଷ୍ଟ ଦୁଇଦିନ ଚଳିତ ମାସ ୨୯ ଓ ଫେବୃୟାରୀ ୩ରେ ଅନୁଷ୍ଠିତ ହେବ। ଅଦାଲତର ସ୍ଥାନ ଓ ସମୟ ସମାନ ରହିବ। ବୁଧବାର ଗ୍ରାମ୍ୟ ଉନ୍ନୟନ, ଇସ୍ପାତ ଓ ଖଣି, ସ୍କୁଲ ଓ ଗଣଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଶ୍ରମ, ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ, ଶକ୍ତି, ହସ୍ତତନ୍ତ ଓ ବୟନ ଶିଳ୍ପ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଏସ୍‌ସି,ଏସ୍‌ଟି ଉନ୍ନୟନ, ନଗର ଓ ଗୃହ ଉନ୍ନୟନ, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଆଦି ବିଭାଗର ଶୁଣାଣି ହେବ। ନିର୍ଦ୍ଧାରିତ ସମୟରେ ଆବେଦନକାରୀମାନେ ଉପସ୍ଥିତ ରହି ନିଜ ପକ୍ଷ ରଖିବାକୁ ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଗଣେଶ ପାତ୍ର କହିଛନ୍ତି।
ଅଦାଲତ ପରେ ଖବରଦାତାମାନଙ୍କର ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ମଙ୍ଗଳବାର ବିଭିନ୍ନ ଅଦାଲତରେ ୪୦୨ ଜଣ ସରକାରୀ କର୍ମଚାରୀ ପଞ୍ଜୀକୃତ ହୋଇଥିଲେ। ଅଦାଲତଗୁଡିକରେ ସମସ୍ତ ଦରଖାସ୍ତର ଶୁଣାଣି କରାଯାଇ ଆବଶ୍ୟକ ନିର୍ଦ୍ଦେଶନାମା ଦିଆଯାଇଛି। ସମ୍ପୃକ୍ତ ବିଭାଗଗୁଡିକ ନିର୍ଦ୍ଦେଶାନୁଯାୟୀ ଖୁବ୍‌ଶୀଘ୍ର ପଦକ୍ଷେପ ନେବେ। ଏପରି ଅଦାଲତ ପ୍ରଶାସନିକ ସଂସ୍କାର ଦିଗରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଏହାଦ୍ୱାରା ବିଭିନ୍ନ ଅଦାଲତରେ ଥିବା ମକଦ୍ଦମା ସଂଖ୍ୟା ହ୍ରାସ ପାଇବ। ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କର ନ୍ୟାୟୋଚିତ ପ୍ରାପ୍ୟ ମିଳି ପାରିବ। ଏହି ପ୍ରକ୍ରିୟା ସହ ଜଡିତ ବରିଷ୍ଠ ଅଧିକାରୀଙ୍କ ସହ ଏକ ଅନୁଶୀଳନାତ୍ମକ ଆଲୋଚନା କରାଯିବ। ସେଥିରୁ ପ୍ରାପ୍ୟ ନିଷ୍କର୍ଷକୁ ଆଗାମୀ ଦିନରେ ପ୍ରଶାସନିକ ବ୍ୟବସ୍ଥାରେ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri