ଆରମ୍ଭ ହେବ ମୋ କଲେଜ ଯୋଜନା

ଭୁବନେଶ୍ୱର,୩୧।୭(ବ୍ୟୁରୋ): ‘ମୋ ସ୍କୁଲ’ଭଳି ଖୁବ୍‌ଶୀଘ୍ର ‘ମୋ କଲେଜ’ କାର୍ଯ୍ୟକ୍ରମ ଆରମ୍ଭ ହେବ। ପୁରାତନ ଛାତ୍ରମାନଙ୍କୁ ଏଥିରେ ସାମିଲ କରାଯିବ। କଲେଜର ବିକାଶ ତଥା ଗୁଣାତ୍ମକ ଶିକ୍ଷା ଦିଗରେ ସେମାନଙ୍କଠାରୁ ମତାମତ ସଂଗ୍ରହ କରାଯିବ। ଏଥିସହିତ ସେମାନଙ୍କ ଅନୁଦାନରେ କଲେଜର ଭିତ୍ତିଭୂମି ନିର୍ମାଣ କରାଯିବ। ମଙ୍ଗଳବାର ମୁଲତବୀ ଆଲୋଚନାର ଜବାବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ ସାହୁ କହିଛନ୍ତି ଯେ, ରାଜ୍ୟରେ ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଗତ ୨ ମାସ ମଧ୍ୟରେ ସରକାରୀ କଲେଜ ଅଧ୍ୟକ୍ଷ, ବିଶ୍ୱବିଦ୍ୟାଳୟ ଭିସିମାନଙ୍କୁ ଡାକି ବୈଠକ କରାଯାଇଛି। ସେମାନଙ୍କଠାରୁ ମତାମତ ନିଆଯାଇଛି। ବିଶ୍ୱବିଦ୍ୟାୟରେ ଖାଲି ପଦବୀ ପୂରଣ ପ୍ରକ୍ରିୟା ଜାରି ରହିଛି। ରାଜ୍ୟରେ ୫୨ ସରକାରୀ ଡିଗ୍ରୀ କଲେଜ ରହିଛି। ଗତ ୩ ବର୍ଷରେ ଛାତ୍ରୀଛାତ୍ରମାନଙ୍କର ନାମଲେଖା ବଢ଼ିବାରେ ଲାଗିଛି। ୨୦୧୬-୧୭ରେ ୨୧,୫୬୫ ଛାତ୍ରୀଛାତ୍ର ନାମ ଲେଖାଇଥିବା ବେଳେ ୨୦୧୭-୧୮ରେ ୨୩,୦୦୨ ଏବଂ ୨୦୧୮-୧୯ରେ ୨୩,୯୪୬ ଜଣ ନାମ ଲେଖାଇଛନ୍ତି। ସରକାରୀ କଲେଜରେ ଚଏସ୍‌ବେସ୍‌ଡ କ୍ରେଡିଟ ସିଷ୍ଟମ(ସିବିସିଏସ୍‌) ସେମିଷ୍ଟର ପଦ୍ଧତିରେ ପାଠପଢ଼ା ହେଉଛି। ଅନୁନ୍ନତ ଓ ପଛୁଆ ଜିଲାରେ ରୁଷା ଯୋଜନାରେ ୮ଟି ମଡେଲ ଡିଗ୍ରୀ କଲେଜ ଖୋଲାଯାଇଛି। ପ୍ରତ୍ୟେକ କଲେଜକୁ ୮ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ୨୦୧୬-୧୭ରୁ ସେଥିରେ ନାମଲେଖା ଆରମ୍ଭ ହୋଇଛି। ଚଳିତ ବର୍ଷ ଆଉ ୬ଟି ମଡେଲ ଡିଗ୍ରୀ କଲେଜ ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହି ଜିଲାଗୁଡ଼ିକ ହେଲା ବଲାଙ୍ଗୀର, କଳାହାଣ୍ଡି, ଢେଙ୍କାନାଳ, କନ୍ଧମାଳ, କୋରାପୁଟ ଓ ଗଜପତି। ଛାତ୍ରୀଛାତ୍ରମାନଙ୍କର କହିବା ଦକ୍ଷତା ବୃଦ୍ଧି କରିବା ପାଇଁ ୪୦ଟି ସରକାରୀ କଲେଜରେ ଲାଙ୍ଗୁଏଜ ଲାବୋରେଟୋରି ଖୋଲାଯାଇଛି। ୫୧ଟି ସରକାରୀ କଲେଜରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ଏବଂ ୪୨ଟି କଲେଜରେ ଆଇଆଇଟି ମୁମ୍ବାଇ ଭାଗୀଦାରିରେ ସ୍ପୋକନ ଟ୍ୟୁଟୋରିଆଲ ଆରମ୍ଭ କରାଯାଇଛି। ୨୭ଟି କଲେଜରେ ଓ୍ବାଇଫାଇ ବ୍ୟବସ୍ଥା କରାଯାଇଛି। କଲେଜଗୁଡ଼ିକୁ ରୁଷା ଏବଂ ବିଶ୍ୱବ୍ୟାଙ୍କରୁ ସହାୟତା ଯୋଗାଇ ଦିଆଯାଉଛି। ସରକାରୀ ଡିଗ୍ରୀ କଲେଜରେ ୨୩୦୯ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି। ଖାଲିଥିବା ଅବଶିଷ୍ଟ ପଦବୀଗୁଡ଼ିକରେ ୧୨୦ ଜଣ ଅସ୍ଥାୟୀ ଅଧ୍ୟାପକ ଓ ୧୦୬୦ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ନିୟମିତ ଅଧ୍ୟକ୍ଷ ଚୟନ ନିମନ୍ତେ ସରକାରଙ୍କ ଅନୁରୋଧକ୍ରମେ ରିଡରମାନଙ୍କ ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ ଚୟନ ପ୍ରକ୍ରିୟା ଜାରି ରଖିଛନ୍ତି। ତାଲିକା ମିଳିବା ପରେ ଖୁବ୍‌ଶୀଘ୍ର ସମସ୍ତ ସରକାରୀ କଲେଜରେ ନିୟମିତ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri