Posted inଫୁରସତ

ଆରଡିରେ ଶିବ ବିବାହ: ଦେବ, ଦାନବ, କିନ୍ନର ସାଜନ୍ତି ବରଯାତ୍ରୀ; ଅର୍ଦ୍ଧରାତ୍ରରେ ହୁଏ ବିବାହ ସମ୍ପନ୍ନ

ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିରେ ପ୍ରତିବର୍ଷ ଶିବ ବିବାହ ଅନୁଷ୍ଠିତ ହୋଇଆସୁଛି । ପବିତ୍ର ଶୀତଳ ଷଷ୍ଠୀରେ ଏଠାରେ ବୈଦିକରୀତି ଅନୁସାରେ ଦେବଦେବ ମହାଦେବ ମାତା ପାର୍ବତୀଙ୍କର ପାଣିଗ୍ରହଣ କରିଥାନ୍ତି …


ଶାସ୍ତ୍ରାନୁସାରେ ଦେବ, ମାନବ, ଦାନବ ସଭିଏଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତି। ଏହି ପାରମ୍ପରିକ ଧାରାକୁ ବଜାୟ ରଖିବା ପାଇଁ ଯୁଗେଯୁଗେ ଚଳି ଆସିଛି ବୈବାହିକ ପ୍ରଥା। ତେବେ ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡିରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଶିବ ବିବାହ ହେଉଛି ଏଠାକାର ଏକ ନିଆରା ଆକର୍ଷଣ। ପବିତ୍ର ଶୀତଳଷଷ୍ଠୀରେ ଏଠାରେ ବୈଦିକରୀତି ଅନୁସାରେ ଦେବଦେବ ମହାଦେବ ମାତା ପାର୍ବତୀଙ୍କର ପାଣିଗ୍ରହଣ କରିଥାନ୍ତି। ନିୟମାନୁସାରେ ଶୀତଳଷଷ୍ଠୀ ପୂର୍ବଦିନ ବାବାମଣିଙ୍କର ମଙ୍ଗଳକୃତ୍ୟ ସମ୍ପନ୍ନ ହୋଇଥାଏ। ଏହିଦିନ ବାବାଙ୍କୁ ୭ ଜଣ ପତିବ୍ରତା ନାରୀ ହଳଦୀ ପାଣିରେ ସ୍ନାନ କରାଇ ମଙ୍ଗଳକୃତ୍ୟ କାର୍ଯ୍ୟ ସମାପନ କରିଥାନ୍ତି।


ସୁସଜ୍ଜିତ ବିମାନରେ ଯାଏ ବରଧରା: ବାହାଘର ଦିନ ପୂର୍ବାହ୍ନରେ କନ୍ୟାପିତା(ମାତା ପାର୍ବତୀଙ୍କ ପିତା ସାଜିଥିବା ବ୍ୟକ୍ତି)ଙ୍କ ବାସଭବନରୁ ପବନସୁତ ହନୁମାନଙ୍କୁ ବରଧରା ବେଶରେ ସଜ୍ଜିତ କରାଯାଇ ଢୋଲ, ମହୁରି, ଘଣ୍ଟ, ଦୁଲୁଦୁଲି ବାଦ୍ୟର ତାଳେତାଳେ ବରପିତା(ମହାଦେବଙ୍କ ପିତା ସାଜିଥିବା ବ୍ୟକ୍ତି)ଙ୍କ ଗୃହାଭିମୁଖେ ପ୍ରେରଣ କରାଯାଇଥାଏ। ସେଠାରେ ବରଧରାଙ୍କ ସମେତ ଅନ୍ୟମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥାଏ।


ବାବା ରାଜ ରାଜେଶ୍ୱର ଓ ମାତା ରାଜ ରାଜେଶ୍ୱରୀ ବେଶରେ ସଜ୍ଜିତ: ବିବାହ ଉତ୍ସବର ଅପରାହ୍ନରେ ବାବା ଆଖଣ୍ଡଳମଣିଙ୍କୁ ରାଜ ରାଜେଶ୍ୱର ଓ ମାତା ପାର୍ବତୀଙ୍କୁ ରାଜ ରାଜେଶ୍ୱରୀ ବେଶରେ ସଜ୍ଜିତ କରାଯାଇଥାଏ। କଥିତ ଅଛି, ଯେଉଁ ବାଡୁଅ ପୁଅ କିମ୍ବା ଝିଅଙ୍କର ବାହାଘର ହୋଇପାରୁ ନ ଥାଏ, ସେମାନେ ଏହି ବେଶ ଦେଖିଲେ ସେମାଙ୍କର ବିବାହ ଅଳ୍ପଦିନ ମଧ୍ୟରେ ସମାପନ ହୋଇଥାଏ। ତେଣୁ ଏହି ବେଶ ଦେଖିବାକୁ ପୀଠରେ ନାହିଁ ନ ଥିବା ଭିଡ ହୋଇଥାଏ ା
ସନ୍ଧ୍ୟାରେ ହୁଏ ବିରାଟ ପଟୁଆରରେ ବରାନୁଗମନ: ବିବାହ ଦିନ ସନ୍ଧ୍ୟାରେ ଏକ ବିରାଟ ପଟୁଆରରେ ବାବାଙ୍କର ଚଳନ୍ତି ପ୍ରତିମାଙ୍କୁ ସୁସଜ୍ଜିତ ବିମାନରେ କନ୍ୟାପିତାଙ୍କ ଗୃହକୁ ନିଆଯାଇଥାଏ। ଲୌକିକ ପରମ୍ପରା ଓ ରୀତି ଅନୁସାରେ ବାଣରୋଶଣି, ଆତସ ବାଜିରେ ଶୈବପୀଠ ଆରଡି ଝଲସି ଉଠେ। ଏହି ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀର ସାହିମେଢ ନୃତ୍ୟ, ବାଘ ନୃତ୍ୟ, ମୋଟୁ ପତଲୁ ନୃତ୍ୟ, ପାଇକ ଆଖଡା, ଗୋଟିପୁଅ ନୃତ୍ୟ, କଙ୍କାଳ ନୃତ୍ୟ, ମୟୂରଚୂଳ, ଦୁଲୁଦୁଲି, ଯୋଡିଶଙ୍ଖ, ଘଣ୍ଟ, ଝୁମର, ଡ୍ରମ ଆଦି ବାଦ୍ୟ ପରିବେଷିତ ହୋଇଥାଏ। ସେହିପରି ଏହି ସମୟରେ ମହିଳା ଓ ପୁରୁଷଙ୍କ ଦ୍ୱାରା ପରିବେଷଣ କରାଯାଉଥିବା କୀର୍ତ୍ତନ ମଧ୍ୟ ଅନ୍ୟତମ ଆକର୍ଷଣ ସାଜିଥାଏ।


ଦେବ, ଦାନବ, କିନ୍ନର ସାଜନ୍ତି ବରଯାତ୍ରୀ: ବରାନୁଗମନ ଶୋଭାଯାତ୍ରାରେ ସେବାୟତମାନେ ବେଦପତି ବ୍ରହ୍ମା, ପ୍ରଭୁ ନାରାୟଣ, ଦେବରାଜ ଇନ୍ଦ୍ର, ବରୁଣ ଦେବ, ଜନ୍ତୁପତି ଯମ, କୁବେର, ମହାଗ୍ରହ ଶନି, ସୂର୍ଯ୍ୟଦେବ, ଚନ୍ଦ୍ର, ଦେବର୍ଷି ନାରଦ, ନନ୍ଦୀ, ଭୃଙ୍ଗୀ ଆଦି ଦେବତା, ଦାନବ ତଥା କିନ୍ନର ବେଶରେ ନିଜକୁ ସଜ୍ଜିତ କରି ବରଯାତ୍ରୀରୂପେ ଉଭା ହୋଇଥାନ୍ତି। ତେବେ ଶୋଭାଯାତ୍ରାରେ ହନୁମାନ ବେଶଧାରୀ ସେବାୟତଙ୍କ ଅଭିନୟ ଶୈଳୀ ବେଶ୍‌ ଉଚ୍ଚକୋଟୀର ହୋଇଥାଏ ା


ଅର୍ଦ୍ଧରାତ୍ରରେ ବିବାହ ସମ୍ପନ୍ନ: ବିବାହ ମହୋତ୍ସବ ଦେଖିବାକୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କର ପ୍ରତୀକ୍ଷାର ଅନ୍ତ ଘଟିଥାଏ ଅର୍ଦ୍ଧରାତ୍ରରେ। ଫୁଲ ବେଦୀରେ ସ୍ବୟଂ ଶିବଶମ୍ଭୁ ଜଗଜ୍ଜନନୀ ମାତା ପାର୍ବତୀଙ୍କ ହାତଧରନ୍ତି। ପୁରୋହିତଙ୍କ ବିବାହ ମନ୍ତ୍ର ପଠନରେ ସାରା ଆରଡି ପ୍ରକମ୍ପିତ ହୋଇଉଠେ। ହରିବୋଲ, ହୁଳହୁଳି, ଶଙ୍ଖଧ୍ୱନିରେ ଶ୍ରଦ୍ଧାଳୁମାନେ ଭକ୍ତି ଗଦଗଦ ଚିତ୍ତରେ ଦେବଦମ୍ପତିଙ୍କ ବିବାହକୁ ଦର୍ଶନ କରିଥାଆନ୍ତି। ପରେ ପରେ ବରପିତା ଓ କନ୍ୟାପିତା ଲୋକାଚାରରେ ସମୁଦି ମିଳନ କରି ପରସ୍ପର କୋଳାଗ୍ରତ ହୁଅନ୍ତି। ଯୌତୁକ ବାବଦରେ କନ୍ୟାପିତା ୨ ଏକର ଶ୍ମଶାନ ଜମି, ୧୦ ହଳ ନାଗ, ୨୫ ଗୋଟି ବୃଷଭ, ଅନ୍ୟାନ୍ୟ ସ୍ବର୍ଣ୍ଣ, ରୌପ୍ୟ ଅଳଙ୍କାର ପ୍ରଦାନ କରିଥାନ୍ତି। ଶିବବିବାହ ମହୋତ୍ସବକୁ ଲୋକାଭିମୁଖୀ ତଥା ସଫଳ କରିବା ପାଇଁ ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ସେବାୟତମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥାଏ।
ପୀଠରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ପ୍ରୟାସ: ପୀଠରେ ଶାନ୍ତିଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ୍‌ ସମସ୍ୟା ଦୂର କରିବା ପାଇଁ ଧୂଷୁରୀ ଓ ଆରଡି ପୋଲିସ ଦିନରାତି ଲାଗି ପଡନ୍ତି। ସେହିପରି ଧାମନଗର ଏସଡିପିଓ, ଧୂଷୁରୀ ଥାନାଧିକାରୀ, ଆରଡି ଫାଣ୍ଡି ଅଧିକାରୀ, ଜିଲାର ସମସ୍ତ ଥାନାର ଥାନାଧିକାରୀଙ୍କ ସମେତ ସାଢେ ତିନି ପ୍ଲାଟୁନ୍‌ ପୋଲିସ ଫୋର୍ସଙ୍କୁ ଏଠାରେ ମୁତୟନ କରାଯାଇଥାଏ। ତା’ଛଡ଼ା ଭଦ୍ରକ ଜିଲାପାଳ, ଉପଜିଲାପାଳଙ୍କ ସମେତ ଜିଲାର ବିଭିନ୍ନ ବିଭାଗର ପଦାଧିକାରୀମାନେ ମଧ୍ୟ ଏହି ଦିନ ପୀଠରେ ଉପସ୍ଥିତ ରହିଥାନ୍ତି।

ପୀଠରେ ସେବା କାର୍ଯ୍ୟ: ପୀଠକୁ ସଫାସୁତରା ରଖିବାକୁ ମନ୍ଦିର କର୍ମଚାରୀଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ କାର୍ଯ୍ୟ କରିଥାନ୍ତି। ସେହିପରି ଆରଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ସମେତ କର୍ମଚାରୀଗଣ, ଜିଲାର ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀମାନେ ଏଠାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥାନ୍ତି। ପୀଠରେ ଓଡ୍ରାଫ ଟିମ୍‌, ଦମକଳ ବାହିନୀ, ଆମ୍ବୁଲାନ୍ସ ଗାଡି ବି ସେବା ପାଇଁ ସଜାଗ ରହିଥାନ୍ତି। ତା’ଛଡ଼ା ଏହି ଦିନ ପୀଠରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ସେବାୟତ ଓ କେତେକ ବଦାନ୍ୟ ବ୍ୟକ୍ତି ମାଗଣାରେ ଖାଦ୍ୟ, ଥଣ୍ଡା ପାଣି ସହ ବିଭିନ୍ନ ଜୁସ୍‌ ଓ ମୃଦୁ ପାନୀୟ ମଧ୍ୟ ବଣ୍ଟନ କରିଥାନ୍ତି।
-ଦୀପ୍ତିରଞ୍ଜନ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri