ଆମ୍‌ ଚାଷ୍‌ ଦେଇଛେ ଜୀବ୍‌କା : ପୋରଛାହନ୍‌ ଅଭାବ, ତଥାପି ସଫଲ

ପଦ୍ମପୁର, ୯।୬ (ଡି.ଏନ.ଏ):  ଫଲ ଭିତରେ ରଜା ହେଉଛେ ଆମ୍‌। ସାରା ବିଶ୍ୱରେ ଅମ୍‌ର ଚାହିଦା କାହିଁରେ କେତେ। ଆଘ ଗଁ।ଗଁଲିମାନକେ ଅନେକ କିସମର ଆମ୍‌ ଦେଖ୍‌ବାକେ ମିଲୁଥିଲା। ଲୋକ୍‌ ଆମ୍‌ ବୁରେଇ ତିଆର କରୁଥିଲେ। ରୁତୁ ସମିଆରେ ଆମ୍‌ ବୁରେଇରେ ଡେରା ପକେଇ ଜୁଗୁଥିଲେ। ଆମ୍‌ ବତର ହେଲେ ସେଟାକେ ବଜାରରେ ବିକି ଭଲ ଦୁଇପଏସା କମଉଥିଲେ। ଯେନ୍‌ଥିରେ ତାକର ପରିବାରର ବନେ ମାସ୍‌କେତେର ତେଲନୁନ୍‌ ବାହାରି ପଡ଼ୁଥିଲା। ହେଲେ ଆଏଜ୍‌କାଲି ହାତ୍‌ ଗନ୍‌ତି କେତେ ଗଁ।ଗଁଡ଼ାକେ ଛାଡ଼ିଦେଲେ ଆର ଆମ୍‌ବୁରେଇ ଦେଖ୍‌ବାକେ ନାଇଁମିଲବାର। ଆମ୍‌ ବଗିଚା କରବାରଟା ଆଏଜ୍‌କାଲି ବଡ଼ବଡ଼ିଆ ଲୋକ୍‌, ଚାଷୀକର ଗୁଟେ ସଉକରେ ପରିନତ୍‌ ହେଇଛେ। ବଗିଚାରେ ଭିନେ ଭିନେ କିସମର ଉନ୍‌ନତ ଧରନ୍‌ର ଆମ୍‌ ଗଛ ଲଗେଇ ଭଲ ଦୁଇ ପଏସା କମଉଛନ୍‌। ଆମର ରାଏଜେ, ଦେଶ୍‌ରେ ଆମ୍‌ର ବହୁତ୍‌ ଚାହିଦା ରହିଥିଲାବେଲେ ଭଲ କିସମର ଆମ୍‌ ବିଦେଶକେ ରପ୍‌ତାନୀ ହେଉଛେ। ସରକାର ଚାଷୀକୁ ଆମ୍‌ ବଗିଚା କରବାକେ ଅନେକ ପରକାର ସୁବିଧା ବି ଯୁଗେଇ ଦେଉଛନ୍‌। ଚାଷୀ ଇଥ୍‌ରେ ଭଲ ଦୁଇପଏସା କମାବାର ସଂଗେ ତାର ଆରଥିକ୍‌ ଥିତି ମଜବୁତ ହେଉଛେ। ଏନ୍‌ତା ଝନେ ସଫଲ ଆମ୍‌ ଚାଷୀକୁ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ପଦ୍ମପୁର ବ୍ଲକର ସତୀଭଟା ଗଁାରେ।
ସୂଚନା ହିସାବେ ସତୀଭଟା ଗଁ।ର ସୁବାଷ ପଟେଲ ଅଂଚଲରେ ଝନେ ସଫଲ ଆମ୍‌ ଚାଷୀ ବଲି ନଁା କମେଇଛନ୍‌। ସେ ବିଦ୍ୟୁତ୍‌ ବିଭାଗରୁ ଲାଇନ୍‌ମ୍ୟାନ ଚାକିରିରୁ ଅବସର ନେଲା ଉତାରୁ ନିଜର ପଡ଼ିଆ ପଡ଼ିଥିବାର ୩ ଏକର ଜମିରେ ଗୁଟେ ଆମ୍‌ ବଗିଚା କରବାର ସଂଗେ ଉନିଆ ଗଛ୍‌ଖୁଟ ବି ଲଗେଇଛନ୍‌। ଏହେଦେ ସେ ପଡ଼ିଆ ଜମିରେ ସୁବାଷ ସୁନା ଫଲଉଛନ୍‌ କହିଲେ କିଛି କମ୍‌ ନାଇଁ ହୁଏ। ୨୦୦୩ ମସିହାରେ ସେ ପହେଲା ମୋଟ ୪୦ଟା ଆମ୍‌ ଗଛ ଲଗେଇଥିଲେ। ସେଠାନେ ପାଏନ୍‌ର ସୁବିଧା ନାଇଁଥିବାର ଲାଗି ନିଜର ମୋପେଡ ଗାଡ଼ିରେ ପାସର ବଁଧୁ ପାଏନ୍‌ ଆନି ଗଛ୍‌ ବଁଚେଇଥିଲେ। ପଛେ ଚାକିରିରୁ ଅବସର ନେଲା ଉତାରୁ ଜମିରେ ୨ଟା ଗଭୀର ନଲ୍‌ଚୁଅଁ। କୁଡ଼ି ଜମିରେ ବହୁତ୍‌ଟେ ଆମ୍‌ଗଛ ଲଗେଇଛନ୍‌। ସେ ତାକର ବଗିଚାରେ ମଲିକା, ଦସରୀ, ବାଇଗଣପଲେଇ, ଆମ୍ରପର୍ଲି ଲେଖେଁ ଉନ୍‌ନତ କିସମର ଆମ୍‌ ଗଛ ଲଗେଇଛନ୍‌। ଇ ବଗିଚା କରବାର ଲାଗି ପାସର ଉଦ୍ୟାନ ବିଭାଗର ତେଜରାଜ ପଟେଲ ତାହାକୁ ଉସ୍‌କେଇଥିଲେ ବଲି କହିଛନ୍‌ ସୁବାଷ। ଇ ଆମ୍‌ ଚାଷ୍‌ରୁ ବଛରକ ସେ ପାଖାପାଖି ୮୦ ହଜାର ଟଁକା ଲାଭ କରବାର ଆଶ୍‌ ରଖିଛନ୍‌। ଇତାର ବାହାରେ ଜଂଗଲରୁ ଲୋପ ପାଇଯାଉଥିବାର ଗଛ୍‌ ଯେନ୍‌ତା କି ଅଁଏଲା, ବାହାଡ଼ା ଲେଖେଁ ଗଛ୍‌ ଲଗେଇଛନ୍‌। ହେଲେ ଇ ସଫଲ ଆମ୍‌ ଚାଷୀ ଗୁଟେ ପେକ ହାଉସ ଦେବାର ଲାଗି ଉଦ୍ୟାନ ବିଭାଗରେ ବାରବାର ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଇତାର ସଂଗେ ଆମ୍‌ ବିକ୍‌ରି ଲାଗି ସରକାର ବେବସ୍‌ତା କରୁନ ବଲି ବି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri