ଆମେରିକାରେ କରୋନା କାଳ: କୃଷ୍ଣକାୟଙ୍କୁ ଦୋହରା ମାଡ଼

ଓ୍ବାଶିଂଟନ,୨୨ା୪ : ଆମେରିକାରେ କରୋନା ଭାଇରସ୍‌ ଏକ ବିଚିତ୍ର ରୋଗ ଭାବେ ଆବିର୍ଭୂତ, ଯହିଁରେ ଏକ ନିର୍ଦ୍ଦିଷ୍ଟ ବର୍ଣ୍ଣର ଲୋକେ ଅଧିକ ସଂକ୍ରମିତ ହେଉଛନ୍ତି। କୃଷ୍ଣକାୟଙ୍କଠାରେ ଏହାର କ୍ରୂରତା ଅଧିକ ଦେଖିବାକୁ ମିଳୁଛି। ମୃତକଙ୍କ ମଧ୍ୟରେ ଏପରି ଅନେକ ଅଛନ୍ତି, ଯେଉଁମାନେ ଏକୁଟିଆ ବା ପରିବାରଠାରୁ ଅଲଗା ହୋଇ ଜୀବନ ଜିଉଥିଲେ। ଏହି ଭାଇରସ୍‌ ଅନିୟନ୍ତ୍ରିତ ହୋଇଥିବାରୁ ହସ୍ପିଟାଲରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀମାନେ କିଂକର୍ତ୍ତବ୍ୟ ବିମୂଢ଼ ହୋଇ ଯାଇଛନ୍ତି। ଏହାକୁ ଅଙ୍ଗେ ନିଭାଇଛନ୍ତି ପର୍ନେସା ସିଲେ, ଯିଏକି ୧୯୮୦ ଦଶକର ଦ୍ୱିତୀୟ ଭାଗରେ କୃଷ୍ଣକାୟ ସମୁଦାୟର ବିନାଶ ଘଟାଇଥିବା ଏଡ୍‌ସକୁ ଅତି ନିକଟରୁ ଦେଖିଥିଲେ। ସେତେବେଳେ ସେ ହାର୍ଲେମ ହସ୍ପିଟାଲରେ ଜଣେ ଇମୁନୋଲୋଜିଷ୍ଟ ଭାବେ କାର୍ଯ୍ୟ କରୁଥିଲେ। ଶିକାଗୋ, ନ୍ୟୁୟର୍କ, ଡେଟ୍ରୋଇଟ୍‌, ନ୍ୟୁ ଓର୍ଲିଏନ୍ସ ଓ ଅନ୍ୟ ସ୍ଥାନଗୁଡ଼ିକରେ ବର୍ତ୍ତମାନ କରୋନା ଭାଇରସ୍‌ ଆଫ୍ରିକୀୟ ଆମେରିକୀୟଙ୍କୁ ସର୍ବାଧିକ ଟାର୍ଗେଟ କରୁଥିବାବେଳେ ସେ ପୂର୍ବାବସ୍ଥାର ସ୍ମୃତିଚାରଣ କରିଛନ୍ତି। ହ୍ୟୁମାନ୍‌ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍‌ (ଏଚ୍‌ଆଇଭି) ବା ଏଡ୍‌ସରେ ଅନ୍ୟ ସମୁଦାୟ ତୁଳନାରେ କୃଷ୍ଣକାୟମାନେ ବେଶି ଆକ୍ରାନ୍ତ ହୋଇ ମରୁଥିବାରୁ ସେମାନଙ୍କ ପାଇଁ କୋଭିଡ୍‌-୧୯ ପାଲଟିଛି ଦ୍ୱିତୀୟ ମହାମାରୀ। ଏକକାଳୀନ ଦୁଇ ଦୁଇଟି ଦୁରାରୋଗ୍ୟ ବ୍ୟାଧିର ଭାଇରସ୍‌ ସେମାନଙ୍କ ଉପରେ ବର୍ଷାଇଛି କରୋଡ଼ା ମାଡ଼। ଏହି ପରିପ୍ରେକ୍ଷୀରେ ଆଫ୍ରିକୀୟ ବଂଶୋଦ୍ଭବଙ୍କ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ୩୧ ବର୍ଷ ଧରି କାର୍ଯ୍ୟରତ ଅଣଲାଭକାରୀ ସଂସ୍ଥା ‘ଦି ବାମ୍‌ ଇନ୍‌ ଗିଲେଆଡ୍‌’ର ପ୍ରତିଷ୍ଠାତା ତଥା ସିଇଓ ସିଲେ କହିଛନ୍ତି, କରୋନା ଭାଇରସ୍‌ ନିରନ୍ତର ବିଶ୍ୱାସଘାତକ। ଏଚ୍‌ଆଇଭି ଆକ୍ରାନ୍ତଙ୍କଠାରେ ଏହି ଭୂତାଣୁ ସଂକ୍ରମଣ ହେବା ଆଶଙ୍କା ଅଧିକ। ଏକସଙ୍ଗେ ଦୁଇଟି ଭାଇରସ୍‌ ମୃତ୍ୟୁର ବାଟ ଦେଖାଇଥାଏ। କେତେ ସଂଖ୍ୟକ ଏଚ୍‌ଆଇଭି ଆକ୍ରାନ୍ତ କରୋନାରେ ମରୁଛନ୍ତି ତାହା ଏବେ କହିହେବ ନାହିଁ। ତେବେ କୃଷ୍ଣକାୟଙ୍କ ସଂଖ୍ୟା ସର୍ବାଧିକ ବୋଲି ସନ୍ଦେହ ନାହିଁ।
ସେହିପରି ଏଡ୍‌ସ ରିସର୍ଚ୍ଚ ଫାଉଣ୍ଡେଶନର ଏଏମ୍‌ଏଫ୍‌ଏଆର୍‌ ପବ୍ଲିକ ପଲିସି ନିର୍ଦ୍ଦେଶକ ଗ୍ରେଗୋରିଓ ମିଲେଟ୍ଟଙ୍କ ମତରେ ଏଚ୍‌ଆଇଭି ସଂକ୍ରମିତଙ୍କ ପାଇଁ କୋଭିଡ୍‌-୧୯ ଏକ ଭୟାନକ ରୂପ ନେଇ ଆସିଛି। ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ। ଜଣେ ବ୍ୟକ୍ତି କୃଷ୍ଣକାୟ ହୋଇଥିଲେ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବା ଅଧିକ ଆଶଙ୍କା ରହିଛି। ଶ୍ୱେତାଙ୍ଗଙ୍କୁ ଥଣ୍ଡା ଧରୁଥିବାବେଳେ କୃଷ୍ଣକାୟଙ୍କ କ୍ଷେତ୍ରରେ ତାହା ନିମୋନିଆ ହୋଇଯାଉଛି। ଅନ୍ୟ ଆମେରିକୀୟଙ୍କ ତୁଳନାରେ କୃଷ୍ଣକାୟମାନେ ଡାଇବେଟିସ୍‌, ହାର୍ଟ, ଲଙ୍ଗ୍‌ ଭଳି ରୋଗରେ ଆକ୍ରାନ୍ତ ହୋଇ ଅନ୍ୟ ରୋଗଗୁଡ଼ିକୁ ନିମନ୍ତ୍ରଣ କରୁଛନ୍ତି। ଦେଶର ପରିସଂଖ୍ୟାନକୁ ଦେଖିଲେ ସର୍ବାଧିକ କୃଷ୍ଣକାୟ ଦାରିଦ୍ର୍ୟ ମଧ୍ୟରେ ରହୁଛନ୍ତି। ସେମାନଙ୍କର ସ୍ବାସ୍ଥ୍ୟ ବୀମା ମଧ୍ୟ ନାହିଁ। ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ମଧ୍ୟ କୃଷ୍ଣକାୟ ଅବିଶ୍ୱାସ କରନ୍ତି। ଆଟଲାଣ୍ଟାସ୍ଥିତ ଭିଜନ୍‌ ଚର୍ଚ୍ଚ ପ୍ରତିଷ୍ଠାତା ବିଶପ୍‌ ଓ.ସି. ଆଲେନ୍‌ ତୃତୀୟ କହିଛନ୍ତି, ଶିକାଗୋରେ ମୋଟ ଜନସଂଖ୍ୟାର ୪୦% କୃଷ୍ଣକାୟ ହୋଇଥିବାବେଳେ ସହରରେ କୋଭିଡ୍‌-୧୯ ସଂକ୍ରମଣରେ ପ୍ରାଣ ହରାଇଥିବା ୭୨% ହେଉଛନ୍ତି ଏହି ସମୁଦାୟର। ତେଣୁ ଏହି ବର୍ଣ୍ଣର ଏଡ୍‌ସ ଆକ୍ରାନ୍ତଙ୍କ ପାଇଁ ମୃତ୍ୟୁକୁ ସାଙ୍ଗରେ ନେଇ ଆସିଛି ମହାମାରୀ କରୋନା।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri