ଆମେ କେତେ ସୁଖୀ

ଡା. ସୁରେନ୍ଦ୍ରନାଥ ପତି
ସୁଖ ବିଷୟରେ ଜାଣିବା ପୂର୍ବରୁ ତାହା କ’ଣ ଓ କିପରି ଲାଭ ହୋଇଥାଏ ପ୍ରଥମେ ଜାଣିବା। ହାପିନେସ୍‌ ବା ଖୁସି କହିଲେ ଏପରି ଏକ ମାନସିକ ଅବସ୍ଥାକୁ ବୁଝାଏ, ଯେଉଁଥିରେ ବ୍ୟକ୍ତି ସନ୍ତୁଷ୍ଟ ଥିବାଠାରୁ ଆରମ୍ଭକରି ଅତି ଆନନ୍ଦିତ ସ୍ତରକୁ ଯାଇଥାଏ। ଜୀବନରେ ସନ୍ତୁଷ୍ଟି ବ୍ୟକ୍ତିଗତ ଭାବରେ ସବୁଦିଗରୁ, ସବୁ କ୍ଷେତ୍ରରୁ ଲାଭ ହୋଇ ‘ପୂର୍ଣ୍ଣକାମ’ ଅବସ୍ଥା ପ୍ରାପ୍ତ ହୋଇଥାଏ ମାନବକୁ। ଖୁସି, ଆନନ୍ଦ, ଏନ୍‌ଜୟ କରିବା, ଅତି ଆନନ୍ଦିତ ଅବସ୍ଥା (ଇଉଫୋରିଆ) ପ୍ରାପ୍ତ ହେବା- ଏସବୁ କ୍ରମାନ୍ବୟରେ ଗୋଟିଏ ସ୍ତରରୁ ଉଚ୍ଚତର ସ୍ତରକୁ ବୁଝାଏ। ବ୍ୟକ୍ତି ଖୁସି ରହିବା ପାଇଁ ଅନ୍ୟମାନଙ୍କ ଉପରେ ଅତ୍ୟଧିକ ନିର୍ଭର କରିବା ଅନାବଶ୍ୟକ। ଏହା ଆଲବର୍ଟ କାମ୍ୟୁଙ୍କ ଉକ୍ତି। ଆସନ୍ତୁ ଜାଣିବା ଅନ୍ୟ ଦାର୍ଶନିକମାନେ କ’ଣ ମତ ଦେଇଛନ୍ତି- ଫିଓଡର କହିଥିଲେ, ଖୁସିଟା ଖୁସିକୁ ହାସଲ କରିବାରେ ଥାଏ। ଲଙ୍ଗଫେଲୋ କହନ୍ତି, ହାପିନେସ୍‌ ଏକ ଆଲୋକବର୍ତ୍ତିକା ସଦୃଶ, ଯାହାର ମଧ୍ୟଭାଗ ଖଣ୍ଡିତ ନ ହୋଇଥିଲେ ରଙ୍ଗହୀନ ହୋଇଯାଏ।
୧୯୬୦ ମସିହାରୁ ବୈଜ୍ଞାନିକ କ୍ଷେତ୍ରରେ ହାପିନେସ୍‌ ବା ଖୁସି ବିଷୟରେ ରିସର୍ଚ୍ଚ ଚାଲିଛି- ଜେରୋଣ୍ଟୋଲୋଜି (ବୟସ୍କମାନଙ୍କ ବିଷୟ), ସୋସିଆଲ ସାଇକୋଲୋଜି, ଇକୋନୋମିକ୍‌ସ, କ୍ଲିନିକାଲ ମେଡିକାଲ ରିସର୍ଚ୍ଚ ଆଦି ଦିଗରେ। ଜାତିସଂଘର ଓ୍ବାର୍ଲଡ ହାପିନେସ୍‌ ରିପୋର୍ଟ ୨୦୧୯ ପ୍ରକାଶ ପାଇଛି। ୬ଟି ମାନଦଣ୍ଡକୁ ଅବଲମ୍ବନ କରି ଏହା ପ୍ରସ୍ତୁତ କରାଯାଇଛି- ଆୟ, ସ୍ବାଧୀନ ମନୋଭାବ, ବିଶ୍ୱାସ, ଉତ୍ତମ ଆୟୁ, ସାମାଜିକ ସମର୍ଥନ ଓ ବଦାନ୍ୟତା। ଏହି ପ୍ରୋଜେକ୍ଟରେ ପୃଥିବୀର ୧୫୬ଟି ଦେଶ ଅଂଶଗ୍ରହଣ କରିଥିଲେ। ‘ହାଓ ହାପି ଦେୟାର ସିଟିଜେନ୍‌ସ ପରସିଭ ଦେମ୍‌ସେଲ୍‌ଭସ ଟୁ ବି’ର ରେଜଲ୍ଟ ପ୍ରକାଶ ପାଇଲା। ଏଥିରେ ୟୁରୋପର ଫିନ୍‌ଲାଣ୍ଡ ସର୍ବପ୍ରଥମ ସ୍ଥାନ ଅଧିକାର କରିଛି। ତା’ ତଳକୁ ଡେନମାର୍କ, ନରଓ୍ବେ, ଆଇସଲାଣ୍ଡ, ନେଦରଲାଣ୍ଡ, ସୁଇଜରଲାଣ୍ଡ, ସ୍ବିଡେନ, ନ୍ୟୁଜିଲାଣ୍ଡ, କାନାଡା, ଅଷ୍ଟ୍ରିଆ ଯଥାକ୍ରମେ ସ୍ଥାନ ଅଧିକାର କରିଛନ୍ତି। ଏମାନେ ସବୁ କ୍ଷୁଦ୍ର ଦେଶ, ଜନସଂଖ୍ୟା କମ୍‌, ସମସ୍ୟା, ବେକାରି କମ୍‌। ଭାରତର ସ୍ଥାନ ୧୪୦ତମ, ଗତବର୍ଷ ୧୩୩ତମ ଥିଲା। ତେଣୁ ଭାରତରେ ସୁଖର ଅବସ୍ଥା ଖରାପ ଆଡ଼କୁ ଯାଉଛି। ଏଥିରେ ଆମେରିକାର ସ୍ଥାନ ୧୯, ବ୍ରିଟେନ ୧୫, ଜର୍ମାନୀ ୧୭ ଓ ଜାପାନ ୫୮ତମ ସ୍ଥାନରେ ରହିଛି। ଜଣାପଡେ ବୃହତ୍‌, ପ୍ରତିପତ୍ତିଶାଳୀ ଦେଶଗୁଡ଼ିକରେ ବହୁମୁଖୀ ସମସ୍ୟା ଦେଖାଯାଉଥିବାରୁ ଜନସାଧାରଣ ଦୁଃଖରେ ଅଛନ୍ତି। ସେହି ଦେଶଗୁଡ଼ିକରେ ନକାରାତ୍ମକ ଚିନ୍ତାଧାରା, ବ୍ୟସ୍ତତା, ଦୁଃଖ, କ୍ରୋଧ ଆଦି ବୃଦ୍ଧି ପାଇବାରୁ ସ୍ଥାନ ତଳକୁ ତଳ ଖସିଛି। ମୋଟାମୋଟି ଭାବରେ ଏକବିଂଶ ଶତାବ୍ଦୀରେ ଦେଶର ଜନସାଧାରଣ ପ୍ରଗତି ହାସଲ କରିବା ପାଇଁ ପରସ୍ପର ମଧ୍ୟରେ ଅର୍ଥନୈତିକ, ରାଜନୈତିକ, ସାମାଜିକ ଆଦି କ୍ଷେତ୍ରରେ ପ୍ରତିଯୋଗିତା ଆରମ୍ଭ କରିବାରୁ ଈର୍ଷା, ଦ୍ୱେଷ, ପରଶ୍ରୀକାତରତା ବୃଦ୍ଧି ପାଇଛି, ଯାହାକି ମାନସିକ କ୍ଷେତ୍ରରେ ନକାରାତ୍ମକ ପ୍ରଭାବ ପକାଉଛି।
ଅନ୍ୟ ଏକ ମତରେ ସମଗ୍ର ଜୀବନରେ ବ୍ୟକ୍ତି ଯାହା ଲାଭ କରେ ସେଥିରେ ଯଦି ସନ୍ତୁଷ୍ଟ ହୋଇପାରିଲା ତାହା ହିଁ ପ୍ରକୃତ ହାପିନେସ୍‌। ଆରିଷ୍ଟଟଲଙ୍କ ମତରେ ହାପିନେସ ନିଜ ଉପରେ ନିର୍ଭର କରେ। ମନୁଷ୍ୟ ଖୁସିକୁ କେବଳ ନିଜ ପାଇଁ ଆଶା କରେ, ଧନସମ୍ପଦ, ସମ୍ମାନ ଆଦିକୁ ନୁହେଁ। ଉତ୍ତମ ସ୍ବାସ୍ଥ୍ୟ, ଧନ, ସମ୍ମାନ ସୁଖ ପ୍ରାପ୍ତି ପାଇଁ ପ୍ରଧାନ ସହାୟକ। ବିବେକ ଅନୁସାରେ କର୍ମ କରିବାରେ ଯେଉଁ ସୁଖ ମିଳେ, ନୈତିକତା ସହ କାର୍ଯ୍ୟନିର୍ବାହ କଲେ ତାହା ମଧ୍ୟ ହାସଲ ହୁଏ। ବୌଦ୍ଧଧର୍ମରେ ନିର୍ବାଣ ଲାଭ ହିଁ ଅନ୍ତିମ ସୁଖ। ଦୟା, କରୁଣା, ଅନ୍ୟର ସୁଖକାମନା ଦ୍ୱାରା ବ୍ୟକ୍ତି ନିଜେ ସୁଖୀ ହୋଇଥାଏ। ହିନ୍ଦୁଧର୍ମରେ ଆତ୍ମା ଓ ବ୍ରହ୍ମ ଏକ ବୋଲି ଅଦ୍ୱୈତ ବେଦାନ୍ତ କହନ୍ତି। ଖ୍ରୀଷ୍ଟଧର୍ମ, ଇସଲାମ ଧର୍ମ, ଜୈନ ଓ ଇହୁଦୀଙ୍କ ଧର୍ମରେ ମଧ୍ୟ ଏକାପରି ବର୍ଣ୍ଣନା ଅଛି। ଜୀବନର ଅନ୍ତିମ ଲକ୍ଷ୍ୟ ହିଁ ସୁଖପ୍ରାପ୍ତି। ମନୋବିଜ୍ଞାନୀ ସିଗ୍‌ମଣ୍ଡ ଫ୍ରଏଡ କହିଥିଲେ, ପ୍ରତ୍ୟେକ ବ୍ୟକ୍ତି ଖୁସି ପାଇବାକୁ ଚାହେଁ, କିନ୍ତୁ ପ୍ରତ୍ୟେକେ ଏହା ପାଇ ପାରନ୍ତି ନାହିଁ। କାରଣ ସେମାନେ ତୁଳନା କରି ସୁଖ ଲାଭ କରନ୍ତି, ପ୍ରକୃତ ଅବସ୍ଥାରୁ ଯେତେ ନୁହେଁ। ଦେଶରେ ଜିଡିପି (ଗ୍ରସ୍‌ ଡୋମେଷ୍ଟିକ ପ୍ରଡକ୍ଟ) ଓ ଜିଏନ୍‌ପି (ଗ୍ରସ୍‌ ନ୍ୟାଶନାଲ ପ୍ରଡକ୍ଟ)କୁ ମାନଦଣ୍ଡ ଭାବରେ ଧରାଯାଏ। ସାଧାରଣତଃ ଧନୀ ରାଷ୍ଟ୍ରମାନେ ଗରିବ ରାଷ୍ଟ୍ରଠାରୁ ଅଧିକ ଆନନ୍ଦମୟ ଅବସ୍ଥା ହାସଲ କରିଥାନ୍ତି। ପରନ୍ତୁ ଦେଖାଯାଇଛି, ଧନସମ୍ପଦ ଅଧିକ ହେଲେ ଏହା କମି କମି ଯାଏ। କାଟେ ଥିଙ୍କ୍‌ ଟ୍ୟାଙ୍କ ମତରେ, ଅର୍ଥନୈତିକ ସ୍ବାଧୀନତା ସହିତ ହାପିନେସ୍‌ର ଦୃଢ଼ ସମ୍ବନ୍ଧ ଅଛି। ଏଥିରେ ଫ୍ରିପ୍ରେସ୍‌ ଓ ଗଣତନ୍ତ୍ର ଜଡିତ ହୋଇଛନ୍ତି। ପୂର୍ବ ୟୁରୋପର କମ୍ୟୁନିଷ୍ଟ ଦେଶଗୁଡ଼ିକ ବିଶ୍ୱର ଅତି ଗରିବ ଦେଶଙ୍କଠାରୁ କମ୍‌ ଖୁସିରେ ଥିଲେ। ନୋଟ୍ରଡାମ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ବେଞ୍ଜାମିନ ରାଡକ୍ଲିଫ ମତ ଦିଅନ୍ତି-ଗଣତାନ୍ତ୍ରିକ ଦେଶଗୁଡ଼ିକରେ ଜୀବନରେ ସନ୍ତୁଷ୍ଟିର ସାମାଜିକ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଶ୍ରମିକମାନଙ୍କର ସୁଖ ସୁବିଧା, ମଧ୍ୟବିତ୍ତ ଶ୍ରେଣୀ ପାଇଁ ଉତ୍ତମ ମଜୁରି ବ୍ୟବସ୍ଥା ଉପରେ ନିର୍ଭରଶୀଳ। ଏହି ମଧ୍ୟବିତ୍ତ ଗୋଷ୍ଠୀ ହିଁ ଦେଶର ପ୍ରତିନିଧିତ୍ୱ କରନ୍ତି। ପାରମ୍ପରିକ ବ୍ୟବସ୍ଥାକୁ ଧୂଳିସାତ୍‌ କରି ସୁଖର ମାର୍ଗ ଆପଣାଇବା ଅନୁଚିତ। ଦେଶର ସରକାର ନାଗରିକଙ୍କୁ ନିଜ ଇଚ୍ଛାରେ ଆଗେଇଯିବାକୁ ସ୍ବାଧୀନତା ଦେବା ଦରକାର। ଉତ୍ତମ ମାନସିକ ସ୍ବାସ୍ଥ୍ୟ ଏବଂ ଭଲ ସମ୍ପର୍କ ବହୁଗୁଣରେ ଉତ୍ତମ ସୁଖର କାରଣ ହୋଇଥାନ୍ତି। ତାହା ଅର୍ଥ ବା ଟଙ୍କା ଦ୍ୱାରା ପ୍ରାପ୍ତ ହୋଇ ନ ଥାଏ।
ରେଣୁକା ଏନ୍‌କ୍ଲେଭ, ବଡ଼ଶଙ୍ଖ, ପୁରୀ, ମୋ-୯୪୩୭୪୯୪୭୭୬


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri