ଆବାସ ହିତାଧିକାରୀଙ୍କ ଅନୁଦାନ ହଡପ : ସମ୍ପୂର୍ଣ୍ଣ ହୋଇପାରୁନି ଗୃହ, ରାସ୍ତାକଡରେ ପରିବାର

ନୂଆଗାଁ,୧୨ା୮ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗୁମୀ ପଞ୍ଚାୟତ ମଣିଆକୋଟ ଗ୍ରାମର ଜଣେ ହିତାଧିକାରୀଙ୍କ ଆବାସ ଅନୁଦାନ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଏଣେ ଗୃହ ନିର୍ମାଣ ଶେଷ ହୋଇ ନ ଥିବାରୁ ହିତାଧିକାରୀଙ୍କ ପରିବାର ରାସ୍ତାକଡରେ ଜୀବନ ବିତାଉଛନ୍ତି।
ମଣିଆକୋଟ ଗ୍ରାମର କଷ୍ଟିଆ ଜାନିଙ୍କ ବାସଗୃହ ନ ଥିବାରୁ ୨୦୧୭-୧୮ ମସିହାରେ ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ବ୍ଲକ ତରଫରୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଗୃହ ନିର୍ମାଣ ପାଇଁ କଷ୍ଟିଆ ଅସମର୍ଥ ବିଚାର କରି ଠିକାଦାର ମାଧ୍ୟମରେ କରାଇବା ପାଇଁ କିଛି ସରକାରୀ କର୍ମଚାରୀ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ଠିକାଦାର ସେହି ଗ୍ରାମର ବାମୁଣି ପ୍ରଧାନ, ଚନ୍ଦ୍ରମଣୀ ଜାନିଙ୍କ ସମେତ କଷ୍ଟିଆଙ୍କ ଗୃହ ନିର୍ମାଣ ଦାୟିତ୍ୱ ନେଇଥିଲେ। ସର୍ତ୍ତ ମୁତାବକ ଠିକାଦାର ଗୃହ ନିର୍ମାଣର ସମ୍ପୂର୍ଣ୍ଣ ଖର୍ଚ୍ଚ ନିଜେ ବହନ କରିବେ ଓ ସରକାରଙ୍କ ଅନୁଦାନ ମିଳିବା ପରେ ହିତାଧିକାରୀଙ୍କଠାରୁ ନେବେ। ତେଣୁ ଗୃହ ନିର୍ମାଣ ପୂର୍ବରୁ ହିତାଧିକାରୀମାନେ ରହୁଥିବା ଚାଳଘର ଭାଙ୍ଗି ପରିବାର ସହିତ ବାହାରେ ପଡିରହିଲେ। କିନ୍ତୁ ନିର୍ମାଣ ଆରମ୍ଭ ହେବାର ଏକବର୍ଷ ବିତିଯାଇଥିଲେ ମଧ୍ୟ କଷ୍ଟିଆଙ୍କ ଘର ପ୍ଲିନ୍ଥ ଲେବୁଲରେ ଅଟକି ରହିଥିବାବେଳେ ବାମୁଣି ଓ ଚନ୍ଦ୍ରମଣିଙ୍କର ଛାତ ପତନରେ ଅଟକି ରହିଛି । ଚାଳଘର ଭାଙ୍ଗିବା ଦିନଠାରୁ କଷ୍ଟିଆ ସ୍ତ୍ରୀ, ପୁଅ, ବୋହୂ, ୪ ବର୍ଷର ନାତି ଓ ୬ ମାସର ନାତୁଣୀକୁ ଧରି ରାସ୍ତାକଡରେ ରହୁଛନ୍ତି। ହିତାଧିକାରୀଙ୍କ ଅଭିଯୋଗ ଅନୁଯାୟୀ, ଗୃହ ନିର୍ମାଣ ଅଧାକରି ଠିକାଦାର ଅନୁଦାନ ହଡପ କରିଛନ୍ତି। ସରକାରୀ ନିୟମ ଅନୁସାରେ ବିଲ୍‌ ପାସ କରିବା ପୂର୍ବରୁ ପଞ୍ଚାୟତ ଅଧିକାରୀ, ଯନ୍ତ୍ରୀ କାର୍ଯ୍ୟ ତଦାରଖ କରିବା କଥା। କିନ୍ତୁ ସେମାନେ ସେହି ସ୍ଥାନକୁ ଯାଇ ନ ଥିବା କହିଛନ୍ତି କଷ୍ଟିଆଙ୍କ ପୁଅ ସୁଶାନ୍ତ ଜାନି । କୌଣସି ଅଧିକାରୀ ନ ଦେଖି ଠିକାଦାରଙ୍କ କଥାରେ କିଭଳି ବିଲ୍‌ କରାଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ନୂଆଗାଁ ବିଡିଓ ସିରିୟାଲ ଏସ୍‌ ପଟେଲଙ୍କୁ ପଚାରିବାରୁ ସେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କୁ ପଚାରି ବୁଝିବା ସହ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି।...

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri