ଆବାସ ଯୋଜନାରୁ ବଞ୍ଚିତ: ଭଙ୍ଗା କୁଡ଼ିଆ ତଳେ ବିତୁଛି ଜୀବନ

ଗଣିଆ,୧୫।୯(ଡି.ଏନ.ଏ.)-ସମସ୍ତଙ୍କ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ମୌଳିକ ଆବଶ୍ୟକତା ଅଟେ । ଏହାକୁ ବାଦ୍‌ ଦେଇ ମଣିଷ ଚଳିବା କଷ୍ଟସାଧ୍ୟ। ଏହି ପ୍ରରିପ୍ରେକ୍ଷୀରେ ଆର୍ଥିକ ଅନଗ୍ରସର ଲୋକମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଆବାସ ଆଦି ବହୁ ଜନହିତକର ଯୋଜନା ପ୍ରଣୟନ କରିଛନ୍ତି । ଏଥିପାଇଁ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇ ଖର୍ଚ୍ଚ କରାଯାଉଛି। ହେଲେ କେଉଁଠି ନା କେଉଁଠ ତ୍ରୁଟି ଯୋଗୁ ଏହି ଯୋଜନାଗୁଡିକ ବାସ୍ତବରେ ବାଟବଣା ହୋଇ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁ ନ ଥିବା ଦେଖିବାକୁ ମିଳୁଛି।

ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ଗ୍ରାମର ବିଦେଶୀ ବେହେରାଙ୍କ ପରିବାର ଏଭଳି ଉପେକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । ଅଭାବ ଅନଟନ ଦେଇ ଗତି କରୁଥିବା ବିଦେଶୀଙ୍କ ପରିବାର ପାଇଁ ସରକାରଙ୍କ ଆବାସ ଯୋଜନା ସତେ ଯେପରି ଉପହାସ କରୁଛି । ବର୍ଷା, ଖରା ଓ ଝଡତୋଫାନରୁ ରକ୍ଷା ପାଇବା ନିମନ୍ତେ ପକ୍କାଘର ଖଣ୍ଡିଏ ପାଇଁ ଗ୍ରାମର ୱାର୍ଡମେମ୍ବରଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ କରିଆସୁଥିଲେ ହେଁ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଇନ୍ଦିରା ଆବାସ ଗୃହ ଖଣ୍ଡିଏ ମିଳିପାରିନାହିଁ । ଫଳରେ ଝାଟିମାଟି ଚାଳଛପର ତଳେ ୩ପ୍ରାଣୀ କୁଟୁମ୍ବଙ୍କୁ ନେଇ ବିଦେଶୀ ଜୀବନ ଅତିିବାହିତ କରୁଛନ୍ତି। ସ୍ବଳ୍ପ ରୋଜଗାର ଓ ଆର୍ଥିକ ଅନଟନ ଯୋଗୁ ପକ୍କାଘର ନିର୍ମାଣ କରିବା ଦୂରର କଥା ଚାଳଛପର କରିବା ପାଇଁ ତାଙ୍କ ପାଖରେ ସମ୍ବଳ ନାହିଁ । ଫଳରେ ବର୍ଷାରୁ ରକ୍ଷା ପାଇବା ପାଇଁ ଧାରକରଜ କରି ଜରିପାଲ ଓ ବ୍ୟାନର ସଂଗ୍ରହ କରି ଚାଳରେ ଛପର କରିଥିବା ଦେଖିବାକୁ ମିଳିଛି। ଚାଷଜମି ନ ଥିବା ବେଳେ କେବଳ ଘରଡିହ ଖଣ୍ଡିଏ ରହିଛି ା ଘରଟି ଛାମୁଣ୍ଡିଆ ଗହିର ବିଲ ନିକଟରେ ଥିବାରୁ ବର୍ଷା ହେଲେ ଘର ଭିତରକୁ ସାପ,ବେଙ୍ଗ ଭଳି ସରିସୃପମାନେ ପଶି ଆସିବାର ଭୟ ମଧ୍ୟ ରହିଛି ବୋଲି ବିଦେଶୀ କୁହନ୍ତି। ବିଦେଶୀ ଓ ତାଙ୍କ ସ୍ତ୍ରୀ ମୂଲ ମଜୁରି କରି ଗୁଜୁରାଣ ମେଣ୍ଟାଉଛନ୍ତି। ହେଲେ ସବୁଦିନ କାମ ମିଳୁ ନ ଥିବାରୁ ଯେତେବେଳେ ଯାହା ରୋଜଗାର ହୁଏ ମାସସାରା ଚଳିବା କଷ୍ଟ ହୋଇପଡୁଛି ବୋଲି ସେ କୁହନ୍ତି। ତେବେ ଥିଲାବାଲାକୁ ସବୁ, ନ ଥିଲାବାଲାକୁ ନାହିଁ ପରି ଛାମୁଣ୍ଡିଆ ପଞ୍ଚାୟତରେ ଗୋଟିଏ ପରିବାରକୁ ଦୁଇ ଦୁଇଟି ଇନ୍ଦିରା ଆବାସ ମିଳିଥିବା ବେଳେ ବିଦେଶୀଙ୍କ ପରି ଅନେକ ଗରିବ ସରକାରଙ୍କ ଏହି ଆବାସ ଯୋଜନାରୁ ବଞ୍ଚତ୍ତ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ଗଣିଆ ବିଡିଓ ମାନସ ରଞ୍ଜନ ସାମଲଙ୍କୁ ପଚାରିବାରୁ ସରକାରଙ୍କ ସାମାଜିକ ଅର୍ଥନୈତିକ ଜନଗଣନା (ଏସଇସିସି) ତାଲିକାରେ ବିଦେଶୀଙ୍କ ନାମ ଥିଲେ ତାଙ୍କୁ ଇନ୍ଦିରା ଆବାସ ମିଳିପାରିବ ନଚେତ୍‌ ତାଙ୍କୁ ବିଜୁ ପକ୍କାଗୃହ ଯୋଜନାରେ ସାମିଲ କରାଯାଇ ଗୃହ ଯୋଗାଇ ଦିଆଯାଇପାରିବ ବୋଲି କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ: ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ୩ ଛାତ୍ରୀ

ଭବାନୀପାଟଣା ୧।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ସ୍ନାତକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏହି ଫଳାଫଳରେ…

୫ ଦିନ ହେଲା ଅଚଳ ହୋଇପଡିଛ BSNL ଟାୱାର, ବିନା ନେଟୱର୍କରେ ହନ୍ତସନ୍ତ ୨୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ନନ୍ଦପୁର, ୧।୬( ତୁଷାର କାନ୍ତ ମହାନ୍ତି ): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତବାସୀଙ୍କୁ ମୋବାଇଲ ନେଟୱର୍କ ସେବା ଯୋଗାଇ ଦେବାକୁ ଥିବା ଏକମାତ୍ର ବିଲାପୁଟ…

ଆନନ୍ଦପୁର ବସଷ୍ଟାଣ୍ଡରେ ଚାଲିଥିଲା ଅବୈଧ ମଦ ବେପାର, ଖବରପାଇ ଅଚାନକ ଚଢାଉ କଲା ପୋଲିସ, ତା’ପରେ…

ହାଟଡିହୀ/ଆନନ୍ଦପୁର,୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଆନନ୍ଦପୁର ବସଷ୍ଟାଣ୍ଡରେ ଅବୈଧ ଭାବେ ମଦ ବେପାର କରୁଥିବା ଜଣେ ଦୋକାନୀକୁ ପୋଲିସ ଗିରଫ କରିଛି…

ଜମିଜମା ବିବାଦ ନେଲା ବିବାଦ ଉଗ୍ରରୂପ: ବଡ଼ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ସାନ ଭାଇର ଜୀବନ

ତୁମୁଡିବନ୍ଧ, ୧।୬(ଦିପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କଦମ ପଦର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜମି ବିବାଦକୁ ନେଇ…

ବାଟରେ ରୋଗୀଙ୍କ ମୃତ୍ୟୁ ହୋଇଯିବାରୁ ଜଙ୍ଗଲ ରାସ୍ତାରେ ଓହ୍ଲାଇ ପଳାଇଲେ ବୋଲେରୋ ଚାଳକ, ମୃତ ସ୍ବାମୀଙ୍କୁ ଜଗିରହିଲେ ବୃଦ୍ଧା

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): ସମାଜରୁ ହଜିଯାଉଛି ମାନବିକତା, ମଣିଷ ମନରୁ ଦୟାଭାବ କ୍ଷୁର୍ଣ୍ଣ ହେବାରେ ଲାଗିଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର- ଭବାନୀପାଟଣା ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri