ଆବାସ ଯୋଜନା ବାଟ୍‌ବନା: ଦଦ୍‌ରା କୁରିଆରେ ଦୁଇ ଗରିବ୍‌ ପରିବାର

 

ଜମନକିରା, ୧୧।୨ (ଡି.ଏନ୍‌.ଏ.)-
କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ପକାଘର ଯୁଗେଇ ଦେଉଛନ୍‌। ଅନେକ୍‌ ହକ୍‌ଦାର ହିତାଧିକାରୀ ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଆଶ୍‌ରେ ଦରକାରୀ କାଗଜପତର ଧରି ପଁଚେତ୍‌ନୁ ବ୍ଲକ ତକ୍‌ ନରଦି ନରଦି ନିହାଲ ହେଇଯାଉଛନ୍‌। ହେଲେ ସେମାନକର କଥା କେହି ନାଇଁ ଶୁନୁଥିବାର ଅଭିଯୋଗ ହେଉଛେ। ଆଗରୁ ସରକାରୀ ଯୋଜନାର ସଫଲତା ଲାଗି ଜମନକିରା ବ୍ଲକକେ ରାଏଜ ସରକାର ପୁରସ୍‌କାର ଦେଇଥିଲେ। ହେଲେ ଏହେଦେ ଇ ବ୍ଲକରେ ଆବାସ ଯୋଜନା ବାଟ୍‌ବନା ହେଇଥିବାର ଅଭିଯୋଗ ହେଉଛେ।
ସୂଚନା ଅନ୍‌ସାରେ ବ୍ଲକ ସଦରନୁ ୫ କି.ମି. ଦୂରେ ରହିଛେ ଛେମୁଣ୍ଡା ଗଁା। ଇ ଗଁାର ଗଜପତି ସାମଲ। ପରିବାର କହେଲେ ଦୁଇ ଝି’ ମୋନିକା ଆର ଶିବାନୀକେ ନେଇ ସଁସାର। ବଛର କେତେ ତଲେ ତାକର ମାଏକିନା ଆରପାରକେ ଚାଲିଯାଇଛନ୍‌। ଏନ୍‌ତାଥି ଗଜପତି ନିଜର ଦୁଇ ଝି’ର ସଂଗେ ଗୁଟେ ଝାଟିମାଟିର କୁରିଆରେ ମୁଡ଼ ଗୁଁଜିଛନ୍‌। ସେ ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ପଁଚେତ୍‌ନୁ ବ୍ଲକ ତକ୍‌ ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ସେନ୍‌ତା ଗଁାର ଶଙ୍କର ଶବର। ପରିବାର କହେଲେ ମାଏକିନା ପ୍ରତିମା ଆର ୪ ଝି’ପୁଓକୁଁ ନେଇ ସଁସାର। ଶଙ୍କର ଝନେ ନିହାତି ଗରିବ୍‌ ଲୋକ୍‌। ସେ ଟ୍ରାକ୍ଟର ଡ୍ରାଇଭର ହିସାବେ ଯାହା ରୁଜଗାର କରୁଛନ୍‌ ସେଥ୍‌ରେ ତାକର ପରିବାର ଚଲୁଛେ। ହେଲେ ସେଟା ପରିବାରର ପେଟ୍‌କେ ଅଁଟ୍‌ଲେ ଦିହିକେ ନାଇଁ। ଏନ୍‌ତାଥି ସେ ଭଲ ଘରଖଁଡ଼େ କରି ନାଇଁପାରବାର। ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ଶଙ୍କର ଥାନୀଅ ପରଶାସନକେ ବାରବାର ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଜମନକିରା ପଁଚେତ୍‌ ନିର୍ବାହୀ ଅଧ୍‌କାରୀ କ୍ଷୀରୋଦଚନ୍ଦ୍ର ଖାଡ଼ିଆ, ବିଡିଓ ଅଜୟ ତିଓ୍ବାରୀ ଆର ପଁଚେତ୍‌ ସମିତି ଅଧ୍ୟକ୍ଷ ଅରୁଣ କୁମାର ନାଏକକୁଁ ପଚ୍‌ରାଲାରୁ ଆଏବାର ଦିନେ ଇ ଦୁଇ ଗରିବ୍‌ ପରିବାରକେ ଆବାସ ଯୋଜନାରେ ସାମିଲ କରାଯିବା ବଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା…. 

ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri