ଆବଶ୍ୟକ ଅନୁଯାୟୀ ପୂରଣ ହେଉନି ଅଣ୍ଡା ଉତ୍ପାଦନ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ବିଶ୍ୱରେ ଚାଇନା ସର୍ବାଧିକ ଅଣ୍ଡା ଉତ୍ପାଦନ କରୁଥିବାବେଳେ ଭାରତ ତୃତୀୟ ସ୍ଥାନରେ ରହିଛି। ତେବେ ଅଣ୍ଡା ଉତ୍ପାଦନରେ ଆମ ରାଜ୍ୟ ଦେଶରେ ୧୧ତମ ସ୍ଥାନରେ ରହିଛି। ରାଜ୍ୟରେ ଦୈନିକ ଅଣ୍ଡା ଉତ୍ପାଦନ ୨୦୧୪-୧୫ ମସିହାରେ ୫୨ ଲକ୍ଷରୁ ବୃଦ୍ଧି ପାଇ ବର୍ତ୍ତମାନ ୬୫ ଲକ୍ଷରେ ପହଞ୍ଚତ୍ଛି। ତଥାପି ଅଣ୍ଡା ଆବଶ୍ୟକତା ମେଣ୍ଟାଇବାରେ ଓଡ଼ିଶା ଅସଫଳ ହୋଇଛି। ରାଜ୍ୟରେ ଦୈନିକ ୮୫ଲକ୍ଷ ଅଣ୍ଡା ଆବଶ୍ୟକତା ଥିବାବେଳେ ଓଡ଼ିଶାରୁ ୬୫ଲକ୍ଷ ଅଣ୍ଡା ଉତ୍ପାଦନ ହୋଇପାରୁଛି। ବାକି ୨୦ଲକ୍ଷ ଅଣ୍ଡା ପାଇଁ ଓଡ଼ିଶା ଏବେ ବି ଆନ୍ଧ୍ର ଉପରେ ନିର୍ଭର କରୁଛି। ଦେଶରେ ମୁଣ୍ଡପିଛା ବାର୍ଷିକ ୬୯ଟି ଅଣ୍ଡା ରହୁଥିବା ବେଳେ ଓଡ଼ିଶାରେ ୪୮ଟି ଅଣ୍ଡା ରହୁଛି। ଏହି ପରିସ୍ଥିତିରେ ଖୁବଶୀଘ୍ର ପରିବର୍ତ୍ତନ ଆସିବ ଏବଂ ଆଗାମୀ ବର୍ଷ ରାଜ୍ୟ ଏହାର ସମସ୍ତ ଆବଶ୍ୟକତା ମେଣ୍ଟାଇବ ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଭେଟେରିନାରୀ ମହାବିଦ୍ୟାଳୟରେ ଶୁକ୍ରବାର ବିଶ୍ୱ ଅଣ୍ଡା ଦିବସ ପାଳନ ଅବସରରେ ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି। ସୂଚନାଯୋଗ୍ୟ, ଅଣ୍ଡା ଖାଇବାରେ ଭାରତ ବହୁତ ପଛରେ ପଡ଼ିଛି। ମେକ୍ସିକୋବାସୀ ବାର୍ଷିକ ୩୭୦ଟି ଅଣ୍ଡା ଖାଉଥିବାବେଳେ ଭାରତୀୟମାନେ ବାର୍ଷିକ ହାରାହାରି ୭୪ଟି ଅଣ୍ଡା ଖାଇଥାନ୍ତି। ଓଡ଼ିଶାବାସୀ ବାର୍ଷିକ ମାତ୍ର ୫୨ରୁ ୫୫ ଅଣ୍ଡା ଖାଇଥାନ୍ତି।
ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ଅଲ୍‌ ଓଡ଼ିଶା ପୋଲଟ୍ରି ଫାମର୍ସ ଆସୋସିଏଶନ୍‌ ଏବଂ ଅଲ୍‌ ଓଡ଼ିଶା ଲେୟର ଫାମର୍ସ ଆସୋସିଏଶନ୍‌ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଅଲ୍‌ ଓଡ଼ିଶା ଲେୟର ଫାମର୍ସ ଆସୋସିଏଶନ୍‌ର ଅଧ୍ୟକ୍ଷ ମାନସ ରଞ୍ଜନ ମଙ୍ଗରାଜ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଣ୍ଡା ଉତ୍ପାଦନ ବୃଦ୍ଧି ଏବଂ ଅଧିକ କୁକୁଡ଼ା ଫାର୍ମ ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ କରିଥିଲେ। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌. ରଘୁପ୍ରସାଦ କହିଥିଲେ, ରାଜ୍ୟରେ ବର୍ତ୍ତମାନ ୧୩୮ଟି ବ୍ୟବସାୟିକ ଲେୟର କୁକୁଡ଼ା ଫାର୍ମ ରହିଛି। ଆଗାମୀ ଦିନରେ ଆହୁରି ୧୦୦ଟି ଫାର୍ମ ପ୍ରତିଷ୍ଠା କରାଯିବ। ଉତ୍ସବରେ ଓୟୁଏଟି କୁଳପତି ଡ. ପବନ କୁମାର ଅଗ୍ରୱାଲ୍‌, ପ୍ରାଣୀସମ୍ପଦ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ରତ୍ନାକର ରାଉତ ପ୍ରମୁଖ ଯୋଗଦେଇଥିଲେ। ସଫଳ କୁକୁଡ଼ା ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶା ପୋଲଟ୍ରି ଫାର୍ମର୍ସ ସଂଘ ସଭାପତି ଜ୍ୟୋତିକାନ୍ତ ମହାପାତ୍ର, ଉପଦେଷ୍ଟା ଅଶୋକ ପ୍ରଧାନ, ସମ୍ପାଦକ ପ୍ରଦ୍ୟୁମ୍ନ ପରିଡ଼ା, ଅଲ୍‌ ଓଡ଼ିଶା ଲେୟର ଫାମର୍ସ ଆସୋସିଏଶନ୍‌ର ସଭାପତି ବି. ବି. ଚୌହାନ ଓ ସମ୍ପାଦକ ଏଲ୍‌. ସରୋଜ ପାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri