ଆନ୍ଧ୍ରର ବିରାଟ ଚକ୍ରାନ୍ତ: ମହେନ୍ଦ୍ରତନୟା ପାଣି ଓଡିଶାରେ କମୁଛି, ଆନ୍ଧ୍ରରେ ବଢୁଛି

ପାରଳାଖେମୁଣ୍ଡି, ୧୨ା୭(ସ୍ବ.ପ୍ର.) – ବିଭିନ୍ନ ସମୟରେ ଓଡିଶାର ବାଲି, ନଦୀ, ଜଙ୍ଗଲ ଓ ଖଣିଜ ସମ୍ପଦ ଉପରେ ଲୋଲୁପ ଦୃଷ୍ଟି ରଖିଆସିଥିବା ଆନ୍ଧ୍ର ସରକାର ଏବେ ପୁଣି ମହେନ୍ଦ୍ରତନୟା ଉପରେ ନଜର ପକାଇଛନ୍ତି। ଗଜପତି ଜିଲା ଓ ଆନ୍ଧ୍ର ପ୍ରଦେଶର ସୀମାନ୍ତବର୍ତ୍ତୀ ରେଗିଲିପାଡୁ ନିକଟରେ ମହେନ୍ଦ୍ରତନୟା ନଦୀ ଜଳକୁ ଅଟକାଇ ଆନ୍ଧ୍ର ସରକାର ନିଜ ରାଜ୍ୟମୁହାଁ କରାଇବାରେ ଲାଗିପଡିଛନ୍ତି। ଏହି ଚକ୍ରାନ୍ତ ସାମ୍‌ନାକୁ ଆସିବାପରେ ଗଜପତି ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ମହେନ୍ଦ୍ରତନୟା ନଦୀର ଜଳସ୍ତରକୁ ଆନ୍ଧ୍ର ସରକାରଙ୍କ ଦ୍ୱାରା ଅଟକାଇ ମେଳିଆପୁଟ୍ଟି ଠାରେ ପ୍ରାୟ ୫୦ଫୁଟ ଖୋଳାଯାଇ ୨୦୦୮ ରୁ ଏକ ଅଫ୍‌ସୋର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏହା ଏବେ ଜୋରସୋରରେ ଚାଲିଥିବା ଦେଖିବାକୁ ମିଳୁଛି ା ଏହାଦ୍ୱାରା ମହେନ୍ଦ୍ରତନୟାର ଜଳସ୍ରୋତ ଆନ୍ଧ୍ର ଆଡ଼କୁ ମୁହାଁଇବ ଏବଂ ଗଜପତି ଜିଲାରେ ଜଳସ୍ତର କମିଯିବ। ଯଦ୍ଦ୍ବାରା ଆଗାମୀ ଦିନରେ ଗଜପତି ଜିଲାର ବହୁ ଗ୍ରାମରେ ପାନୀୟଜଳର ଘୋର ଅଭାବ ଦେଖାଯିବ। ଏଥିସହ ଚାଷକ୍ଷେତ୍ର ମଧ୍ୟ ଗୁରୁତର ପ୍ରଭାବିତ ହେବ ବୋଲି ଏବେଠୁ ଆଶଙ୍କା ପ୍ରକାଶ ପାଇଲାଣି ା ଯାହାକୁ ନେଇ ସହରବାସୀଙ୍କୁ ଏବେ ଚିନ୍ତା ଘାରିଛି। ମହେନ୍ଦ୍ରତନୟା ତଳି ଅଞ୍ଚଳ ତଥା ଆନ୍ଧ୍ରର ମେଳିଆପୁଟ୍ଟିରେ ଆନ୍ଧ୍ର ସରକାରଙ୍କ ବ୍ୟାରେଜ୍‌ ନିର୍ମାଣର କଡ଼ା ଜବାବ ଦେବାକୁଯାଇ ଓଡିଶା ସରକାର ଡମ୍ବାପୁର ଓ ଚମ୍ପାପୁର ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଘୋଷଣା କରଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୮ ଏପ୍ରିଲ ୩୦ରେ ଡମ୍ବାପୁର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ା ଯଥାଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି ମଧ୍ୟ ଘୋଷଣା ହୋଇଥିଲା। ହେଲେ ଇତିମଧ୍ୟରେ ୧୧ବର୍ଷ ବିତିଯାଇଥିଲେ ମଧ୍ୟ ଏ ଯାଏ କାମ ସମ୍ପୂର୍ଣ୍ଣ ହୋଇପାରନି। ଅନ୍ୟପକ୍ଷରେ ଚମ୍ପାପୁର ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ହିଁ ରହିଯାଇଛି ା ଏଥିରୁ ସରକାରଙ୍କ ଜଳସେଚନ କ୍ଷେତ୍ରରେ କେତେ ଆନ୍ତରିକତା ତାହା ସହଜରେ ଅନୁମାନ କରିହୁଏ। ଏହାକୁ ନେଇ ସହରର ବୁଦ୍ଧିଜୀବୀମାନେ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆନ୍ଧ୍ରର ଏହି ଚକ୍ରାନ୍ତ ଯୋଗୁ ଓଡିଶାରେ ଜଳସ୍ତର କମୁଛି। ଗତ କିଛିବର୍ଷ ମଧ୍ୟରେ ଗଜପତି ଜିଲାରେ ଜଳସେଚନର ଅଭାବ ଯୋଗୁ ଚାଷର ପରିମାଣ ମଧ୍ୟ ଧିରେ ଧିରେ କମୁଥିବା ଜଣାପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟଯେ, ମହେନ୍ଦ୍ରତନୟା ଓଡ଼ିଶାରୁ ହିଁ ସୃଷ୍ଟି ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲାରେ ପ୍ରବେଶ କରିବା ପୂର୍ବରୁ ଏହା ଓଡ଼ିଶାର ୮୦ ପ୍ରତିଶତ ଅଞ୍ଚଳ ଦେଇ ପ୍ରବାହିତ ହେଉଛି। ତେଣୁ ନଦୀର ଉପର ମୁଣ୍ଡରେ ଏକ ଜଳଭଣ୍ଡାର ନିର୍ମାଣ କରାଗଲେ ଓଡ଼ିଶାର ୭୯୪୦ ହେକ୍ଟର ଚାଷଜମିକୁ ଜଳସେଚିତ ହୋଇପାରିବ ବୋଲି ତକତ୍ାଳୀନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ କହିଥିଲେ। ଆନ୍ଧ୍ର ସରକାର ଓଡ଼ିଶାର ଅନୁମତି ଓ ପରାମର୍ଶ ନ ନେଇ ଜଳସେଚନ ପ୍ରକଳ୍ପ ନିର୍ମାଣର ନିଷ୍ପତ୍ତିନେଇ ଆନ୍ତଃରାଜ୍ୟ ନଦୀ ଚୁକ୍ତି ୧୯୬୨ର ଉଲଂଘନ କରିଥିବା ମଧ୍ୟ ସାମଲ କହିଥିଲେ। କିନ୍ତୁ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏପରିକି, ମହେନ୍ଦ୍ରତନୟା ଉପରେ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନେଇ ନ ଥିବାରୁ ତକତ୍ାଳୀନ ବିରୋଧି ଦଳର ନେତା ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ରାଜ୍ୟ ସରକାରଙ୍କ ସମାଲୋଚନା କରିଥିଲେ। ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେଇ ଉଚିତ୍‌ ସମୟରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ ଆନ୍ଧ୍ରକୁ ଏହାର କଡ଼ା ଜବାବ ମିଳିଥାନ୍ତା। କିନ୍ତୁ ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁ ଆନ୍ଧ୍ର ପକ୍ଷରୁ ପ୍ରକଳ୍ପ କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି। ତେଣୁ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ଅନ୍ୟପକ୍ଷରେ ପ୍ରଶାସନ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସହରବାସୀଙ୍କ ମଧ୍ୟରେ ମତପ୍ରକାଶ ପ୍ରକାଶ ପାଇଛି। ତେବେ ଏ ସମ୍ପର୍କରେ ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସଚ୍ଚିନ୍ଦ୍ର ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସେ ନୂଆରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଏ ସମ୍ପର୍କରେ ସଂପୂର୍ଣ୍ଣ ଅବଗତ ନୁହନ୍ତି, ତେଣୁ ଏବେ ସେ ନେଇ କୌଣସି ସୂଚନା ଦେଇପାରିବେ ନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri