Posted inଫୁରସତ

ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ: ସଂଗ୍ରହାଳୟର ସୁରକ୍ଷା ଲୋଡ଼ା

ସାରା ବିଶ୍ୱରେ ମେ’ ୧୮ରେ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ପାଳନ କରାଯାଉଛି। ଅନ୍ତର୍ରାଷ୍ଟ୍ରୀୟ ସଂଗ୍ରହାଳୟ ପରିଷଦ(ଆଇସିଓଏମ୍‌) ସଂଯୋଜନାରେ ପାଳିତ ଏହି ଦିବସ ପ୍ରତିବର୍ଷ ଏକ ସ୍ଲୋଗାନ ନେଇ ଲକ୍ଷ୍ୟ ପୂରଣ କରିବା ଦିଗରେ ଅଗ୍ରସର ହେଉଛି। ଆଇସିଓଏମ୍‌ ବିପର୍ଯ୍ୟୟ ସମୟରେ ସଂଗ୍ରହାଳୟକୁ ସୁରକ୍ଷା ଓ ସହାୟତା ଯୋଗାଇଦେବାରେ ପ୍ରମୁଖ ଭୂମିକା ନିଭାଏ। ୧୯୭୭ରେ ଆଇସିଓଏମ୍‌ ଦ୍ୱାରା ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ପ୍ରଥମେ ଆରମ୍ଭ କରାଯାଇଥିଲା। ଲୋକମାନଙ୍କୁ ସଂଗ୍ରହାଳୟ ପ୍ରତି ଆକର୍ଷିତ କରିବା ଓ ଜୀବନରେ ଏହାର ଆବଶ୍ୟକତା ସମ୍ପର୍କରେ ସଚେତନ କରିବା ଏହି ଦିବସର ଉଦ୍ଦେଶ୍ୟ। ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଛାତ୍ର, ଗବେଷକ ତଥା ସାଧାରଣ ଲୋକଙ୍କୁ ସଂଗ୍ରହାଳୟରେ ଉପଲବ୍ଧ ସମୃଦ୍ଧ ସାଂସ୍କୃତିକ ଭଣ୍ଡାର ସମ୍ବନ୍ଧରେ ଅବଗତ କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ୨୦୦୯ରେ ଏହି ଦିବସରେ ବିଶ୍ୱର ୯୦ରୁ ଊର୍ଦ୍ଧ୍ୱ ଦେଶର ୨୦,୦୦୦ ମ୍ୟୁଜିୟମ ଅଂଶଗ୍ରହଣ କରିଥିଲେ। ୨୦୧୦ରେ ୯୮ ଓ ୨୦୧୧ରେ ୧୦୦ଟି ଦେଶ ଏଥିତ୍ରେ ଭାଗ ନେଇଥିଲେ। ୨୦୧୨ରେ ୧୨୯ଟି ଦେଶରୁ ୩୦, ୦୦୦ ମ୍ୟୁଜିୟମ ଏହି ଦିବସ ଅବସରରେ ଭାଗ ନେବା ଥିଲା ଏକ ଉଲ୍ଲେଖନୀୟ ଘଟଣା। ଉକ୍ତ ଦିବସ ଅବସରରେ ଏବେ ବିଶ୍ୱର ୩୮ଟି ଭାଷାରେ ପୋଷ୍ଟର ଅନୁବାଦ କରାଯାଇ ଲୋକମାନଙ୍କୁ ବିଭିନ୍ନ ସୂଚନା ପ୍ରଦାନ କରାଯାଉଛି। ଏହ ଅବସରରେ ସଂଗ୍ରହାଳୟ କର୍ମଚାରୀମାନେ ଲୋକମାନଙ୍କୁ ସାକ୍ଷାତ କରି ଏବକାର ସମୟରେ ସଂଗ୍ରହାଳୟ ଯେଉଁ ସବୁ ଆହ୍ବାନର ସମ୍ମୁଖୀନ ହେଉଛି ସେ ସମ୍ପର୍କରେ ଅବଗତ କରିଥାନ୍ତି। ସମାଜରେ ବିନା ଲାଭରେ ଏକ ସ୍ଥାୟୀ ସଂସ୍ଥା ଭାବେ ମ୍ୟୁଜିୟମ ସମାଜର ସେବା ତଥା ବିକାଶରେ ପ୍ରମୁଖ ଭୂମିକା ନେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଶିକ୍ଷା, ଗବେଷଣା, ଇତିହାସ ଆଦି କ୍ଷେତ୍ରରେ ସଂଗ୍ରହାଳୟ ଯେଉଁ ଭୂମିକା ନିର୍ବାହ କରିଆସୁଛି ତାହା ବଜାୟ ରଖିବାକୁ ହେଲେ ସଂଗ୍ରହାଳୟର ସୁରକ୍ଷା ଲୋଡ଼ା। ଏହି ଦିବସରେ ବିଶ୍ୱର ଅନେକ ଦେଶର ସଂଗ୍ରହାଳୟରେ ନିଃଶୁଳ୍କ ପ୍ରବେଶ ବ୍ୟବସ୍ଥା କରାଯାଏ। ଭାରତରେ ବି ଏଭଳି ବ୍ୟବସ୍ଥା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri