ଆନୁଷ୍ଠାନିକ ଅବକ୍ଷୟ ରୋକିବା ଉପରେ ଗୁରୁତ୍ୱ

ବଲାଙ୍ଗୀର ଅଫିସ, ୫ା୮:  ବ୍ୟକ୍ତିର ଉପଲବ୍ଧିକୁ ତାର ସାମାଜିକ ଅବଦାନ ଦୃଷ୍ଟିରୁ ବିଚାର କରାଯିବା ଉଚିତ୍‌। ଏହି ଦୃଷ୍ଟିରୁ ବିଚାର କଲେ ପୂର୍ବତନ ସାଂସଦ ଜନସେବୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ଆମେ ସଫଳ ବ୍ୟକ୍ତିଜୀବନ କହିପାରିବା ବୋଲି ଅତିଥିମାନେ ତାଙ୍କର ୧୦୩ ତମ ଜୟନ୍ତୀ ସମାରୋହ ଅବସରରେ ମତପ୍ରକାଶ କରିଛନ୍ତି। କୃଷ୍ଣଚନ୍ଦ୍ର ପଣ୍ଡା ସ୍ମୃତି କମିଟି ଓ ଜିଲା ସାମ୍ବାଦିକ ସଂଘ ମିଳିତ ଆୟୋଜନରେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ସାମ୍ବାଦିକ ଭବନଠାରେ କୃଷ୍ଣଚନ୍ଦ୍ର ପଣ୍ଡା ଜୟନ୍ତୀ ସମାରୋହରେ ସ୍ମୃତି କମିଟି ସଭାପତି ଭାଗବତ ପ୍ରସାଦ ନନ୍ଦ ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଅତିରିକ୍ତ ଜିଲାପାଳ ପରୀକ୍ଷିତ ସେଠୀ, ସମ୍ମାନିତ ଅତିଥି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଅବସରପ୍ରାପ୍ତ ଡିଜିଏମ୍‌ ଶଶାଙ୍କ ଶେଖର ପୁରୋହିତ ଓ ମୁଖ୍ୟବକ୍ତାଭାବେ ପ୍ରସାର ଭାରତୀର ଅବସରପ୍ରାପ୍ତ ଡିଜି ଅଭୟ କୁମାର ପାଢ଼ୀ ଯୋଗଦାନ କରିଥିଲେ। ସଭାରେ ସ୍ମୃତି କମିଟି ଆବାହକ ଲଳିତ କୁମାର ନାୟକ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇଥିଲେ। ଅରବିନ୍ଦ ଦାସ ସଭା ସଂଯୋଜନା କରିଥିଲେ। ମୁଖ୍ୟବକ୍ତା ପାଠୀ ଆନୁଷ୍ଠାନିକ ଅବୟକ୍ଷ କିଭଳି ଆମ ସାମାଜିକ ଜୀବନକୁ ବିପନ୍ନ କରୁଛି କହିଥିଲେ। ଜନସେବର ସ୍ବର୍ଗତ ପଣ୍ଡା ତାଙ୍କ ଜୀବନ କାଳରେ ସମର୍ପିତ ହୋଇ ଅନ୍ୟ ସମଧର୍ମାଙ୍କ ସହ ମିଶି ଶିକ୍ଷାନୁଷ୍ଠାନ, ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ଗଢ଼ି ଆମ ସମାଜକୁ ସମର୍ଥ କରିବାର ଚେଷ୍ଟା କରିଥିଲେ। ସେମାନଙ୍କ ଅବଦାନରୁ ଆମ ସମାଜ ସଙ୍ଗଠିକ ହୋଇପାରିଥିଲା। ଆଜି ସେହି ଅନୁଷ୍ଠାନଗୁଡିକ ଅବକ୍ଷୟମୁଖୀ ହୋଇପଡିଛି ଓ ଏହାର ପ୍ରତିଫଳନରୁ ହିଁ ସାମାଜିକ ଅବକ୍ଷୟ ମଧ୍ୟ ଦେଖାଯାଉଛି। ଏଭଳି ସମୟରେ ଆମର ପ୍ରମୁଖ ଅନୁଷ୍ଠାନ ଗୁଡିକର ଅବକ୍ଷୟମୁଖୀ ଧାରାକୁ ରୋକିବା ହିଁ ସ୍ବର୍ଗତ ପଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି ସେ କହିଥିଲେ। ଅନ୍ୟ ଅତିଥିମାନେ ସ୍ବର୍ଗତ ପଣ୍ଡାଙ୍କ ରାଜନୈତିକ ଜୀବନ ଓ ସାମାଜିକ ଜୀବନ ଉପରେ ଆଲୋକପାତ କରିଥିଲେ। ସଭାପୀୟ ଅଭିଭାଷଣରେ ସଭାପତି ନନ୍ଦ ସ୍ବର୍ଗତ ପଣ୍ଡାଙ୍କ ଉତ୍ସର୍ଗୀକୃତ ମନୋଭାବରୁ ଆଜିର ଯୁବ ସମାଜ ଉଦ୍‌ବୁଦ୍ଧ ହେବା ଆବଶ୍ୟକ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri