ଆଧୁନିକ ଯୁଦ୍ଧ

ଆକାର ପଟେଲ
ସକାଳେ ଖବରକାଗଜ ପଢ଼ୁ ପଢ଼ୁ ଗୋଟିଏ ଖବର ଉପରେ ନଜର ଅଟକି ରହିଗଲା। ଏଥିରେ ଲେଖାଥିଲା ଯେ ଭାରତୀୟ ବାୟୁ ସେନା ଚାହୁଁଛି ଆଉ ୨୦୦ ଲଢ଼ୁଆ ବିମାନ ଏବଂ କେଉଁ ନିର୍ଦ୍ଦିଷ୍ଟ ବିମାନ ଏହା କିଣିବା ଦରକାର ତା’ ଉପରେ ତର୍ଜମା ଚାଲିଛି। ଏବେ ଆମ ପାଖରେ ଯେଉଁ ବିମାନଗୁଡ଼ିକ ଅଛି ବା ତାକୁ କିଣିବା ପାଇଁ ଆମେ ଟଙ୍କା ଦେଇ ସାରିଛୁ, ସେଗୁଡ଼ିକ ମଧ୍ୟରେ ଅଛି ରୁଷିଆ ତିଆରି ସୁଖୋଇ ଓ ମିଗ୍‌ ବିମାନ ଏବଂ ଫ୍ରାନ୍ସରେ ନିର୍ମିତ ମିରେଜ୍‌ ଓ ରାଫାଲ୍‌ ବିମାନ। ଏ ବିମାନଗୁଡ଼ିକର ଆଜିଯାଏ ଖୁବ୍‌ ବେଶି ଯୁଦ୍ଧରେ ବ୍ୟବହାର ହୋଇନାହିଁ। ଲଢ଼ୁଆ ବିମାନ ହେଉଛି ୧୦୦ ବର୍ଷ ତଳର ପ୍ରଯୁକ୍ତି, ଯାହା ପ୍ରଥମେ ୧୯୧୪ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ହୋଇଥିଲା। ଲଢ଼ୁଆ ବିମାନର ଆକ୍ରମଣକୁ ପ୍ରତିହତ କରିବାର ପ୍ରଯୁକ୍ତି ମଧ୍ୟ ୧୦୦ ବର୍ଷର ପୁରୁଣା। ସେଥିପାଇଁ ଆଜିକାଲି ଏଗୁଡ଼ିକର ବ୍ୟବହାର ବେଶି ହେଉନାହିଁ। ନିକଟରେ ଆମେରିକା ଯେତେ ସବୁ ଯୁଦ୍ଧ ଲଢ଼ିଛି, ସେଥିରେ ସେ ଗାଇଡେଡ୍‌ ମିଶାଇଲ ବ୍ୟବହାର କରିଛି କାରଣ ଚାଳକଯୁକ୍ତ ବିମାନ ଚାଳକ ପାଇଁ ଅତ୍ୟନ୍ତ ବିପଜ୍ଜନକ। ମାତ୍ର ବୃଦ୍ଧମାନେ (ଜେନେରାଲ ଓ ଆଡମିରାଲମାନେ ସମସ୍ତେ ବୃଦ୍ଧ) ସେମାନଙ୍କ ଚିନ୍ତା ଶୈଳୀ ବଦଳାଇବା ସହଜ ନୁହେଁ। ଆମେ ପୁଣି ସେମାନଙ୍କ ଦ୍ୱାରା ସେଇ ପୁରୁଣାକାଳିଆ ଢଙ୍ଗରେ ଚିନ୍ତା କରି ପରାମର୍ଶ ଦେବା ପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରୁଛୁ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅନେକ ସଫଳ ଜର୍ମାନ କୌଶଳର ବିକାଶ ଘଟାଇଥିବା ବ୍ୟକ୍ତି ଥିଲେ ହିଞ୍ଜ ଗୁଡେରିଆନ ନାମକ ଜଣେ ସୈନିକ। ସେ ଲେଖିଛନ୍ତି ଯେ ସେ ସୈନ୍ୟବାହିନୀରେ ଟ୍ୟାଙ୍କ ପ୍ରବର୍ତ୍ତନ କରିବା ପାଇଁ ବହୁ ଚେଷ୍ଟା କରିଥିଲେ, କିନ୍ତୁ ଏଥିପାଇଁ ଜେନେରାଲମାନଙ୍କୁ ସେ ବୁଝାଇ ପାରିଲେ ନାହିଁ। ସେମାନେ ଘୋଡ଼ା ପିଠିରେ ବସି ସେଇ ପୁରୁଣାକାଳିଆ ପଦ୍ଧତିରେ ଯୁଦ୍ଧ କରିବାକୁ ଚାହିଁଲେ। ଶେଷରେ ବରିଷ୍ଠ ସୈନିକମାନେ ଶହୀଦ ହେବା ପରେ ଜର୍ମାନୀ ଆଧୁନିକ ପ୍ରଯୁକ୍ତିଶାଳୀ ସଶସ୍ତ୍ର ସେନାରେ ସମୃଦ୍ଧ ହେଲା। ତାହା ଫଳରେ ଏହା ଫ୍ରାନ୍ସକୁ ହରାଇବା ସହ ରୁଷିଆକୁ ଏକପ୍ରକାର ଜୟ କରିବା ସ୍ଥିତିରେ ପହଞ୍ଚିଯାଇଥିଲା। କିନ୍ତୁ ସେହି ଟ୍ୟାଙ୍କଗୁଡ଼ିକ ବି ସମୟକ୍ରମେ ଅଦରକାରୀ ହୋଇପଡ଼ିଲା।
ପ୍ରାୟ ଦୁଇ ଦଶନ୍ଧି ତଳେ ବ୍ରସେଲ୍‌ସସ୍ଥିତ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନର ମୁଖ୍ୟାଳୟରେ ମୁଁ ଅତିଥି ହୋଇଥିଲି। ସୋଭିଏଟ୍‌ ୟୁନିୟନରୁ ଆସୁଥିବା ସମ୍ଭାବ୍ୟ ବିପଦ ବିରୋଧରେ ପଶ୍ଚିମ ୟୁରୋପକୁ ଏକାଠି କରିବା ପାଇଁ ୧୯୪୯ରେ ଏହି ସଂସ୍ଥା ଗଠନ କରାଯାଇଥିଲା। ସେତେବେଳେ ନାଟୋ ଟ୍ୟାଙ୍କରେ ବିପୁଳ ଟଙ୍କା ଖର୍ଚ୍ଚ କରିଥିଲା କାରଣ ରୁଷିଆଠାରୁ ପୋଲାଣ୍ଡ ଜରିଆରେ ଆର୍‌ମୋର ଟ୍ୟାଙ୍କ ଆକ୍ରମଣର ଭୟ ଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ପର୍ଯ୍ୟାୟରେ ଭୟଙ୍କର ଲଢ଼େଇରେ ରୁଷିଆ ହିଟଲରଙ୍କ ସେନାକୁ ପରାସ୍ତ କଲା। ତେଣୁ ପଶ୍ଚିମ ୟୁରୋପ ଟ୍ୟାଙ୍କ ବିରୋଧରେ ଆତ୍ମରକ୍ଷା କୌଶଳ ବିକାଶରେ କୋଟି କୋଟି ଟଙ୍କା ଖର୍ଚ୍ଚ କଲା। ତେବେ ଯୁଦ୍ଧକୌଶଳରେ ଏବେ ବ୍ୟାପକ ଉନ୍ନତି ଘଟିଛି ଏବଂ ସୋଭିଏଟ୍‌ ରଣକୌଶଳ ଆଣବିକ କ୍ଷେପଣାସ୍ତ୍ର ଓ ବୁଡ଼ାଜାହାଜ ଆଡ଼କୁ ମୁହାଁଇଛି।
ଆଉ କେଇ ସପ୍ତାହ ପରେ ୨୦୧୯ ଯାଇ ୨୦୨୦ ଆସିବ। ୧୯୨୦ରେ ଅଧିକ ଘୋଡ଼ା କିଣିବା ଯେପରି ନିରର୍ଥକ ଥିଲା ୨୦୨୦ରେ ସେହିପରି ଟ୍ୟାଙ୍କ ଓ ଲଢ଼ୁଆ ବିମାନର କିଛି ମୂଲ୍ୟ ନାହିଁ। ଡୋନାଲ୍‌ଡ ଟ୍ରମ୍ପଙ୍କ ନିର୍ବାଚନ ଏହା ପ୍ରଦର୍ଶନ କରିଛି। ରୁଷିଆ ଚାହୁଁ ନ ଥିଲା ହିଲାରୀ କ୍ଳିଣ୍ଟନ ନିର୍ବାଚିତ ହୁଅନ୍ତୁ ଏବଂ ଏହା ଟ୍ରମ୍ପଙ୍କୁ ଜିତାଇବାକୁ ଚାହୁଁଥିଲା। ସିଆଇଏ ଓ ଏଫ୍‌ବିଆଇର ତଦନ୍ତରୁ ଏହା ଜଣାପଡ଼ିଛି। ରୁଷିଆ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଯୁଦ୍ଧ ଆରମ୍ଭ କଲା। ଏହି ଯୁଦ୍ଧ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଚାଲିଲା ଏବଂ ମିଛ ଖବର ଓ ମିଛ ପ୍ରଚାର ମାଧ୍ୟମରେ ଆମେରିକୀୟ ଭୋଟରଙ୍କୁ ପ୍ରଭାବିତ କରାଗଲା। ଏହି ଯୁଦ୍ଧରେ ଭ୍ଲାଡିମିର ପୁଟିନ ଜିତିଲେ ଏବଂ ଆମେରିକା ଉପରେ ନିଜର ଇଚ୍ଛା ଜାହିର କରିବାକୁ ସଫଳ ହେଲେ। ଏଥିରେ ରୁଷିଆ ୧.୧୩ କୋଟି ଖର୍ଚ୍ଚ କରିଥିଲା। ଗୋଟିଏ ଦେଶ ଆଜି ଅନ୍ୟ ଏକ ଦେଶର ଇଣ୍ଟରନେଟ୍‌ ସେବା କାଟିଦେଇ ଏହାକୁନିଜ ଗୋଡ଼ ତଳକୁ ଆଣିପାରିବ। ଗୋଟିଏ ଦେଶ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଅନ୍ୟ ଦେଶରେ ଯୁଦ୍ଧ ଚଳାଇପାରିବ। ଗୋଟିଏ ଗୋଷ୍ଠୀର ଲୋକଙ୍କ ବିରୋଧରେ ଅନ୍ୟ ଗୋଷ୍ଠୀକୁ ମତାଇପାରିବ। ଏଥିପାଇଁ କୌଣସି ଟ୍ୟାଙ୍କ, ବିମାନ ବା କ୍ଷେପଣାସ୍ତ୍ରର ଆବଶ୍ୟକତା ନାହିଁ। ଶତ୍ରୁଦେଶ ସହଜରେ ପରାଜିତ ଓ ଦୁର୍ବଳ ହୋଇପାରିବ। କିଛିବର୍ଷ ପୂର୍ବେ ଆମେ ୩୬ଟି ରାଫାଲ ବିମାନ ପାଇଁ ୫୯,୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛୁ ଏବଂ ଏହି ବିମାନଗୁଡ଼ିକ କେବେ ବ୍ୟବହାର କରିବା ଦରକାର ପଡ଼ିବ କି ନାହିଁ ତାହା ଆମକୁ ଜଣାନାହିଁ। ଏଗୁଡ଼ିକ ମୋଟେ ବ୍ୟବହାର ନ ହେବାର ସମ୍ଭାବନା ଅଛି। ଆଜିକାଲି ବିଶାଳ ସୈନ୍ୟବାହିନୀ ସାହାଯ୍ୟରେ ବିଭିନ୍ନ ଦେଶର ସୀମାଗୁଡ଼ିକରେ ଯୁଦ୍ଧ ହେଉନାହିଁ। ଯୁଦ୍ଧ ହେଉଛି ଦେଶ ଭିତରେ ନିଜ ଲୋକଙ୍କ ସହିତ ଏବଂ ସେନାଧ୍ୟକ୍ଷମାନଙ୍କ ଦ୍ୱାରା ଯୁଦ୍ଧ ପରିଚାଳିତ ହେଉନାହିଁ, ଯୁଦ୍ଧ ପରିଚାଳିତ ହେଉଛି ହ୍ୟାକର ଓ ବ୍ଲଗରମାନଙ୍କ ଦ୍ୱାରା ଯେଉଁମାନେ ପୃଥିବୀର ଯେକୌଣସି ସ୍ଥାନରେ ଥାଇ ବେନାମୀ ନାମରେ ତାହା କରୁଛନ୍ତି। ଆମେ ଭାବୁଛୁ ଜାତୀୟ ସୁରକ୍ଷା ହେଉଛି ଏକ ସାଙ୍ଘାତିକ ବ୍ୟବସାୟ ଏବଂ ଆମ ସେନାଧ୍ୟକ୍ଷମାନେ ଆମ ପାଇଁ ଯାହା ଭଲ ତାହା କରିବେ ବୋଲି ଆମେ ବିଶ୍ୱାସ ରଖିବା ଉଚିତ। କିନ୍ତୁ ସବୁବେଳେ ବିଜ୍ଞୋଚିତ ନ ହୋଇପାରେ, ଯାହା ଗୁଡେରିଆନ ଜାଣିଥିଲେ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri