ଆଦିବାସୀ ମେଳାରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଆଦିବାସୀ ମେଳା ଏବେ ସାଜିଛି ବିଦେଶୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ। ମେଳା ଦେଖିବା ସହିତ ବିଭିନ୍ନ ପ୍ରକାର ସାମଗ୍ରୀ କିଣିବାକୁ ଭିଡ଼ ଜମାଉଛନ୍ତି ବିଦେଶୀ ପର୍ଯ୍ୟଟକମାନେ। ମେଳାର ଦ୍ୱାଦଶ ସନ୍ଧ୍ୟାରେ ପୋଲାଣ୍ଡ, ଆର୍ଜେଣ୍ଟିନା, ରୁଷିଆ, ଜାପାନ, ଇଣ୍ଡୋନେସିଆ ଭଳି ବିଭିନ୍ନ ଦେଶରୁ ଅନୂ୍ୟନ ୬୦ ବିଦେଶୀ ପର୍ଯ୍ୟଟକ ମେଳା ବୁଲି ଦେଖିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଜାତୀୟ ଜନଜାତି ଖାଦ୍ୟ ଷ୍ଟଲ୍‌ରେ ଖାଇବା ସହ ଏମାନେ ପ୍ରଶଂସା ମଧ୍ୟ କରିଛନ୍ତି। ଉକ୍ତ ସନ୍ଧ୍ୟାରେ ପ୍ରାୟ ୬୫ହଜାର ପର୍ଯ୍ୟଟକ ବୁଲିବାକୁ ଆସିଥିବାବେଳେ ୪୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବ୍ୟବସାୟ ହୋଇଥିବା ଜଣାପଡ଼ିଛି। ଦର୍ଶକମାନେ ମେଳା ପରିସରରେ ଜାତୀୟ ଜନଜାତି ଖାଦ୍ୟ ଷ୍ଟଲ୍‌ରେ ଉପଲବ୍ଧ ସୁସ୍ବାଦୁ ଖାଦ୍ୟର ମଜାନେବା ସହିତ ଜନଜାତି ପ୍ରଦର୍ଶନୀ ମଣ୍ଡପରେ ବିଭିନ୍ନ ସାମଗ୍ରୀର ପ୍ରସ୍ତୁତିକୁ ସିଧାସଳଖ ଦେଖିବାର ସୁଯୋଗ ପାଇଥିଲେ। ସେହିଭଳି କରଞ୍ଜିଆର ବା’ ପରବ ନୃତ୍ୟ, ଗୋନାସିକାର ପିଲାଙ୍କ ନୃତ୍ୟ, ଫୁଲବାଣୀର ସିଂହ ନୃତ୍ୟ, ରାୟଗଡ଼ାର ଛାତ୍ରୀଛାତ୍ରଙ୍କ ନୃତ୍ୟ, ଆଇଟିଡିଏ ସୁନ୍ଦରଗଡ଼ର ଆଦିବାସୀ ନୃତ୍ୟ, ବିର୍ସାମୁଣ୍ଡା ସାଂସ୍କୃତିକ ପରିଷଦର ପିଲାଙ୍କ ନୃତ୍ୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଆଦିବାସୀ ପିଲାଙ୍କ ପାରମ୍ପରିକ ସାନ୍ତାଳୀ ନୃତ୍ୟ ମେଳାର ସାଂସ୍କୃତିକ ସନ୍ଧ୍ୟାକୁ ବେଶ୍‌ ଆକର୍ଷଣୀୟ କରିଥିଲା। ଏହାବ୍ୟତୀତ ମେଳାକୁ ଆସିଥିବା ଦର୍ଶକମାନେ ଆଦିବାସୀ ହାଟରୁ ବିଭିନ୍ନ ପ୍ରକାର ସାମଗ୍ରୀ ଖରିଦ କରିଥିଲେ। କୋହଲା ପାଗ ସତ୍ତ୍ୱେ ମେଳାକୁ ଏତେ ସଂଖ୍ୟାରେ ଦର୍ଶକ ଆସିବା ଓ ଭଲ ବ୍ୟବସାୟ ହେବା ବେଶ୍‌ ଉଲ୍ଲେଖନୀୟ ବୋଲି ମେଳା ଦାୟିତ୍ୱରେ ଥିବା ରାଜ୍ୟ ଜାତି ଓ ଜନଜାତି ତାଲିମ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡ. ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ…

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ମଙ୍ଗଳବାର ଏକ…

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ଆହୁରି ବଢିିବ ପେଟ୍ରୋଲ-LPG ଦର! ସାରା ବିଶ୍ୱକୁ ବଡ଼ ଝଟ୍‌କା ଦେଲା ଇରାନ

ତେହରାନ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ, ଇରାନ ସମଗ୍ର ବିଶ୍ୱକୁ ଏକ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ…

ଜୀବନ୍ତ ମାଛ ଗିଳି ଦେଲେ ବର୍ଷକର ଶିଶୁ: ତା’ପରେ ଯାହା ଘଟିଲା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୯।୨: ମଧ୍ୟପ୍ରଦେଶର ସର୍ବବୃହତ ସରକାରୀ ହସ୍ପିଟାଲ ମହାରାଜା ଯଶୱନ୍ତରାଓ ହସ୍ପିଟାଲ (MYH)ରେ ଡାକ୍ତରମାନେ ଏକ ଚିକିତ୍ସା ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ENT ବିଭାଗର ବିଶେଷଜ୍ଞମାନେ ଜଣେ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ଇରାନ ସହ ଯୁଦ୍ଧବିରତି ଭିତରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ! ୬୭ ବର୍ଷର ଶତ୍ରୁତାର ନେବେ ପ୍ରତିଶୋଧ

ଓ଼୍ବାଶିଂଟନ,୯।୪: ଇରାନ ସହିତ ଯୁଦ୍ଧବିରତି ପରେ ତୁରନ୍ତ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପରବର୍ତ୍ତୀ ମିଶନର ସଙ୍କେତ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri