ଆଦିତ୍ୟ ମେମୋରିଆଲ କୁଇଜ୍‌-୨୦୧୯: ଲୟୋଲା ସ୍କୁଲ୍‌ ଚାମ୍ପିୟନ; ୟୁନିଟ୍‌-୮ ଡିଏଭି ପବ୍ଲିକ ସ୍କୁଲ ପ୍ରଥମ ରନର୍ସଅପ୍‌,ମଦର୍ସ ପବ୍ଲିକ ସ୍କୁଲ ଦ୍ୱିତୀୟ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଲୟୋଲା ସ୍କୁଲ ଓ ଆଦିତ୍ୟ ମେମୋରିଆଲ ଫାଉଣ୍ଡେଶନ ପକ୍ଷରୁ ନବମ ଆଦିତ୍ୟ ମେମୋରିଆଲ କୁଇଜ ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ଛତିଶଗଡ଼, ବିହାରର ୨୫ଟି ସ୍କୁଲ୍‌ରୁ ୨୧୬ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। କୁଇଜ ମାଷ୍ଟର ବିଶ୍ୱାସ ରଥ ଓ ଅନିରୁଦ୍ଧଙ୍କ ପ୍ରଶ୍ନକୁ ଅତି କୌଶଳ ତଥା ବୁଦ୍ଧିମତ୍ତାର ସହିତ ପ୍ରତିଯୋଗୀମାନେ ସାମ୍ନା କରିଥିଲେ। ପ୍ରତିଯୋଗିତା ଚାଲିଥିବା ସମୟରେ ଭିନ୍ନ ଉତ୍ସାହ ଆଣିବା ପାଇଁ ଉପସ୍ଥିତ ଦର୍ଶକଙ୍କୁ ମଧ୍ୟ ଉତ୍ତର ଦେବାର ସୁଯୋଗ ଦିଆଯାଉଥିଲା। ତେବେ ଏହି କୁଇଜ ପ୍ରତିଯୋଗିତାରେ ଭୁବନେଶ୍ୱର ଲୟୋଲା ସ୍କୁଲ ଚାମ୍ପିୟନ ହୋଇଥିବାବେଳେ ପୁରସ୍କାର ବାବଦକୁ ୧୨ହଜାର ୫ଶହ ଟଙ୍କା ମିଳିଛି। ସେହିଭଳି ପ୍ରଥମ ରନର୍ସଅପ୍‌ ୟୁନିଟ୍‌-୮ ଡିଏଭି ପବ୍ଲିକ ସ୍କୁଲ ଓ ଦ୍ୱିତୀୟ ରନର୍ସଅପ୍‌ ମଦର୍ସ ପବ୍ଲିକ ସ୍କୁଲକୁ ପୁରସ୍କାର ବାବଦକୁ ଯଥାକ୍ରମେ ୭,୫୦୦ ଏବଂ ୫୦୦୦ ଟଙ୍କା ପ୍ରଦାନ କରାଯାଇଛି। ଏଥିସହିତ ସେମିଫାଇନାଲକୁ ଯାଇଥିବା ୪ ଛାତ୍ରୀଙ୍କୁ ମଧ୍ୟ ୨୫୦୦ ଟଙ୍କା ଲେଖାଏ ଅର୍ଥରାଶି ପ୍ରଦାନ କରାଯାଇଛି।

ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ(ଆଇଟିଆର୍‌)ର ନିର୍ଦ୍ଦେଶକ ଡ. ବି. କେ. ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଡ. ଦାସ କହିଲେ, ଜୀବନ କ୍ଷଣିକ, ମୁହୂର୍ତ୍ତ ହେଉଛି ଦୀର୍ଘ। ଯଦି ଜୀବନ ସହିତ ମୁହୂର୍ତ୍ତକୁ ମିଶ୍ରଣ କରାଯାଏ ତେବେ ଜୀବନ ବହୁତ ଲମ୍ବା ହୋଇଯିବ। ତେଣୁ ପ୍ରତି ମୁହୂର୍ତ୍ତକୁ ଆମେ ସାମ୍ନା କରିବା ସହିତ ତାକୁ ହାସଲ କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ଡ. ଦାସ କହିଥିଲେ। ଭାରତ ହେଉଛି ଏକ ଏମିତି ରାଷ୍ଟ୍ର ଯେଉଁଠି କଳା, ସଂସ୍କୃତି, ପରମ୍ପରାଠାରୁ ଆରମ୍ଭ କରି ବହୁତ କିଛି ଭରପୂର ହୋଇ ରହିଛି। ପ୍ରତି ମୁହୂର୍ତ୍ତରେ ଆମେ ଆମ ରାଷ୍ଟ୍ର ପାଇଁ କିଛି କରିବା ଉଚିତ। ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଜଣେ ଜଣେ ଭଲ ନାଗରିକ ହେବା ପାଇଁ ପରାମର୍ଶ ଦେଇ ସେ କହିଲେ, ନିଜ ଉପରେ ବିଶ୍ୱାସ ରଖ। ଏ ଦୁନିଆରେ ସବୁକିଛି ସମ୍ଭବ, କିଛି ହୋଇପାରିବ ନାହିଁ ବୋଲି ସେମିତି କିଛି ନାହିଁ। ଜୀବନରେ ଅନେକ ଘାତ ପ୍ରତିଘାତ ଆସିବ। କିନ୍ତୁ ତାକୁ ସାମ୍ନା କରି ଆଗକୁ ଯିବା ହେଉଛି ଜଣେ ଭଲ ମଣିଷର ପରିଚୟ। ଲୟୋଲା ସ୍କୁଲ ଅଧ୍ୟକ୍ଷ ଫାଦର ଭିକ୍ଟର ଏଫ୍‌. ମିସ୍‌କୁଇଥ ଯୋଗଦେଇ ପ୍ରତିଯୋଗିତାମୂଳକ ମନୋଭାବ ବଢ଼ାଇ ଛାତ୍ରୀଛାତ୍ରଙ୍କ ଜ୍ଞାନର ପରିସର ବୃଦ୍ଧି କରିବା ପାଇଁ ଏହି ପ୍ରତିଯୋଗିତାଟି ଯଥେଷ୍ଟ ଖୋରାକ ଯୋଗାଇ ଆସୁଥିବା କହିଛନ୍ତି। କାର୍ଯ୍ୟକ୍ରମରେ ସ୍କୁଲ୍‌ ଉପାଧ୍ୟକ୍ଷା ନନ୍ଦିତା ପଟ୍ଟନାୟକ, ରେକ୍ଟର ଫାଦର ଗିଲବର୍ଟ ମେଞ୍ଜେସ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

ସୂଚନାଯୋଗ୍ୟ, ୨୦୧୦ରେ ଲୟୋଲା ସ୍କୁଲ ଛାତ୍ର ଆଦିତ୍ୟ ସାହୁଙ୍କର କ୍ୟାନସରରେ ମୃତ୍ୟୁ ଘଟିଥିଲା। ମେଧାବୀ ଛାତ୍ର ଆଦିତ୍ୟ କୁଇଜ୍‌ରେ ପାରଙ୍ଗମ ଥିଲେ। ତେଣୁ ତାଙ୍କର ସ୍ମୃତିଚାରଣ କରିବା ପାଇଁ ଏହି ପ୍ରତିଯୋଗିତା ଗତ ୯ବର୍ଷ ହେବ ଆଦିତ୍ୟ ମେମୋରିଆଲ ଫାଉଣ୍ଡେଶନ ପକ୍ଷରୁ ଲୟୋଲା ସ୍କୁଲର ସହଯୋଗରେ ଆୟୋଜିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri