ଫୁଲବାଣୀ ଅଫିସ, ୧ା୬- କନ୍ଧମାଳ ଜିଲାର ସମସ୍ତ ବ୍ୟାଙ୍କ ପରିଚାଳକ ଓ ଉଦ୍ୟୋଗୀମାନଙ୍କୁ ନେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ନୱାଲ କିଶୋର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ସଶକ୍ତ କରିବା ପାଇଁ ଭାରତ ସରକାର ଘୋଷଣା କରିଥିବା ଆତ୍ମ ନିର୍ଭର ଭାରତ ପ୍ୟାକେଜ ଉପରେ ଆଲୋଚନା ହୋଇଥିଲା। ଏହିସବୁ ଉଦ୍ୟୋଗରେ ନିୟୋଜିିତ ଥିବା ଲୋକଙ୍କ ପାଇଁ ୩ ଲକ୍ଷ କୋଟି ଟଙ୍କା ବନ୍ଧକ ଋଣର ବ୍ୟବସ୍ଥା କରାଯାଇଛି। ସେହିପରି ଯେଉଁ ଉଦ୍ୟୋଗୀଙ୍କର ଋଣ ଏନ୍.ପି.ଏ ଖାତାରେ ସାମିଲ ହୋଇଛି, ସେମାନଙ୍କୁ ୨୦ ହଜାର କୋଟି ଟଙ୍କାର ଋଣ ଦିଆଯିବା ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଯେଉଁ ଉଦ୍ୟୋଗୀ ଭଲ କାରବାର କରୁଛନ୍ତି ଏବଂ ବ୍ୟବସାୟ ସଂପ୍ରସାରଣ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ୫୦ ହଜାର କୋଟି ଟଙ୍କାର ସହାୟତା ଓ ସୁଯୋଗ ସୃଷ୍ଟି କରାଯିବ। ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ରୟବିକ୍ରୟ ପାଇଁ ଗ୍ଲୋବାଲ୍ ଟେଣ୍ଡର କରାଯିବ ନାହିଁ। ଏହି ସବୁ ଉଦ୍ୟୋଗର ପରିଭାଷା ମଧ୍ୟ ବଦଳିଯାଇଛି। ପୂର୍ବରୁ ମାନଦଣ୍ଡ ପ୍ଲାଣ୍ଟ ଓ ମେଶିନାରି କିମ୍ବା ଇକ୍ୟୁପ୍ମେଣ୍ଟରେ ନିବେଶ ଥିବାବେଳେ ଏବେ ଏହା ହେଲା ନିବେଶ ଓ ବାର୍ଷିକ କାରବାର। ନିର୍ମାଣ ଏବଂ ସେବା ଉଦ୍ୟୋଗ ବିଭାଗର ଅଣୁ ଉଦ୍ୟୋଗୀମାନଙ୍କ ପାଇଁ ନିବେଶ ୧ କୋଟି ପର୍ଯ୍ୟନ୍ତ ଓ ବାର୍ଷିକ କାରବାର ୫ କୋଟି ପର୍ଯ୍ୟନ୍ତ ରଖାଯାଇଛି ା କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ପାଇଁ ନିବେଶ ୧୦ କୋଟି ପର୍ଯ୍ୟନ୍ତ ଓ ବାର୍ଷିକ କାରବାର ୫୦ କୋଟି ପର୍ଯ୍ୟନ୍ତ ଏବଂ ମଧ୍ୟମ ଉଦ୍ୟୋଗୀମାନଙ୍କ ପାଇଁ ନିବେଶ ୨୦ କୋଟି ପର୍ଯ୍ୟନ୍ତ ଓ ବାର୍ଷିକ କାରବାର ୧୦୦ କୋଟି ପର୍ଯ୍ୟନ୍ତ ରଖାଯାଇଛି। ବ୍ୟବସାୟ ଓ କର୍ମଚାରୀମାନଙ୍କ ୩ ମାସର ଇ.ପି.ଏଫ୍. ସହାୟତା ପାଇଁ ୨ ହଜାର ୫୦୦ କୋଟି ଟଙ୍କା ବ୍ୟବସ୍ଥା, ବ୍ୟବସାୟ ଓ କର୍ମଚାରୀମାନଙ୍କର କମ୍ ହୋଇଯାଇଥିବା ୩ ମାସର ଇ.ପି.ଏଫ୍. ନଗଦ ଜମା ଆକାରରେ ୬ ହଜାର ୭୫୦ କୋଟି ଟଙ୍କା ବ୍ୟବସ୍ଥା ସହିତ ଅନ୍ୟାନ୍ୟ ସୁବିଧା ଓ ସୁଯୋଗ ସୃଷ୍ଟି କରାଯାଇଛି। ବୈଠକରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ବି. କେ. ମାନ୍ଧାତା, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଏସ୍. ରାଓ, ସାଉଥ୍କୋ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମହାନ୍ତିି, ବ୍ରହ୍ମପୁର ସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସହକାରୀ ପରିବେଶ ଯନ୍ତ୍ରୀ ମହେଶ୍ୱର ବେହେରା, ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର ଉପ-ଆୟୁକ୍ତ ବିଭୁଦତ୍ତ ଆଚାରୀ, ଅଗ୍ରଣୀ ବ୍ୟାଙ୍କର ବିଭାଗୀୟ ସାକ୍ଷର ପରାମର୍ଶଦାତା ଇଜିକ୍ଷା ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଜିଲା ଶିଳ୍ପ କେନ୍ଦ୍ରର ସହକାରୀ ପରିଚାଳିକା ସୁଷମା କରାଲୀ ଓ ଶିଳ୍ପ ବିକାଶ ଅଧିକାରୀ ଦେବରାଜ ସାହୁ ତଥ୍ୟ ଉପସ୍ଥାପନା କରିଥିଲେ।
ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …
ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…
ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା
ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…
ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…
ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…
ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ
ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…
ବର୍ଷାରେ ବି ବଢୁଛି ପର୍ଯ୍ୟଟକଙ୍କ ଭିଡ଼: ଦାରିଙ୍ଗବାଡ଼ି ପର୍ଯ୍ୟଟନ ବିକାଶ ପାଇଁ ନୂଆ ପଦକ୍ଷେପ
ଦାରିଙ୍ଗବାଡ଼ି,୪।୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ଷତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ଓ ରୂପାନ୍ତରଣ ପାଇଁ…
ନିଶାସେବନ ଯୁବସମାଜର ଭବିଷ୍ୟତକୁ କରିଦିଏ ନଷ୍ଟ: ନିଶାମୁକ୍ତ ସମାଜ ଆହ୍ବାନ
ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୩।୯(ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆଠାରେ ରହିଥିବା ମହର୍ଷି ଦୟାନନ୍ଦ ଉଚ୍ଚବିଦ୍ୟାଳୟ ପରିସରରେ କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ,…
Archives

