ଆତ୍ମନିର୍ଭର ଭାରତ ବାଟରେ କଣ୍ଟା: ବଜାରରେ କୋଟି କୋଟି ଟଙ୍କାର ଚାଇନା ସାମଗ୍ରୀ

ନୂଆଦିଲ୍ଲୀ, ୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଗଠନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଲୋକେ ସ୍ବଦେଶୀ ଉତ୍ପାଦ ବ୍ୟବହାର କଲେ ଦେଶର ଆର୍ଥତ୍କ ସ୍ଥିତିରେ ସୁଧାର ଆସିବାର ଆଶା ରହିଛି। ତେବେ ଆତ୍ମନିର୍ଭର ଭାରତ ବାଟରେ କଣ୍ଟା ସାଜିଛି ଚାଇନା ଉତ୍ପାଦ। ଭାରତୀୟ ବଜାରରେ କୋଟି କୋଟି ଟଙ୍କାର ଚାଇନା ସାମଗ୍ରୀ ରହିଛି। ଚାଇନା ଲାଗି ଭାରତୀୟ ବଜାର ଏକ ବୃହତ୍‌ ବ୍ୟବସାୟିକ କ୍ଷେତ୍ର ସୃଷ୍ଟି କରିଛି। ଦେଶର ସ୍ମାର୍ଟଫୋନ୍‌ ବଜାର ଆକାର ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଥିବାବେଳେ ଏଥିରେ ଚାଇନାର ୭୨ ପ୍ରତିଶତ ଶେୟାର ରହିଛି। ସେହିପରି ଟିଭି ବଜାରର ଆକାର ୨୫ ହଜାର କୋଟି ଥିବାବେଳେ ଏଥିରେ ଚାଇନାର ୪୫ ପ୍ରତିଶତ ଶେୟାର ଅଛି। ବାର୍ଷିକ ୧୨ ହଜାର କୋଟି ଟଙ୍କାର ଟେଲିକମ୍‌ ଯନ୍ତ୍ରାଂଶ କାରବାର ହେଉଥିବାବେଳେ ଏଥିରେ ୨୫ ଅଂଶ ଚାଇନା କମ୍ପାନୀର ରହିଛି। ଅପରପକ୍ଷରେ ଦେଶର ହୋମ୍‌ ଆପଲାଏନ୍ସ୍‌ ବଜାରରେ ବାର୍ଷିକ ୫୦ ହଜାର କୋଟି ଟଙ୍କାର କାରବାର ହେଉଛି। ସେଥିରେ ଚାଇନାର ୧୦ରୁ ୧୨ ପ୍ରତିଶତ ଶେୟାର ରହିଛି। ଦେଶର ୩୭,୯୧୬ ସୋଲାର ପାଓ୍ବାର ବଜାରରେ ଚାଇନାର ୯୦ ପ୍ରତିଶତ ଯୋଗଦାନ ରହିଛି। ସେହିପରି ୫୭ ଶହ କୋଟି ଅଟୋ ବଜାରରେ ଚାଇନାର ୨୬ ପ୍ରତିଶତ ଅଂଶ ରହିଛି। ଆପ୍‌ ୟୁଜରଙ୍କ ସଂଖ୍ୟା ୪୫ କୋଟି ଥିବାବେଳେ ୬୬ ପ୍ରତିଶତ ଚାଇନା ଆପ୍‌ ବ୍ୟବହାର କରୁଛନ୍ତି। ଦେଶର ଇସ୍ପାତ ବଜାରର ଆକାର ୧୦୮.୫ ନିୟୁତ ଟନ୍‌ ଥିବାବେଳେ ଏଥିରେ ଚାଇନାର ୧୮ରୁ ୨୦ ପ୍ରତିଶତ ଯୋଗଦାନ ରହିଛି। ସେହିପରି ୨ ଶହ କୋଟି ଫାର୍ମା ବଜାରରେ ଚାଇନାର ୬୦ ପ୍ରତିଶତ ପର୍ଯ୍ୟନ୍ତ ଶେୟାର ରହିଛି। ଏସବୁ ସାମଗ୍ରୀର ବ୍ୟବହାର ବନ୍ଦ କଲେ ଆତ୍ମନିର୍ଭର ଭାରତର ପଥ ସହଜ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?