ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ୧୫ ପ୍ରତିଶତ କମିଛି: ଗ୍ଲୋବାଲ୍‌ ଟେରୋରିଜିମ୍‌ ଇଣ୍ଡେକ୍ସ୍‌

ଓ୍ବାଶିଂଟନ,୨୩।୧୧: ପୃଥିବୀରେ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ୨୦୧୭ ତୁଳନାରେ ୨୦୧୮ରେ ୧୫ ପ୍ରତିଶତ କମିଛି। ଏନେଇ ଗ୍ଲୋବାଲ୍‌ ଟେରୋରିଜିମ୍‌ ଇଣ୍ଡେକ୍ସ୍‌-୨୦୧୯ରେ ରିପୋର୍ଟ ପ୍ରକାଶ ପାଇଛି। ତେବେ ଗୋଟିଏ ବର୍ଷ ମଧ୍ୟରେ ଆତଙ୍କବାଦ ପ୍ରଭାବିତ ଦେଶଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି। ୨୦୦୨ ପରେ ଦକ୍ଷିଣ ଏସିଆ ଆତଙ୍କବାଦ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଏଥିରେ ପ୍ରକାଶ ପାଇଛି। ଅପରପକ୍ଷରେ ଏହି ସମୟରେ ମଧ୍ୟ ଆମେରିକା ଅଞ୍ଚଳ କମ୍‌ ପ୍ରଭାବିତ ହୋଇଛି। ସେହିପରି ୟୁରୋପରେ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ୭୦ ପ୍ରତିଶତ କମିଛି। ଏଥିରେ ଆଫଗାନୀସ୍ତାନରେ ଆତଙ୍କବାଦୀଙ୍କ ଯୋଗୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଏଥି ଲାଗି ତାଲିବାନ୍‌ ସଂଗଠନକୁ ଦାୟୀ କରାଯାଇଛି। ଅନ୍ୟ ଆତଙ୍କବାଦୀ ସଂଗଠନ ତୁଳାନରେ ୨୦୧୮ରେ ତାଲିବାନ୍‌ ଅଧିକ ଲୋକଙ୍କ ଜୀବନ ନେଇଛି। ତାଲିବାନ୍‌ ଦ୍ୱାରା ଏହି ବର୍ଷ ୬ ହଜାର ଶହେ ୩ ଜଣ ଲୋକଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୮ରେ ଆତଙ୍କବାଦୀ ଆକ୍ରମଣରେ ୭ ହଜାର ୩ଶହ ୭୯ ଲୋକଙ୍କ ଜୀବନ ଯାଇଛି। ୨୦୧୭ ତୁଳନାରେ ସାଧାରଣ ଲୋକଙ୍କ ମୃତ୍ୟୁ ସଂଖ୍ୟା ୪୬ ପ୍ରତିଶତ ବଢ଼ିଛି। ଏହି ସମୟରେ ପଶ୍ଚିମ ଆଫ୍ରିକା ନାଇଜେରିଆରେ ମୌଳବାଦୀ ଅଧିକ ସକ୍ରିୟ ହୋଇଛନ୍ତି। ଅପରପକ୍ଷରେ ସୋମାଲିଆରେ ଆତଙ୍କବାଦୀ ଆକ୍ରମଣ ଘଟଣା କମିଛି। ଆତଙ୍କବାଦୀ ଆକ୍ରମଣ ଯୋଗୁ ୨୦୧୭ରେ ୫୪ ଶହ କୋଟି ଡଲାରର କ୍ଷତି ହୋଇଥିବାବେଳେ ୨୦୧୮ରେ ଏହା କମି ୩୩ ଶହ କୋଟି ଡଲାର ହୋଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେକ୍ସିକୋର ପ୍ରଥମ ମହିଳା ରାଷ୍ଟ୍ରପତି କ୍ଲାଉଡିଆ ଶିନବାମ କିଏ, ଯାହାଙ୍କୁ ନେଇ ହେଉଛି ଖୁବ ଚର୍ଚ୍ଚା

ମେକ୍ସିକୋ ସିଟି,୩।୬: ମେକ୍ସିକୋରେ ପ୍ରଥମ ଥର ପାଇଁ ଜଣେ ମହିଳା ରାଷ୍ଟ୍ରପତି ପଦ ଗ୍ରହଣ କରିବେ। କ୍ଲାଉଡିଆ ଶିନବାମ ହେଉଛି ଏମିତି ଏକ ନାମ ଯାହା...

ପାକିସ୍ତାନରେ ଏମିତି ହୁଏ ପାଠପଢ଼ା, ପିଲାଙ୍କୁ ଦିଆଯାଏ ଏସବୁ ଶିକ୍ଷା

ନୂଆଦିଲ୍ଲୀ, ୩।୬: ଭାରତ ଏବଂ ପାକିସ୍ତାନ ଦୁଇ ପଡ଼ୋଶୀ ଦେଶ ହୋଇଥିଲେ ମଧ୍ୟ ଏହାର ସୀମାରେ ପ୍ରତ୍ୟେକ ଦିନ ତିକ୍ତତା ଦେଖିବାକୁ ମିଳିଥାଏ। କିନ୍ତୁ ତଥାପି...

ଭୟରେ ଥରିଲେ ଜାପାନ ବାସିନ୍ଦା

ନୂଆଦିଲ୍ଲୀ, ୩।୬: ଜାପାନରେ ସୋମବାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରେକର୍ଡ କରାଯାଇଛି। ଜାପନର ମଧ୍ୟ ଅଞ୍ଚଳରେ...

ଭାରତରେ ମେଟାର ବଡ଼ କାର୍ଯ୍ୟାନୁଷ୍ଠାନ: ଫେସ୍‌ବୁ୍‌କ-ଇନ୍‌ଷ୍ଟାଗ୍ରାମରୁ ୧୭ ମିଲିୟନ୍‌ ପୋଷ୍ଟ କଲା ଡିଲିଟ୍‌

ନୂଆଦିଲ୍ଲୀ,୩।୬: ଭାରତରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମେଟା ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଲକ୍ଷ ଲକ୍ଷ ଖରାପ ପୋଷ୍ଟ ହଟାଇ ଦେଇଛି। ଏପ୍ରିଲ ୨୦୨୪...

ଏକ୍‌ଜିଟ୍‌ ପୋଲ୍‌ ଦେଖି ଡରିଗଲା ପାକିସ୍ତାନ: କହିଲା, ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେଲେ…

ନୂଆଦିଲ୍ଲୀ/ଇସଲାମାବାଦ୍‌,୩।୬: ଜୁନ୍‌ ୪ରେ ଲୋକ ସଭା ନିର୍ବାଚନ-୨୦୨୪ର ଫଳାଫଳ ଘୋଷଣା କରାଯିବ, କିନ୍ତୁ ଏହାପୂର୍ବରୁ ସମସ୍ତ ଏକଜିଟ ପୋଲ ପୂର୍ବାନୁମାନ କରିଛି ଯେ ଭାଜପା ତୃତୀୟ...

ଏୟାର ଶୋ’ରେ ଦୁଇ ବିମାନ ଧକ୍କା: ପାଇଲଟ ମୃତ

ଲିସ୍‌ବନ, ୩ା୬: ପର୍ତ୍ତୁଗାଲରେ ଏକ ଏୟାର ଶୋ’ ପ୍ରଦର୍ଶନ ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏହି ସମୟରେ ଦୁଇଟି ପାଇଲଟ ଆକାଶରେ ମୁହାଁମୁହିଁ ଧକ୍କା...

ଲୋକ ସଭା ନିର୍ବାଚନ ଉପରେ ଚାଇନାର ନଜର, ମୋଦି ପ୍ରଧାନମନ୍ତ୍ରୀ ହେଲେ…

ବେଜିଂ/ନୂଆଦିଲ୍ଲୀ,୩ା୬: ଲୋକ ସଭା ନିର୍ବାଚନର ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ରେ ‘ମୋଦି ସରକାର ପୁଣି ଥରେ’ ପୂର୍ବାନୁମାନ କରାଯାଇଛି। ଯଦି ଏକ୍‌ଜିଟ୍‌ ପୋଲକୁ ବିଶ୍ୱାସ କରାଯାଏ, ତେବେ...

ସିରିଆରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, ଅନେକ ମୃତ: ରିପୋର୍ଟ

ନୂଆଦିଲ୍ଲୀ, ୩।୬: ସୋମବାର ସିରିଆର ଆଲେପ୍ପୋ ସହର ପରିସରରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ସିରିଆର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri