ଆଡମିଟ୍‌ କାର୍ଡ ନ ପାଇ ଛାତ୍ରୀ ନିରାଶ

ଜଗତ୍‌ସିଂହପୁର ଅଫିସ୍‌, ୧୮ା୨: ରାତି ପାହିଲେ ମାଟ୍ରିକ ପରୀକ୍ଷା। କିନ୍ତୁ ଜଗତ୍‌ସିଂହପୁର ଜିଲାର ଜଣେ ଛାତ୍ରୀ ଓ ଜଣେ ଛାତ୍ର ଏହି ପରୀକ୍ଷା ଦେବାର ବଞ୍ଚତ୍ତ ହେବା ସମ୍ଭାବନା ସୃଷ୍ଟି ହୋଇଥିଲା। ସୌଭାଗ୍ୟ ଛାତ୍ରଙ୍କୁ ଆଡମିଟ୍‌ କାର୍ଡ ମିଳିଯାଇଥିବା ବେଳେ ଛାତ୍ରୀ ନିରାଶ ହୋଇଛନ୍ତି। ପରୀକ୍ଷା ଦେଇ ନ ପାରିବା ଜାଣି ଛାତ୍ରୀ ମାନସିକ ଭାରସାମ୍ୟ ହରାଇ ସୋମବାର ସକାଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହେଲେ ସେ ସମ୍ଭାବ୍ୟ ପରିସ୍ଥିତିରୁ ମୁକୁଳି ଯାଇଛନ୍ତି। ଏହି ଘଟଣା ସାରା ଜିଲାରେ ଆଲୋଚନାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଏରସମା ବ୍ଲକ ଅନ୍ତର୍ଗତ ବିଶନପୁରସ୍ଥିତ ବ୍ରଜକିଶୋର ସାତମୌଜୀ ନୋଡାଲ ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ର ବିଶ୍ୱଜିତ ଦାସ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଥିବା ଜଣାଯାଇଥିଲା। ସେ ଫର୍ମ ପୂରଣ କରିଥିଲେ ସୁଦ୍ଧା ସମାନ ନାମଧାରୀ ଅନ୍ୟ ଜଣେ ବିଶ୍ୱଜିତଙ୍କ ନାମରେ ଆଡମିଟ୍‌ କାର୍ଡ ପ୍ରସ୍ତୁତ ହୋଇ ଯାଇଥିବାରୁ ଅଡୁଆ ବଢିଥିଲା। ଏ ପରିସ୍ଥିତିରେ ପ୍ରକୃତ ପରୀକ୍ଷା ଦେବାକୁ ଥିବା ଅଭିରାମ ଦାସ ଓ ସୁମିତ୍ରା ଦାସଙ୍କ ପୁଅ ବିଶ୍ୱଜିତ ଚିନ୍ତାରେ ପଡି ଯାଇଥିଲେ। ତେବେ ଅନୁଧ୍ୟାନରୁ ଜଣାଯାଇଥିଲା ଯେ ପୁରସ୍ତମ ଦାସ ଓ ମମତା ଦାସଙ୍କ ପୁଅ ବିଶ୍ୱଜିତ ଏହି ବିଦ୍ୟାଳୟରେ ୯ମ ଯାଏ ପଢି ପାଠରେ ଡୋରି ଲଗାଇ ଦେଇଛନ୍ତି। ସେ ଏବେ ଚେନ୍ନାଇରେ ରହୁଛନ୍ତି। କିନ୍ତୁ ତାଙ୍କ ନାମରେ ଆଡମିଟ୍‌ କାର୍ଡ ପ୍ରସ୍ତୁତ ହୋଇଛି। ଏ ସମ୍ପର୍କରେ ଅଭିରାମ ଅଭିଯୋଗ କଲାପରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଅଭିରାମ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ପରାମର୍ଶ ଲୋଡିଥିଲେ। ବୋର୍ଡ ଯାଇ ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ଅଭିଯୋଗ କଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ଡିଇଓ ପରାମର୍ଶ ଦେଇଥିଲେ। ଏହି ଅନୁଯାୟୀ ଅଭିରାମ ଓ ପ୍ରଧାନଶିକ୍ଷକ ସୋମବାର ବୋର୍ଡ ପରୀକ୍ଷା ନିୟନ୍ତ୍ରକଙ୍କୁ ସାକ୍ଷାତ କରି ସବୁକଥା କହିଲା ପରେ ସମସ୍ୟାର ସମାଧାନ ହୋଇପାରିଛି। ଭୁଲରେ ଛପା ଯାଇଥିବା ଆଡମିଟ୍‌ କାର୍ଡକୁ ରଦ୍ଦ କରାଯିବା ସହ ପ୍ରକୃତ ପାଇବାକୁ ଥିବା ବିଶ୍ୱଜିତଙ୍କୁ ନୂଆ ଆଡମିଟ୍‌ କାର୍ଡ ଦିଆଯାଇଛି। ଏଣିକି ସେ ଆସନ୍ତା ୧୯ରୁ ଆରମ୍ଭ ହେଉଥିବା ମାଟ୍ରିକ ପରୀକ୍ଷା ଦେଇପାରିବେ ବୋଲି ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ ସୂଚନା ଦେଇଛନ୍ତି। କିନ୍ତୁ ବାଲିକୁଦା ବ୍ଲକ ଅନ୍ତର୍ଗତ ଓଚିନ୍ଦା ହାଇସ୍କୁଲର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଫର୍ମ ପୂରଣ କରିଥିଲେ ସୁଦ୍ଧା ପରୀକ୍ଷା ଦେବାରୁ ବଞ୍ଚତ୍ତ ହେବା ସମ୍ଭାବନା ରହିଛି। ଏକଥା ଜାଣିବା ପରେ ସମ୍ପୃକ୍ତ ଛାତ୍ରୀ ସୋମବାର ସକାଳେ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଛନ୍ତି। ଏହାପରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ମହାନ୍ତି ସମ୍ପୃକ୍ତ ଛାତ୍ରୀଙ୍କ ଅଭିଭାବକଙ୍କୁ ବୁଝାଶୁଝା କରି ପ୍ରସଙ୍ଗ ପ୍ରଘଟ ନ କରିବା ପାଇଁ ଚାପ ପକାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ପ୍ରଧାନଶିକ୍ଷକ ମହାନ୍ତିଙ୍କୁ ପଚାରିବାରୁ ସେ ଛାତ୍ରୀଙ୍କ ନାମ ପ୍ରକାଶ ନ କରି କହିଥିଲେ, ଛାତ୍ରୀଙ୍କ ଉପସ୍ଥାନ ହାର ମାତ୍ର ୫୨% ଥିଲା, ଯେଉଁ କାରଣରୁ ସେ ମାଟ୍ରିକ ପରୀକ୍ଷା ଦେବାପାଇଁ ଯୋଗ୍ୟ ହେଲେନାହିଁ। ହେଲେ କମ ଉପସ୍ଥାନ ହାର ଯୋଗୁ ଯଦି ସେ ପରୀକ୍ଷାରୁ ବଞ୍ଚତ୍ତ ହେବା କଥା, ତେବେ ତାଙ୍କ ଫର୍ମ ପୂରଣ କିପରି ହୋଇଥିଲା ବୋଲି ପ୍ରଶ୍ନର କୌଣସି ଉତ୍ତର ଦେଇପାରି ନ ଥିଲେ। ଏପରି କି ଅଧିକ ଉତ୍ତର ଦେବା ପୂର୍ବରୁ ତାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ହୋଇ ଯାଇଥିଲା। ସଙ୍ଗେସଙ୍ଗେ ଆମେ ଜିଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରି ଏହା ଉପରେ ଉତ୍ତର ଚାହିଁଥିଲୁ। ସେ ମଧ୍ୟ ପ୍ରଧାନଶିକ୍ଷକଙ୍କ ମୋବାଇଲ ବନ୍ଦ ଥିବା ସମ୍ପର୍କରେ ଅନୁରୂପ ଉତ୍ତର ଦେଇଥିଲେ। ତେବେ ପ୍ରସଙ୍ଗର ଗମ୍ଭୀରତା ଦୃଷ୍ଟିରୁ ତଦନ୍ତ ହେବ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ତ୍ରୁଟି କରିଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri