ଆଠମଲ୍ଲିକରେ ବଢ଼ୁଛି ପର୍ଯ୍ୟଟକଙ୍କ ଗହଳି:ପ୍ରାକୃତିକ ପରିବେଶରୁ ଉଠାଇଛନ୍ତି ମଜା

ମାଧପୁର, ୨୮।୧୨ (ମନୋଜ କୁମାର ପ୍ରଧାନ)

ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ରହିଛି ବହୁ ପର୍ଯ୍ୟଟନସ୍ଥଳୀ। ଏହା ମଧ୍ୟରୁ ଅନେକ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ନ ଥିଲେ ମଧ୍ୟ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ନଦୀ, ଝରଣା, ଉଷ୍ଣପ୍ରସ୍ରବଣ ଓ ବଣ ପାହାଡ଼ ପରି ପ୍ରାକୃତିକ ପରିବେଶର ମଜା ନେବାକୁ ଚଳିତବର୍ଷ ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ବେଶ୍‌ ଗହଳି ପରଲକ୍ଷିତ ହେଉଛି।
ମହାନଦୀ କୂଳରେ ଥିବା ମା’ ବିନିକେୟୀଙ୍କ ଶକ୍ତିପୀଠର ମନୋରମ ପରିବେଶ ପିକ୍‌ନିକ୍‌ ପାଇଁ ଏକ ପ୍ରକୃଷ୍ଟ ସ୍ଥାନ ହୋଇଥିବାରୁ ସବୁବର୍ଷ ପରି ଏଠାରେ ବହୁ ସଂଖ୍ୟକ ପର୍ଯ୍ୟଟକ ଚଳିତବର୍ଷ ବଣଭୋଜି କରୁଥିବା ଦେଖାଯାଉଛି। ଗୋଟିଏ ସ୍ଥାନରେ ଭୋଜି ସହ ମନ୍ଦିର ଦର୍ଶନ ଓ ନୌବିହାର ସୁବିଧା ଥିବାରୁ ଏହାର ଭରପୂର ମଜା ଉଠାଉଛନ୍ତି ପର୍ଯ୍ୟଟକ। ସେହିପରି ଓଡ଼ଶିଙ୍ଗା କିଆବଣରେ ଅବସ୍ଥିତ ଦେଉଳଝରୀ ଉଷ୍ଣ ପ୍ରସ୍ରବଣ ତଥା ସିଦ୍ଧେଶ୍ୱର ଶୈବପୀଠରେ ମଧ୍ୟ ଭିଡ଼ ଜମୁଛି। ଏଠାରେ ଭକ୍ତ ଓ ପର୍ଯ୍ୟଟକଙ୍କ ସ୍ନାନ ନିମନ୍ତେ ଥିବା ଗରମ ଓ ଥଣ୍ଡା କୁଣ୍ଡ ଏକାଠି ଲଗାଲଗି ହୋଇ ରହିଥିଲେ ବି ୨ଟି ଯାକର ତାପମାତ୍ରା ସ୍ଥିର, ଯାହା ଅତ୍ୟନ୍ତ ବିରଳ ବୋଲି କୁହାଯାଉଛି। ଆଠମଲ୍ଲିକ ସହରର ପ୍ରବେଶ ପଥରେ ଥିବା ପଞ୍ଚଧାର ପର୍ବତମାଳା ପାଦଦେଶର କୁକୁଡ଼ାଦରହ ଓ ଝରଝରୀ ଘାଟି ନିକଟ ଝରଣା କୂଳରେ ବଣଭୋଜି ଆୟୋଜନ ପାଇଁ ଦୂର ଦୂରାନ୍ତରୁ ଲୋକେ ଆସୁଥିବା ଦେଖାଯାଉଛି। ସେହିପରି ମାଧପୁରର ମାନଯୋର ଡ୍ୟାମ୍‌ର ସୌନ୍ଦର୍ଯ୍ୟକରଣ ହୋଇଥିବାରୁ ଏହା ପୂର୍ବାପେକ୍ଷା ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଡ୍ୟାମ୍‌ ନିକଟରେ ବନ ବିଭାଗ ତରଫରୁ ନବନିର୍ମିତ ଓ୍ବାଚ୍‌ ଟାୱାର, ଦେବୀ ମନ୍ଦିର ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। କଇଁଫୁଲିଆ ବାବାଙ୍କ ମଠ ବେଲପୁଞ୍ଜିର ପ୍ରାକୃତିକ ପରିବେଶ ହେଉ ଅବା ଝିମେଇଚୁଆର ବାବା ଗୁପ୍ତେଶର ମନ୍ଦିର, ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀ ମନ୍ଦିର ନିକଟରେ ବି ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ତେବେ ପ୍ରତିବର୍ଷ ଏତେ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହେଉଥିଲେ ବି ସେମାନଙ୍କ ରହଣି ପାଇଁ ଆଠମଲ୍ଲିକରେ ସେପରି କିଛି ବିଶେଷ ସୁବିଧା ନାହିଁ। ଦେଉଳଝରୀ ନିକଟ କୁରୁମଟାପଠାରେ ଥିବା ସରକାରୀ ବଙ୍ଗଳା ଓ ଆଠମଲ୍ଲିକ କଲେଜ ନିକଟରେ ଏନ୍‌ଏସି ତରଫରୁ ନିର୍ମିତ ସରକାରୀ ବଙ୍ଗଳା ଭୂତ କୋଠିରେ ପରିଣତ ହୋଇଥିବା ବେଳେ ଆଠମଲ୍ଲିକ ସର୍କିଟ ହାଉସ ରକ୍ଷଣାବେକ୍ଷଣ ଅଭାବରୁ ଦୟନୀୟ ସ୍ଥିତିରେ ରହିଛି। ତେଣୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଉନ୍ନତୀକରଣ ସହ ପର୍ଯ୍ୟଟକଙ୍କ ରହଣି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର

ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ଅପରାଧୀଙ୍କୁ ଟିକେଟ ଦେବା ଭାଜପାର ସଂସ୍କୃତି: ବିଜେଡି

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ଓଡ଼ିଆ ସଂସ୍କୃତି ବିଶ୍ୱର ଯେ କୌଣସି ରାଜନୈତିକ ଦଳଠାରୁ ଏତେ ବଡ଼ ଯେ କୌଣସି ଦଳ ନିଜକୁ ବଡ଼ ଭାବି ଓଡ଼ିଆ ସଂସ୍କୃତିର ସୁରକ୍ଷା...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri